ଅନଲାଇନ୍ ପରୀକ୍ଷା: ରାଜ୍ୟରେ ଚଳିତ ବର୍ଷ UG ଓ PG ପରୀକ୍ଷା ପାଇଁ ମେଣ୍ଟରିଙ୍ଗ୍ ବ୍ୟବସ୍ଥା ଲାଗୁ ହେବ

ମେଣ୍ଟରିଂ ବ୍ୟବସ୍ଥା ଅନୁସାରେ ଛାତ୍ରଛାତ୍ରୀମାନେ କେମିତି ସୁରୁଖୁରୁରେ ପରୀକ୍ଷା ଦେଇପାରିବେ ଓ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିବ ତା’ର ବ୍ୟବସ୍ଥା ଅଧ୍ୟାପକମାନେ କରିବେ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ।

ଅନଲାଇନ୍ ପରୀକ୍ଷା: ରାଜ୍ୟରେ ଚଳିତ ବର୍ଷ UG ଓ PG ପରୀକ୍ଷା ପାଇଁ ମେଣ୍ଟରିଙ୍ଗ୍ ବ୍ୟବସ୍ଥା ଲାଗୁ ହେବ
ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ
  • News18 Odia
  • Last Updated: June 25, 2021, 11:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚଳିତ ବର୍ଷ ୟୁଜି ଓ ପିଜି ପରୀକ୍ଷା ପାଇଁ ମେଣ୍ଟରିଙ୍ଗ୍‌ ବ୍ୟବସ୍ଥା ଲାଗୁ କରାଯିବା ନେଇ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏହି ବ୍ୟବସ୍ଥା ଅନୁସାରେ ଛାତ୍ରଛାତ୍ରୀମାନଙ୍କ ଉପରେ ନଜର ରଖିବେ ଅଧ୍ୟାପକମାନେ । ପୂର୍ବରୁ କୁଳପତିମାନଙ୍କ ସହ ବୈଠକ ହେବା ପରେ ଶୁକ୍ରବାର ଦିନ ସବୁ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କ ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଲୋଚନା କରିଛନ୍ତି ଓ ମେଣ୍ଟରିଂ ବିଷୟରେ ନିଷ୍ପତ୍ତି ନିଆଯାଇଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଡିଗ୍ରୀ କଲେଜର ଛାତ୍ରଛାତ୍ରୀମାନେ ନିଜ କଲେଜ ବଦଳରେ ନିକଟରେ ଥିବା ଅନ୍ୟ କୌଣସି କଲେଜରେ ମଧ୍ୟ ପରୀକ୍ଷା ଦେଇପାରିବେ । ସେ ନେଇ ବ୍ୟବସ୍ଥା କରିବାକୁ ଏହି ବୈଠକରେ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ । ଉଦାହରଣ ସ୍ୱରୂପ ଯଦି କଳାହାଣ୍ଡି ଜିଲ୍ଲାର ଜଣେ ଛାତ୍ର ଭୁବନେଶ୍ଵରରେ ପଢୁଛି ଓ ଏବେ କରୋନା ସଂକ୍ରମଣର ଦିତୀୟ ଲହର ଚାଲିଥିବାରୁ ହଷ୍ଟେଲ ବନ୍ଦ ହେବା ଯୋଗୁଁ ସେ ଗାଆଁରେ ଅଛି, ତେବେ ସେ ଚାହିଁଲେ ନିଜ ଗାଁ ନିକଟରେ ଥିବା କଲେଜରେ ପରୀକ୍ଷା ଦେଇପାରିବ। ଅନଲାଇନ୍‌ ପରୀକ୍ଷା କିପରି ଶୃଙ୍ଖଳିତ ଭାବେ ହେବ ସେ ନେଇ ଉଚିତ ପଦକ୍ଷେପ ନେବାକୁ କଲେଜ ପ୍ରିନ୍ସିପାଲମାନଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ | ରିଲାଏନ୍ସ Jio ଆଣିଲା ନୂଆ ସ୍ମାର୍ଟଫୋନ୍ଜିଓଫୋନ୍ ନେକ୍ସଟ୍’; ଜଲ୍ଦି ବଜାରକୁ ଆସିବ ଏହି JioPhone Next

