ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଲକଡାଉନରେ ଉଚ୍ଚ ଶିକ୍ଷା: ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ୟୁଜିସି ଜାରି କଲା ନୂଆ କ୍ୟାଲେଣ୍ଡର

ଲକଡାଉନରେ ଉଚ୍ଚ ଶିକ୍ଷା: ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ୟୁଜିସି ଜାରି କଲା ନୂଆ କ୍ୟାଲେଣ୍ଡର

‘‘ଛାତ୍ରଛାତ୍ରୀମାନେ ଲକଡାଉନ୍ ଦିନଗୁଡ଼ିକୁ ସୁଯୋଗ ଭାବେ ଗ୍ରହଣ କରି ପାଠ ପଢାରେ ମନାନିବେଶ କରନ୍ତୁ । ଜୁନ୍ ୧୭ ରେ ଶିକ୍ଷାନଷ୍ଠାନ ସବୁ ଖୋଲିବା ପରେ ଯେ କୌଣସି ମୁହୂର୍ତ୍ତରେ ପରୀକ୍ଷା ହେବ,’’ କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ଲକଡାଉନରେ ଉଚ୍ଚ ଶିକ୍ଷା: ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ୟୁଜିସି ଜାରି କଲା ନୂଆ କ୍ୟାଲେଣ୍ଡର
କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ
  • News18 Odia
  • Last Updated: April 30, 2020, 10:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ୟୁଜିସି ପ୍ରକାଶ କରିଛି ନୂଆ କ୍ୟାଲେଣ୍ଡର ଓ ନୂଆ ଗାଇଡ଼ଲାଇନ । ଏହି ଗାଇଡ଼ଲାଇନ ଅନୁଯାୟୀ ଅଗଷ୍ଟ ୧ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମ ଲେଖା ବା ଆଡ଼ମିସନ ହେବ । ଟର୍ମିନାଲ ସେମିଷ୍ଟର ଜୁଲାଇ ମାସରେ ଅନୁଷ୍ଠିତ ହେବ। ଇଂଟର୍ମିଡିଏଟ ଛାତ୍ରଛାତ୍ରୀଙ୍କୁ ପୂର୍ବ ସେମିଷ୍ଟର ଓ ଇଣ୍ଟରନାଲ ପରୀକ୍ଷା ଅନୁଯାୟୀ ଗ୍ରେଡ ମିଳିବ ।

ୟୁଜିସି ନୂଆ ଗାଇଡ଼ଲାଇନ ପ୍ରକାଶ କରିବା ପରେ ତାହା ଉପରେ ତର୍ଜମା କରିବେ ରାଜ୍ୟ ସରକାର । ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଠିକ୍ ହେବ ତାକୁ ଲାଗୁ କରାଯିବ । ସେଥି ଲାଗି ଏକ ଉଚ୍ଚସ୍ତରୀୟ ବୈଠକ ବସିବ ।

‘‘ଆମେ ୟୁଜିସି ଗାଇଡ଼ ଲାଇନ ପାଇଛୁ । ଏହାକୁ ଆମେ ତର୍ଜମା କରିବୁ । ଏକ ସ୍ୱତନ୍ତ୍ର ଟିମ ଗଠନ କରି ବୈଠକ ବସିବ । ରାଜ୍ୟର ସ୍ଥିତିକୁ ଦେଖି ଉଚିତ ପଦକ୍ଷେପ ନେବୁ। ଛାତ୍ରଛାତ୍ରୀମାନେ ଲକଡାଉନ୍ ଦିନଗୁଡ଼ିକୁ ସୁଯୋଗ ଭାବେ ଗ୍ରହଣ କରି ପାଠ ପଢାରେ ମନାନିବେଶ କରନ୍ତୁ । ଜୁନ୍ ୧୭ ରେ ଶିକ୍ଷାନଷ୍ଠାନ ସବୁ ଖୋଲିବା ପରେ ଯେ କୌଣସି ମୁହୂର୍ତ୍ତରେ ପରୀକ୍ଷା ହେବ,’’ କହିଛନ୍ତି ସାହୁ ।

ଏଭଳି ସ୍ଥିତିରେ ୟୁଜିସିର ଗାଇଡ଼ ଲାଇନ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ଶିକ୍ଷାବିତମାନେ । ‘‘ବାସ୍ତବରେ ଯେଉଁ ସ୍ଥିତି ଉପୁଜିଛି ତାରି ଭିତରେ ଏହାର ସମାଧାନ କାଠିକର ପାଠ। ସାରା ବିଶ୍ୱ ପଛକୁ ଘୁଞ୍ଚିଯାଇଥିବା ବେଳେ ବିଳମ୍ବରେ ପରୀକ୍ଷା ହେଲେ ଛାତ୍ରଛାତ୍ରୀଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଏଣୁ ୟୁଜିସି ଗାଇଡ଼ଲାଇନକୁ ପାଳନ କରି ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ,’’ କହିଛନ୍ତି ଶିକ୍ଷାବିତ ଆର.ଏନ. ପଣ୍ଡା ।

ଜୁଲାଇରେ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢିଛି। ସେମାନଙ୍କୁ ଡର ଲାଗୁଚି ଯେ ଉଚ୍ଚ ଶିକ୍ଷା ପାଇଁ ସେମାନେ ପଛେଇ ଯିବେନି ତ । କରୋନା ମାହାମାରୀର ସଙ୍କଟକୁ ଦେଖି ସରକାରଙ୍କ ପଦକ୍ଷେପ ସମୟୋପଯୋଗୀ ବୋଲି କହିଛନ୍ତି ସେମାନେ ।

କୋଭିଡ଼-୧୯ ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଶିକ୍ଷାଅନୁଷ୍ଠାନକୁ ଜୁନ ୧୭ ଯାଏଁ ବନ୍ଦ କରାଯାଇଛି । ରାଜ୍ୟ କୋଭିଡ଼-୧୯ ସେଲ୍‌ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ବିଷୟରେ ଠିକ୍‌ ସମୟରେ ଅବଗତ କରାଇବାକୁ ରହିଛି ନିର୍ଦ୍ଦେଶ ।
First published: April 30, 2020, 10:31 PM IST