News18 Odia Digital
ଭୁବନେଶ୍ୱର: କୋଭିଡ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନକୁ ନେଇ ବଢ଼ିଛି ଦ୍ବନ୍ଦ୍ୱ। ବିଶେଷ କରି ୪୫ ବର୍ଷରୁ ଅଧିକ ବୟସ୍କର ଲୋକଙ୍କ ଟିକାକରଣକୁ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା । ଆସନ୍ତା ୩୦ ତାରିଖ ପରେ ବିଭିନ୍ନ ଘରୋଇ ହସ୍ପିଟାଲକୁ ଟିକା ନ ମିଳିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ଟିକା ନେଇଥିବା ହିତାଧିକାରୀ ଦ୍ବିତୀୟ ଡୋଜ୍ ଟିକା କେଉଁଠି ନେବେ ଓ ସେଥି ପାଇଁ ତାଙ୍କୁ କେତେ ଟଙ୍କା ଦେବାକୁ ହେବ ତାକୁ ନେଇ ଅନିଶ୍ଚିତତା ଅଧିକ ବଢି଼ଛି ।
ମେ' ପହିଲାରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ସାର୍ବଜନୀନ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ସମସ୍ୟା ଅଧିକ ହେବାର ଆଶଙ୍କା କରାଯାଉଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ଏବେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଟିକାକରଣ ହେଉଛି ଓ ସେଥିରେ ଦୁଇ ପ୍ରକାରର ଟିକାର ବ୍ୟବହାର ହେଉଛି । ଗୋଟିଏ ହେଉଛି ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ 'କୋଭିସିଲଡ଼' ଟିକା ଓ ଦ୍ଵିତୀୟଟି ହେଉଛି ‘କୋଭାକ୍ସିନ' ଟିକା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅନ୍ଧୁଣୀ ମା’ ସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁକୋଭିସିଲଡ଼ ଟିକାର ଦର ଧାର୍ଯ୍ୟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ସ୍ୱଦେଶୀ ନିର୍ମିତ କୋଭାକ୍ସିନ ଟିକାର ଦର ଧାର୍ଯ୍ୟ ହୋଇନାହିଁ । ଏ ପର୍ଯ୍ୟନ୍ତ ରାଜ୍ୟ ସରଜାର ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ପ୍ରଦାନ କରୁଥିବା ବେଳେ ଘରୋଇ ହସ୍ପିଟାଲକୁ ୧୫୦ ଟଙ୍କାରେ ଟିକା ବିକ୍ରି କରୁଛନ୍ତି । ଅନ୍ୟପକ୍ଷରେ ଘରୋଇ ହସ୍ପିଟାଲଗୁଡି଼କ ଏହାକୁ ଲୋକଙ୍କୁ ସର୍ବାଧିକ ୨୫୦ ଟଙ୍କାରେ ବିକ୍ରି କରୁଛନ୍ତି । ଏବେ ଘରୋଇ ହସ୍ପିଟାଲଗୁଡି଼କୁ ଆସନ୍ତା ୩୦ ତାରିଖରୁ ଟିକା ଆଉ ପ୍ରଦାନ କରାଯିବ ନାହିଁ ଓ ସିଧାସଳଖ ଟିକା ଉତ୍ପାଦନକାରୀ କମ୍ପାନୀଙ୍କଠାରୁ ସେମାନେ ଟିକା କିଣିବେ ବୋଲି କୁହାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କୁକୁର ଛୁଆମାନେ ମାଲିକାଣିଙ୍କ ସହ ମିଶି ଯୋଗ କଲେ; VIDEO ଭାଇରାଲ୍ ହେଉଛି; ଦେଖନ୍ତୁଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞ ଭାରତ କୁମାର ବେହେରା । ତାଙ୍କ ମତରେ ଟିକାକରଣକୁ ନେଇ ଆଗକୁ ଅନେକ ଅସୁବିଧା ଆସିପାରେ । ‘‘ବିଭିନ୍ନ ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ନେଇଥିବା ଲୋକେ ସେହି ସମାନ ହସ୍ପିଟାଲରେ ଦ୍ବିତୀୟ ଡୋଜ ନେଇପାରିବେ ତ? ଦ୍ଵିତୀୟରେ, ତାଙ୍କୁ ଦ୍ଵିତୀୟ ଡୋଜ୍ ଟିକା ପାଇଁ କେତେ ଟଙ୍କା ଦେବାକୁ ପଡି଼ବ? ଠିକ୍ ସମୟରେ ହିତାଧିକାରୀମାନଙ୍କୁ ଟିକା ମିଳିବ ତ?’’ ସେ ପଚାରିଛନ୍ତି ।
ଏହା ବି ପଢ଼ନ୍ତୁ | ଅଭିନେତା ଶାହିଦ କପୁର୍ଙ୍କ ମା’ ନୀଳିମା ଅଜିମ୍ କାହିଁକି ନିଜ ପତି ପଙ୍କଜ କପୁର୍ଙ୍କ ଠାରୁ ଅଲଗା ହୋଇଥିଲେ?ଏହାର ପ୍ରତିକ୍ରିୟାରେ ଘରୋଇ ହସ୍ପିଟାଲର ପରିଚାଳକମାନେ କହିଛନ୍ତି ଯେ ଏବେ ସୁଦ୍ଧା ସାନି ଟିକାକରଣ ବ୍ୟବସ୍ଥା ବିଷୟରେ ସ୍ପଷ୍ଟତା ଆସିନାହିଁ । ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ହେଲଥ୍ ଭିଲେଜ୍ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଶୋଭନ କୁମାର ରଥ କହିଛନ୍ତି, ‘‘ଆମେ ସାନି ଟିକାକରଣ ବ୍ୟବସ୍ଥାକୁ ନେଇ ସ୍ପଷ୍ଟତା ଅପେକ୍ଷାରେ ଅଛୁଁ । ପୂର୍ବ ବ୍ୟବସ୍ଥା ଅନୁଯାୟୀ ଆମେ ସରକାରଙ୍କ ଠାରୁ ଟିକା କିଣି ତାକୁ ଘରୋଇ ଭାବେ ବିକ୍ରି କରୁଥିଲୁ । ସେଥିରେ ଲାଭ ଅଳ୍ପ କିଛି ରହୁଥିଲା। କିନ୍ତୁ ନୂଆ ବ୍ୟବସ୍ଥା ଅନୁଯାୟୀ ଆମକୁ କେତେ ଦାମ ଦେଇ ଟିକା କିଣିବାକୁ ହେବ ଓ ଆମେ କେତେରେ ତାକୁ ଉପଭୋକ୍ତାଙ୍କୁ ବିକ୍ରି କରିପାରିବୁ ତା’ ଉପରେ ସ୍ପଷ୍ଟତା ନାହିଁ । ଯେଉଁମାନେ ପ୍ରଥମ ଡୋଜ୍ ଘରୋଇ ହସ୍ପିଟାଲରେ ନେଇଛନ୍ତି, ଦ୍ଵିତୀୟ ଡୋଜ ସେମାନେ କେଉଁଠି ଓ କେତେ ଦାମରେ କିଣିବେ ତା’ର ମଧ୍ୟ ସ୍ପଷ୍ଟତା ନାହିଁ । ଆଶା କରୁଛୁଁ ଏ ଦିଗରେ ସରକାର ତ୍ୱରିତ ନିଷ୍ପତ୍ତି ନେବେ ।’’
ଏହା ବି ପଢ଼ନ୍ତୁ | ‘ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ନ ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ‘‘ମେ' ପହିଲାରୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଦୁଇଟି ଯାକ କାର୍ଯ୍ୟକ୍ରମକୁ ନେଇ ବି ବଢୁଛି ଦ୍ବନ୍ଦ୍ୱ । ତୁରନ୍ତ ସ୍ପଷ୍ଟ ହେବା ଦରକାର ଯେ ଏବେ ବଜାରରେ କେଉଁ କେଉଁ ଟିକା ଉପଲବ୍ଧ ହେବ, ସେ ଟିକାର ଦାମ୍ କେତେ ରହିବା ଦରକାର? ଘରୋଇଭାବେ ଏହା କେତେ ଦାମରେ ବିକ୍ରି ହେବାର ଆବଶ୍ୟକତା ଅଛି? ଏସବୁ ସ୍ପଷ୍ଟ ହେବା ଉଚିତ,’’ କହିଛନ୍ତି ଡଃ ରଥ ।
ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: BECILରେ ୫୬୭ ପଦ ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୩୦; ବୟସ ୪୫ରୁ ୬୦ ବର୍ଷରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି, ‘‘ମେ' ପହିଲାରୁ ଦୁଇଟି ଚ୍ୟାନେଲରେ ଚାଲିବ ଟିକାକରଣ । ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୪୫ ବର୍ଷରୁ ଅଧିକର ବ୍ୟକ୍ତି ଏବଂ ୧୮ ବର୍ଷରୁ ଅଧିକର ବ୍ୟକ୍ତିଙ୍କୁ ଟିକାକରଣ କରାଯିବ । ସରକାରୀ କୋଟାରୁ ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ ମାଗଣାରେ ଜାରି ରହିବ । ୧ ତାରିଖରୁ ପ୍ରାଇଭେଟ ହସ୍ପିଟାଲକୁ ଆଉ ଟିକା ଦେବେନି ସରକାର । ସିଧାସଳଖ ସେମାନେ ଟିକା ନିର୍ମାତା କମ୍ପାନୀଙ୍କଠାରୁ କିଣିବେ । ପ୍ରାଇଭେଟ୍ ହସ୍ପିଟାଲରେ ଯେଉଁମାନେ ପ୍ରଥମ ଡୋଜ୍ ନେଇଛନ୍ତି ସେମାନେ ମେ ୧ ତାରିଖରୁ ଦ୍ୱିତୀୟ ଡୋଜ୍ ନୂଆ ଦରରେ ନେବେ ।’’
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ‘‘ଯଦି କିଛି ହସ୍ପିଟାଲ ନିଜେ କିଣି ଦେବାକୁ ଅନାଗ୍ରହ ପ୍ରକାଶ କରନ୍ତି ତେବେ ସେଠାରେ ଦ୍ୱିତୀୟ ଡୋଜ୍ ନେବାକୁ ଥିବା ବ୍ୟକ୍ତି ଅନ୍ୟ ହସ୍ପିଟାଲ କିମ୍ବା ସରକାରୀ ହସ୍ପିଟାଲରେ ଦ୍ୱିତୀୟ ଡୋଜ୍ ନେଇ ପାରିବେ । ପ୍ରଥମ ଡୋଜ୍ ଯେଉଁମାନେ ଯେଉଁ ଟିକା ନେଇଛନ୍ତି ସେମାନେ ଦ୍ୱିତୀୟ ଡୋଜ୍ ସେହି ଟିକା ନେବେ । ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକାକରଣ ହେବାକୁ ଥିବାରୁ ବେଳେ ଅଧିକ ଟିକାକରଣ କେନ୍ଦ୍ର ଖୋଲାଯିବ । ଏଥି ପାଇଁ ନୂଆ ଏସ୍.ଓ.ପି. ଜାରି କରାଯିବ,’’ କହିଛ୍ତି ଡଃ ପାଣିଗ୍ରାହୀ ।
ଏବେ ସୁଦ୍ଧା ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସ୍କ ୪୧ ଲକ୍ଷ ୧୧ ହଜାର ଲୋକ ପ୍ରଥମ ଡୋଜ ଟିକା ନେଇସାରିଥିବା ବେଳେ ୩ ଲକ୍ଷ ୭୭ ହଜାର ଲୋକ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ୩ ଲକ୍ଷ ୨୧ ହଜାର ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ନେଇଥିବା ବେଳେ ୨ ଲକ୍ଷ ୭୦ ହଜାର ଦ୍ୱିତୀୟ ଡୋଜ୍ ନେଇ ସାରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।