News18 Odia Digital
ନୂଆ ଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୂତାଣୁ (Coronavirus) ଯୋଗୁଁ ଲକଡାଉନ୍ (Lockdown) ଜାରି ହୋଇଥିବାରୁ ଲୋକେ ନିଜ ନିଜ ଘରେ ବନ୍ଦ୍ ହୋଇ ରହୁଥିଲେ । ବ୍ରିଟେନରେ ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟ ଲାଗୁ ହୋଇଥିବା ସମୟରେ ଏକ ଖବର ପ୍ରକାଶ ପାଇଛି ଯାହାକୁ ସମସ୍ତେ ଆଗ୍ରହରେ ପଢ଼ୁଛନ୍ତି ।
ଏକ ଅଧ୍ୟୟନ (survey) ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟର ଲକଡାଉନରେ ପ୍ରତି ପାଞ୍ଚ ଜଣ ବିବାହିତ ଯୁଗଳଙ୍କ (Married Couple) ମଧ୍ୟରୁ ଚାରି ଜଣ ଅନୁଭବ କରିଛନ୍ତି ଯେ ଲକଡାଉନ୍ ସମୟରେ ସେମାନଙ୍କ ସମ୍ପର୍କ ଅତ୍ୟନ୍ତ ମଜବୁତ ହୋଇଛି । ଦଶ ପ୍ରତିଶତ ଦମ୍ପତି ଏହି ସମୟକୁ ବୈବାହିକ ସମ୍ପର୍କ ପାଇଁ ଏକ ଖରାପ ସମୟ ବୋଲି ବର୍ଣ୍ଣନା କରିଛନ୍ତି ।
ଲକଡାଉନ୍ ଯୋଗୁଁ ଅନେକ ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର ବି ହୋଇଛି । ବ୍ରିଟେନର ବିବାହ ଫାଉଣ୍ଡେସନ୍ (Marriage Foundation) ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ବାହାଘର ସିଜିନରେ ସୁନା ଓ ରୂପାର ଦାମ୍ ବଦଳିଲା; ଜାଣନ୍ତୁ ଆପଣଙ୍କ ସହରରେ ନୂଆ ଦାମ୍୨,୫୫୯ ଜଣ ବିବାହିତ ଦମ୍ପତିଙ୍କ ପ୍ରତିକ୍ରିୟାକୁ ବ୍ୟବହାର କରି ଏସେକ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ବ୍ରିଟେନରେ ହୋଇଥିବା ଏହି ଘରୋଇ ସର୍ଭେରୁ ଜଣାପଡ଼ିଛି ଯେ ଲକଡାଉନ୍ ସମୟରେ ହୋଇଥିବା ଛାଡ଼ପତ୍ର ମାମଲା ଏହା ପୂର୍ବ ସମୟ ତୁଳନାରେ ଅଧିକ ଥିଲା ।
କେବଳ ୦.୭ ପ୍ରତିଶତ ସ୍ୱାମୀ ଓ ୨.୨ ପ୍ରତିଶତ ସ୍ତ୍ରୀ କହିଛନ୍ତି ଯେ ଲକଡାଉନ୍ ସମୟରେ ସେମାନେ ପରସ୍ପରକୁ ଛାଡିବା ବିଷୟରେ ଚିନ୍ତା କରୁଥିଲେ ।
ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ଅଧିକାଂଶ ବିବାହରେ ଲକଡାଉନ ସମୟରେ ଉନ୍ନତି ଆସିଛି । ଏହାର କାରଣ ଦମ୍ପତିମାନେ ପରସ୍ପର ସହିତ ଗୁଣାତ୍ମକ ସମୟ ଅତିବାହିତ କରୁଥିଲେ ।
ଏହା ବି ପଢ଼ନ୍ତୁ | ସନ୍ନି ଲିଓନ, ଆଲିଆ ଭଟ୍ଟ… ଏହି ସେଲିବ୍ରିଟିମାନେ PETAର ସମର୍ଥନରେ ବୋଲ୍ଡ ଫଟୋସୁଟ୍ କରିଛନ୍ତିବିବାହ ଫାଉଣ୍ଡେସନର ପ୍ରତିଷ୍ଠାତା ସାର୍ ପଲ୍ କୋଲେରିଜ୍ 'ଦି ସନଡେ ଟାଇମ୍ସ'କୁ ସୂଚନା ଦେଇ କହିଛନ୍ତି, ‘‘କୋଭିଡ-୧୯ ବିବାହିତ ଲୋକଙ୍କ ମଧ୍ୟରେ ଅନେକ ବିବାଦ ସୃଷ୍ଟି କରିଥିଲା ଯାହା ଯୋଗୁଁ ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ଭଳି ବଡ଼ ସମସ୍ୟା ଦେଖାଦେଇଥିଲା । କିନ୍ତୁ ଅନେକ ବିବାହିତ ଦମ୍ପତି ଲକଡାଉନ୍ ସମୟକୁ ବହୁତ ସୁନ୍ଦର ଭାବରେ ବିତେଇଛନ୍ତି ।’’
ୱେଲନେସ୍ ବ୍ରାଣ୍ଡ ସିବିଆଇ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଲକଡାଉନ୍ ସମୟରେ ପତିପତ୍ନୀ ଓ ପ୍ରେମୀ ଯୁଗଳମାନଙ୍କ ମଧ୍ୟରେ ଦୈହିକ କାମନା (ସେକ୍ସର ଇଚ୍ଛା ବା ଲିବିଡୋ) ପୂ୍ର୍ବବତ୍ ରହିଥିଲା । ୬୩ ପ୍ରତିଶତ ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ଫୋନରେ ବ୍ୟସ୍ତ ରହୁଥିଲେ । ହେଲେ ସେମାନଙ୍କ ମଧ୍ୟରୁ କେତେକ ସେକ୍ସ ସମ୍ପର୍କରେ ବି ବ୍ୟସ୍ତ ଥିଲେ । ହେଲେ ଅଧିକାଂଶ କହିଥିଲେ ଯେ ସେମାନେ ମାସରେ ମାତ୍ର ଦୁଇ ଥର ସେକ୍ସ (ଶାରୀରିକ ସମ୍ପର୍କ ରଖିବା) ପାଇଁ ମୁଡ୍ ବନେଇବାରେ ସକ୍ଷମ ହୋଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।