କଟକ ସିଡିଏ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେଲେ

ଏହା ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ସମସ୍ତ ୩୦ ଜଣ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯିବା ସହ ସେମାନଙ୍କୁ କ୍ୱାରେଣ୍ଟିନକୁ ପଠାଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇ ସାନିଟାଇଜ ମଧ୍ୟ କରାଯାଇଛି ।

କଟକ ସିଡିଏ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେଲେ
କଟକ ସିଡିଏ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ସିଡିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ଓ ଆଉ ଜଣେ ସୁରକ୍ଷାକର୍ମୀ । ଏହି ଦୁଇ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉଭୟଙ୍କୁ ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏ କଥା ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ସମସ୍ତ ୩୦ ଜଣ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯିବା ସହ ସେମାନଙ୍କୁ କ୍ୱାରେଣ୍ଟିନକୁ ପଠାଯାଇଛି । ଏମାନଙ୍କ ମଧ୍ୟରେ ଡ଼ାକ୍ତର, ପରମେଡ଼ିକାଲ ଷ୍ଟାଫ ଓ ଅନ୍ୟ ସଫେଇ ଓ ସୁରକ୍ଷାକର୍ମୀମାନେ ମଧ୍ୟ ଅଛନ୍ତି । ଏହା ସହିତ ପୂରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇ ସାନିଟାଇଜ ମଧ୍ୟ କରାଯାଇଛି।

‘‘ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଆମେ ସିଡ଼ିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ୩୦ ଜଣ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛୁ। ଦ୍ୱିତୀୟ ପର୍ଯ୍ୟାୟରେ ସେମାନଙ୍କ ପରିବାର ଲୋକ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କର ମଧ୍ୟ ସ୍ୱାବ ପରୀକ୍ଷା କରାଯିବ। କିନ୍ତୁ ଏହି ଦୁଇ କର୍ମଚାରୀ କିପରି ସଂକ୍ରମିତ ହେଲେ ତାହା ଜଣା ପଡ଼ିନାହିଁ,’’ କହିଛନ୍ତି କଟକ ମହାନଗର ନିଗମର ଡେପୁଟି କମିଶନର ଡ଼କ୍ଟର ଅବିନାଶ ରାଉତ ।

SCBର ପୂର୍ବତନ ଅଧୀକ୍ଷକ ତଥା ବିଶିଷ୍ଟ ଚିକିତ୍ସକ ପ୍ରଫେସର ଡାକ୍ତର ଧୀରେନ୍ଦ୍ର ନାଥ ମହାରଣା


ଉଭୟ ସଂକ୍ରମିତ କଟକ ସହରର ଭିନ୍ନ ଭିନ୍ନ ସ୍ଥାନର ହୋଇଥିବା ବେଳେ ସେମାନେ କିପରି ଓ କାହା ଦ୍ୱାରା ସଂକ୍ରମିତ ହେଲେ ତାହା ଜଣା ନ ପଡ଼ିବା ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି । ସହରର ପ୍ରଥମ ଘଟଣା ଭାବେ ଅପ୍ରେଲ ୪ ତାରିଖରେ ନିଜାମୁଦ୍ଦିନ ଫେରନ୍ତା ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ଏହା ପରେ ଗତ ମାସ ୨୪ ତାରିଖରେ ସିଟି ହସ୍ପିଟାଲର ଜଣେ ଡାକ୍ତର ଏଥିରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ତୃତୀୟ ମାମଲା ଭାବେ ସିଡ଼ିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।

ପ୍ରଥମ ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୪୦ରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିଲା। ଏହା ପରେ ମଧ୍ୟ ବିଭିନ୍ନ ସମୟରେ ସହରର ପ୍ରାୟ ୫୦୦ ଲୋକଙ୍କ ସ୍ୱାବ ସଂଗ୍ରହ ହୋଇସାରିଛି। ଏପରିକି ପ୍ରାୟ ୩୦୦ ଜଣଙ୍କ ସ୍ୱାବ ସିଡ଼ିଏର ସେହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଂଗୃହିତ ମଧ୍ୟ ହୋଇଛି। କିନ୍ତୁ ଜଣକ ଠାରେ ମଧ୍ୟ କରୋନା ଭୂତାଣୁ ମିଳି ନ ଥିଲା। ତେଣୁ ଏହା ସତ୍ୱେ ସହରରୁ କରୋନା ଆକ୍ରାନ୍ତ ବାହାରିବା ପ୍ରଶାସନର ଚିନ୍ତା ବଢାଇ ଦେଇଛି।

ନିଜ ନାମ ଗୋପନ ରଖିବା ସର୍ତ୍ତରେ କୋଭିଡ଼ ରୋଗୀଙ୍କ କଥା ବୁଝୁଥିବା କଟକ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି: ‘‘ଦୀର୍ଘ ଅଢେ଼ଇ ମାସ ହେଲା ମୁଁ ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛି, କିନ୍ତୁ କିଭଳି ପଜିଟିଭ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସି ମଧ୍ୟ ତାଙ୍କ ପରିବାର ଲୋକଙ୍କ ସ୍ୱାବ ନେଗେଟିଭ ଆସୁଛି ତାହା ଜାଣି ପାରୁନାହିଁ। ଉଭୟ ନିଜାମୁଦ୍ଦିନ ଫେରନ୍ତାଙ୍କ ସହିତ ସିଟି ହସ୍ପିଟାଲର ଡାକ୍ତର ଓ ସେମାନେ ଯେଉଁ ପରିବାର ସହ ରହୁଥିଲେ ସେମାନଙ୍କ ଠାରେ କରୋନା ଭୂତାଣୁ ମିଳିଲା ନାହିଁ । ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ତ କେବଳ ପାରାସିଟାମଲରେ ସୁସ୍ଥ ହୋଇଯାଉଛନ୍ତି । ତାହା ମୋତେ ଆଶ୍ଚର୍ଯ୍ୟ କରୁଛି ।’’

ଏହି ପ୍ରଶ୍ନର ଉତ୍ତରରେ SCB ହସପିଟାଲର ପୂର୍ବତନ ଅଧୀକ୍ଷକ ତଥା ରାଜ୍ୟର ବିଶିଷ୍ଟ ଭେଷଜ ଚିକିତ୍ସକ ପ୍ରଫେସର ଡାକ୍ତର ଧୀରେନ୍ଦ୍ର ନାଥ ମହାରଣା କହିଛନ୍ତି: ‘‘ଏହା ଗଣିତ ନୁହେଁ, ବାୟୋଲୋଜିକାଲ ସାଇନ୍ସ । ଗଣିତରେ ୧ରେ ୧ ମିଶିଲେ ଯୋଗ ଫଳ ଦୁଇ ହୋଇଥାଏ, କିନ୍ତୁ ବୟୋଲୋଜିକାଲ ବିଜ୍ଞାନରେ ୧ ଓ ୧ର ଯୋଗଫଳ ଭିନ୍ନ ଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ହୋଇଥାଏ । ତାହା ଛଡ଼ା କରୋନାକୁ ନେଇ ସୃଷ୍ଟି ହେଉଥିବା ଅନେକ ପ୍ରଶ୍ନର ଉତ୍ତର ମେଡିକାଲ ସାଇନ୍ସ ପାଖରେ ବି ନାହିଁ । ଏହା ଜାଣିବା ପାଇଁ ଗବେଷଣା ଜାରି ରହିଛି ।’’

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 6, 2020, 11:05 PM IST
corona virus btn
corona virus btn
Loading