ରାଜ୍ୟରେ ଚିହ୍ନଟ ୪ କରୋନା ପଜିଟିଭଙ୍କ ଭିତରେ ଭୁବନେଶ୍ବର ଝାରପଡ଼ାର ଦୁଇ ଶିଶୁ ଓ ମାଆ ଅଛନ୍ତି

ଏହି ଦୁଇ ଜଣ ଶିଶୁ କନ୍ୟା ଓ ତାଙ୍କ ମାଆ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ରାଜ୍ୟରେ ପ୍ରାଣ ହରେଇଥିବା ୭୨ ବର୍ଷୀୟ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣା ପଡ଼ିଛି । ଏମାନଙ୍କ ବ୍ୟତୀତ ଆକ୍ରାନ୍ତ ଚତୁର୍ଥ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲାର ଜଣେ ୨୦ ବର୍ଷୀୟ ଯୁବକ ।

ରାଜ୍ୟରେ ଚିହ୍ନଟ ୪ କରୋନା ପଜିଟିଭଙ୍କ ଭିତରେ ଭୁବନେଶ୍ବର ଝାରପଡ଼ାର ଦୁଇ ଶିଶୁ ଓ ମାଆ ଅଛନ୍ତି
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 10, 2020, 8:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ ଗତ କାଲି ରାତିରେ ଯେଉଁ ଚାରି ଜଣ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ବିଷୟରେ ସରକାର କହିଥିଲେ ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଶିଶୁ କନ୍ୟା । ଉଭୟ ଭୁବନେଶ୍ୱରର ଝାରପଡ଼ାର ବାସିନ୍ଦା ଓ ଦୁଇ ଭଉଣୀ । ଜଣକୁ ପାଞ୍ଚ ବର୍ଷ ଓ ଆର ଜଣକୁ ନଅ ବର୍ଷ ବୟସ ବୋଲି ଜଣାଯାଇଛି । ସେମାନଙ୍କ ସହ ତାଙ୍କ ୩୭ ବର୍ଷୀୟା ମାଆ ବି ସଂକ୍ରମିତ ହୋଇଛନ୍ତି ।

ଏହି ଦୁଇ ଜଣ ଶିଶୁ କନ୍ୟା ଓ ତାଙ୍କ ମାଆ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇ ରାଜ୍ୟରେ ପ୍ରାଣ ହରେଇଥିବା ୭୨ ବର୍ଷୀୟ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣା ପଡ଼ିଛି । ଏମାନଙ୍କ ବ୍ୟତୀତ ଆକ୍ରାନ୍ତ ଚତୁର୍ଥ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲାର ଜଣେ ୨୦ ବର୍ଷୀୟ ଯୁବକ ।

ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୪୮ ଜଣ ବ୍ୟକ୍ତି କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୪୯ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇଛି । ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ପରୀକ୍ଷା ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟାର ୧.୪୭ ପ୍ରତିଶତ ବୋଲି ଆଜି ବରିଷ୍ଠ ସରକାରୀ ଅଧିକାରୀମାନେ କହିଛନ୍ତି । ୧୦୦ରୁ ଅଧିକ ଲୋକଙ୍କୁ ବିଭିନ୍ନ ହସପିଟାଲରେ ବିଚ୍ଛିନ୍ନତାରେ (isolation)ରେ ରଖାଯାଇଛି ।

ଓଡ଼ିଶାରେ କରୋନା ଭାଇରସ୍‌ ପାଇଁ ନମୁନା ପରୀକ୍ଷା କ୍ଷମତାକୁ ୧,୧୨୫କୁ ବୃଦ୍ଧି କରାଯିବାକୁ ଯୋଜନା ହୋଇଛି । ଏପ୍ରିଲ ୧୩ରୁ ବ୍ରହ୍ମପୁରରେ ଦୈନିକ ୨୫ଟି ନମୁନା ପରୀକ୍ଷା ହୋଇପାରିବ । ଏପ୍ରିଲ ୧୫ରୁ ବୁର୍ଲାରେ ବି ଦୈନିକ ୨୫ଟି ନମୁନା ପରୀକ୍ଷା ହୋଇପାରିବ । ଏବେ ଭୁବନେଶ୍ବରରେ RMRC, ଏମ୍‌ସ ଓ ILSରେ ପରୀକ୍ଷା ବ୍ୟବସ୍ଥା ଅଛି । କଟକ SCB ହସ୍ପିଟାଲରେ ବି କରୋନା ପରୀକ୍ଷା କରାଯାଉଛି ।

ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ନଅଟି କୋଭିଡ-୧୯ ହସପିଟାଲ ପ୍ରସ୍ତୁତ କରାଯାଇଛି । ଏଥିରେ ମୋଟ ୧,୭୯୭ଟି ଶଯ୍ୟା ଅଛି । ସରକାର ଏମିତି ୨୪ଟି ହସପିଟାଲ ପ୍ରସତୁତ କରିବାକୁ ଲକ୍ଷ ରଖିଛନ୍ତି ବୋଲି ସୂଚନା ଓ ଜନ ସମ୍ପର୍କ ସଚିବ ସଞ୍ଜୟ ସିଂ ଆଜି କହିଛନ୍ତି ।

ରାଜ୍ୟରେ କରୋନା ଭାଇରସ ମୁକାବିଲା ସମ୍ପର୍କୀୟ ସମିତିର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ଉପଦେଶ ଦେଇଛନ୍ତି । ‘‘ଆମେ ଦିନକୁ ଅତି କମରେ ୩୬୮ ଥର ଆମ ହାତକୁ ମୁହଁ ନିକଟକୁ ନେଇଥାଉ । ଏଥିରୁ ନିବୃତ ରହିବା ଉଚିତ । ମାସ୍କ ପିନ୍ଧିବା ନିହାତି ଆବଶ୍ୟକ,’’ କହିଛନ୍ତି ବାଗଚୀ ।
First published: April 10, 2020, 8:47 PM IST
corona virus btn
corona virus btn
Loading