‘‘ଯଦି ଗୋଟିଏ ବିଭାଗରେ ୩୨ ଜଣ ଛାତ୍ର ଛାତ୍ରୀ ଅଛନ୍ତି ଓ ସେହି ବିଭାଗରେ ଚାରି ଜଣ ଅଧ୍ୟାପକ ଅଛନ୍ତି, ତେବେ ସେହି ଚାରି ଜଣ ଶିକ୍ଷକ ଜଣକା ଆଠ ଜଣ ପିଲାଙ୍କ ଦାୟିତ୍ୱ ନେବେ ଓ ସେମାନଙ୍କ ମେଣ୍ଟରିଂ କରିବେ । ସେମାନେ କିଭଳି ସୁରୁଖୁରୁରେ ପରୀକ୍ଷା ଦେବେ ଓ ସେମାନଙ୍କର ଯାହା ସମସ୍ୟା ଅଛି ତା’ର କେମିତି ସମାଧାନ ହୋଇପାରିବ ତା’ର ବ୍ୟବସ୍ଥା କରିବେ,’’ କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ଏହା ବି ପଢ଼ନ୍ତୁ | Actress Arrested: ଦୁର୍ବ୍ୟବହାର ଅଭିଯୋଗରେ ବଲିଉଡ ଅଭିନେତ୍ରୀ ପାୟଲ୍ ରୋହତାଗୀ ଗିରଫ ହେଲେ

ସରକାରଙ୍କ ଅନଲାଇନ୍‌ ପରୀକ୍ଷା ନିଷ୍ପତ୍ତିକୁ ଛାତ୍ରଛାତ୍ରୀମାନେ ସ୍ବାଗତ କରିଥିବା ବେଳେ ଶିକ୍ଷାବିତମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କମଳ ପ୍ରସାଦ ମହାପାତ୍ର କହିଛନ୍ତି ଯେ ସବୁ ଜାଗାରେ ଇଣ୍ଟରନେଟ୍‌ ନେଟୱାର୍କ ଉପଲବ୍ଧ ନ ଥିବାରୁ ଓ ଥିଲେ ବି ଭଲ କ୍ୱାଲିଟିର ହୋଇ ନ ଥିବାରୁ ଅନଲାଇନ୍‌ ପରୀକ୍ଷାରେ ସମସ୍ୟା ହେବ ।



‘‘ତା’ ଛଡ଼ା ଯଦି ଜଣେ ଛାତ୍ର ନିଜ ଅଞ୍ଚଳରେ ଥିବା କଲେଜକୁ ଆସି ପରୀକ୍ଷା ଦେବାକୁ ଅନୁମତି ମିଳିଛି, ତେବେ କାହିଁକି ଅଫଲାଇନରେ ଏହି ସମଗ୍ର ପରୀକ୍ଷା କରିହେବ ନାହିଁ? କଲେଜକୁ ଆସି ପରୀକ୍ଷା ଦେବାର ବ୍ୟବସ୍ଥା ହେଉଛି ମାନେ ସବୁ ପିଲାମାନଙ୍କୁ ପେପର୍‌ ଦିଆଯିବା ଉଚିତ ଓ ଅଫଲାଇନ୍ ପରୀକ୍ଷା ଦେବା ଉଚିତ । ଅନଲାଇନ୍‌ ପରୀକ୍ଷାରେ ସ୍ବଚ୍ଛତା ଆସିବ ନାହିଁ । ଯଦି ଘରେ ରହି ପିଲାମାନେ ପରୀକ୍ଷା ଦେବେ ତେବେ ମେଣ୍ଟରିଙ୍ଗ୍‌ ବ୍ୟବସ୍ଥା କିଭଳି କାର୍ଯ୍ୟକାରୀ ହେବ?’’ ପଚାରିଛନ୍ତି ମହାପାତ୍ର ।
Published by: Anand ST Das
First published: June 25, 2021, 11:41 PM IST