ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଦେଶରେ ଗତ ୨୪ ଘଣ୍ଟାରେ ଆଉ ୨ ଜୀବନ ନେଲା କରୋନା ଭାଇରସ୍; ମୃତ୍ୟୁ ସଂଖ୍ୟା ୧୯ ହେଲା

ଦେଶରେ ଗତ ୨୪ ଘଣ୍ଟାରେ ଆଉ ୨ ଜୀବନ ନେଲା କରୋନା ଭାଇରସ୍; ମୃତ୍ୟୁ ସଂଖ୍ୟା ୧୯ ହେଲା

ଏ ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ଦେଶରେ ୨୭,୩୩୩ ଜଣ ଲୋକଙ୍କ ମୃତ୍ୟୁର କାରଣ ହେଲାଣି କରୋନା ଭାଇରସ । ସମଗ୍ର ବିଶ୍ୱରେ ୫,୯୫,୯୫୩ ଲୋକ ସଂକ୍ରମିତ ହୋଇଛନ୍ତି । ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବାର ଆଶଙ୍କା ବଢ଼ିଛି ।

ଦେଶରେ ଗତ ୨୪ ଘଣ୍ଟାରେ ଆଉ ୨ ଜୀବନ ନେଲା କରୋନା ଭାଇରସ୍; ମୃତ୍ୟୁ ସଂଖ୍ୟା ୧୯ ହେଲା
କେରଳରେ ମାସ୍କ ପିନ୍ଧି କଥାବାର୍ତ୍ତା ହେଉଥିବା କିଛି କଲେଜ ଛାତ୍ରୀ । (ରୟଟର୍ସ୍‌)
  • News18 Odia
  • Last Updated: March 28, 2020, 3:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସର ପ୍ରକୋପ ବିଶ୍ୱର ବିଭିନ୍ନ ଦେଶ ସହିତ ଭାରତରେ ବି ବଢ଼ିଚାଲିଛି । ଭାରତରେ ଗତ ୨୪ ଘଣ୍ଟା ଭିତରେ ଆଉ ଦୁଇ ଜଣଙ୍କ ଜୀବନ ନେଇଛି କିଲର କରୋନା । ଏଥି ସହ ଭାରତରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି ।

ଭାରତରେ ଏ ପର୍ଯ୍ୟନ୍ତ ୮୭୩ ଜଣ ବ୍ୟକ୍ତି କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭ ଜଣ ବିଦେଶୀ ନାଗରିକ ଅଛନ୍ତି । ବର୍ତ୍ତମାନ ୭୭୫ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ।

କେରଳରେ ଆଜି ପ୍ରଥମ COVID-19 (କରୋନା ଭାଇରସ୍‌) ରେ ପ୍ରଥମ ମୃତ୍ୟୁ ହୋଇଛି । ଦୁବାଇକୁ ଯାଆ ଆସ କରୁଥିବା ଏହି ୬୯ ବର୍ଷୀୟ ବ୍ୟକ୍ତି ମାର୍ଚ୍ଚ ୨୨ରେ ହସପିଟାଲରେ ଆଡମିଟ ହୋଇଥିଲେ । ସେ ଜଣେ ହୃଦୟ ରୋଗୀ ଥିଲେ ଓ ପୂର୍ବରୁ ବାଇପାସ୍‌ ସର୍ଜରୀ କରାଇଥିଲେ ।

କେରଳରେ ୧୭୧ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ରରେ ଛଅଟି ନୂଆ ମାମଲା ପଞ୍ଜିକୃତ ହୋଇ ରାଜ୍ୟର ମୋ’ଟ ମାମଲା ୧୮୦କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ୫ ଜଣଙ୍କ ଜୀବନ ଗଲାଣି । ଗୁଜରାଟରେ ଛଅଟି ନୂଆ ମାମଲା ଆସିବାରୁ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୫୩ ହୋଇଛି ।

ଦିଲ୍ଲୀରୁ ପାଦରେ ଚାଲି ଚାଲି ଘରକୁ ବାହାରିଥିବା ବିହାରୀ ମାଇଗ୍ରାଣ୍ଟ୍ ୱର୍କରମାନେ ।


ତେଲେଙ୍ଗାନାରେ ୩୮ ଓ ରାଜସ୍ଥାନରେ ୪୮ ଜଣ ପଜଟିଭ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୩୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ସଂକ୍ରମିତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି । ଉତ୍ତର ପ୍ରଦେଶରେ ୪୫, ପଞ୍ଜାବରେ ୩୮, ତାମିଲ ନାଡୁରେ ୩୮ ଓ ମଧ୍ୟ ପ୍ରଦେଶରେ ୩୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ବିହାରରେ ଦେଶ ବାହାରକୁ ଯିବା ଆସିବାର କୌଣସି ଇତିହାସ ନ ଥିବା ଓ ସଂକ୍ରମିତ ଅଞ୍ଚଳକୁ ଯାଇଥିବାର ପ୍ରମାଣ ନ ଥିବା କେତେ ଜଣ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଦେଖାଯାଇଛି । ଏହାକୁ ନେଇ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବାର ଆଶଙ୍କା ବଢ଼ିଛି ।

ଏ ପର୍ଯ୍ୟନ୍ତ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨୭,୩୩୩କୁ ବୃଦ୍ଧି ପାଇଛି । ଇଟାଲୀରେ ସର୍ବାଧିକ ମୃତ୍ୟୁ ଘଟିଛି । ସମଗ୍ର ବିଶ୍ୱରେ ୫,୯୫,୯୫୩ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । କେବଳ ଆମେରିକାରେ ଶୁକ୍ରବାର ସୁଦ୍ଧା ୧,୦୦,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି । ନ୍ୟୁୟର୍କ ଆମେରିକାର ସବୁ ଠାରୁ ଅଧିକ କ୍ଷତିଗ୍ରସ୍ତ ସହର ପାଲଟିଛି ।
First published: March 28, 2020, 3:03 PM IST