ଅନୁଗୁଳରେ ଦୁଇ ଜଣ ଅବକାରୀ ଅଧିକାରୀ ସୁପର ସ୍ପ୍ରେଡ଼ର ହୋଇ ପାରନ୍ତି; କଣ୍ଟାକ୍ଟ ଟ୍ରେସିଂ ଚାଲିଛି

ଜିଲ୍ଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି ଯେ ଅବକାରୀ ବିଭାଗର ସବୁ କର୍ମଚାରୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇ ସେମାନଙ୍କୁ ହୋମ କ୍ଵରେଣ୍ଟାଇନରେ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆ ଯାଇଛି। ପ୍ରଶାସନ ତରଫରୁ ସବୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।

ଅନୁଗୁଳରେ ଦୁଇ ଜଣ ଅବକାରୀ ଅଧିକାରୀ ସୁପର ସ୍ପ୍ରେଡ଼ର ହୋଇ ପାରନ୍ତି; କଣ୍ଟାକ୍ଟ ଟ୍ରେସିଂ ଚାଲିଛି
ଅନଗୁଳରେ ସରକାରୀ ଅଫିସଗୁଡ଼ିକୁ ସାନିଟାଇଜ କରାଯାଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
ଭିକାରୀ ମହାନ୍ତି | News18 Odia Digital

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଦୁଇ ଜଣ ସରକାରୀ ଅଧିକାରୀ କରୋନା ପଜିଟିଭ ବୋଲି ଜଣା ପଡ଼ିବା ପରେ ପ୍ରଶାସନର ଚିନ୍ତା ବଢ଼ି ଯାଇଛି। ଗତ ୧୯ ତାରିଖ ଅନୁଗୁଳ ସହରର ଏକ ମଦ ଦୋକାନରୁ ତିନି ଜଣ କର୍ମଚାରୀ କରୋନା ସଂକ୍ରମିତ ବୋଲି ଜଣା ପଡ଼ିବା ପରେ ପ୍ରଶାସନ ତରଫରୁ ସେହି ମଦ ଦୋକାନଗୁଡ଼ିକୁ ସିଲ କରା ଯାଇଥିଲା । ସିଲ କରିବାକୁ ଯାଇଥିବା ଅବକାରୀ ଅଧୀକ୍ଷକ ଓ ଜଣେ ଇନ୍ସପେକ୍ଟର କରୋନା ସଂକ୍ରମିତ ହୋଇଥିଲେ।

ଏହା ଛଡ଼ା ମଦ ଦୋକାନ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ଆଉ ଦୁଇ ଜଣ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଥିଲେ। କିନ୍ତୁ ମଦ ଦୋକାନ କର୍ମଚାରୀମାନେ ଦୈନିକ ଶହ ଶହ ଲୋକଙ୍କୁ ମଦ ବିକ୍ରି କରିଛନ୍ତି। ଅବକାରୀ ଅଧିକାରୀ ଦୁଇ ଜଣ ମଧ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ ମିଶିଛନ୍ତି । ବହୁ ସମୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଦ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛନ୍ତି । ବାହାରେ ମଧ୍ୟ ଅନେକ ଲୋକଙ୍କ ସହ ମିଶିଛନ୍ତି। ତେଣୁ ଏମାନେ ସୁପର ସ୍ପ୍ରେଡ଼ର ହୋଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଅବକାରୀ ଅଧିକାରୀମାନଙ୍କ କଣ୍ଟାକ୍ଟରେ ଆସି ୨୩ ତାରିଖରେ ଆଉ ପାଞ୍ଚ ଜଣ ପଜିଟିଭ ହୋଇଥିବା ଜଣା ପଡ଼ିଛି। ସେମାନେ ସମସ୍ତେ ଅନୁଗୁଳ ସହର ବାସିନ୍ଦା । ଆହୁରି ବହୁ ସଂଖ୍ୟାରେ ରକ୍ତ ନମୁନା ପରୀକ୍ଷା ପାଇଁ ପଠା ଯାଇଛି। ରିପୋର୍ଟ ଆସିଲେ ଜଣା ପଡ଼ିବ । ତେଣୁ ପ୍ରଶାସନ ତରଫରୁ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ, ଅବକାରୀ ଥାନା ଓ ମଦ ଦୋକାନକୁ ଆସନ୍ତା ସାତ ଦିନ ପାଇଁ ସିଲ କରି ଦିଆଯାଇଛି । ଅବକାରୀ କର୍ମଚାରୀମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠା ଯାଇଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ସବୁ କର୍ମଚାରୀଙ୍କୁ ହୋମ କ୍ଵରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ସବୁ ଅବକାରୀ ଥାନା ଓ କାର୍ଯ୍ୟାଳୟକୁ ସାନିଟାଇଜ କରା ଯାଇଛି। କଣ୍ଟାକ୍ଟ ଟ୍ରେସିଂ ଜୋରଦାର ଚାଲିଛି । ଜିଲ୍ଲାରେ ସରକାରୀ ଅଧିକାରୀ କରୋନା ସଂକ୍ରମିତ ହେବା ପ୍ରଥମ ଘଟଣା । ଆଗରୁ ଘଟଣା ଯାହା କିଛି ଥିଲା ଅବକାରୀ ଅଧିକାରୀ ସଂକ୍ରମିତ ବୋଲି ଜଣା ପଡ଼ିବା ପରେ କେବଳ ପ୍ରଶାସନ କାହିଁକି ଜିଲ୍ଲାବାସୀଙ୍କ ମଧ୍ୟ ନିଦ ହଜି ଯାଇଛି।

ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ

ଏହା ବି ପଢ଼ନ୍ତୁ: ଆଜି ଠାରୁ ଜୁଲାଇ ୩୧ ମଧ୍ୟରେ OTTରେ କେଉଁ କେଉଁ ଫିଲ୍ମ ରିଲିଜ୍ ହେବାକୁ ଅଛି ଜାଣନ୍ତୁ

‘‘ଅବକାରୀ ଅଧୀକ୍ଷକ ଓ ଜଣେ ଇନ୍ସପେକ୍ଟର କରୋନା ପଜିଟିଭ ବୋଲି ଜଣା ପଡ଼ିବା ପରେ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ସାତ ଦିନ ପାଇଁ କାର୍ଯ୍ୟାଳୟ ସିଲ କରା ଯାଇଛି। ସମସ୍ତ କର୍ମଚାରୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇ ଦିଆଯିବା ସହ ସେମାନଙ୍କୁ ହୋମ କ୍ଵରେଣ୍ଟାଇନରେ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆ ଯାଇଛି। କଣ୍ଟକଟ ଟ୍ରେସିଂ ଚାଲିଛି। ପ୍ରଶାସନ ତରଫରୁ ଯାହା ପଦକ୍ଷେପ ନିଆ ଯିବା କଥା ନିଆ ଯାଉଛି,’’ କହିଛନ୍ତି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ।



ଦୁଇ ମିନିଟ ସମୟ ଦେଇ ଦୟାକରି ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ ।
Published by: Anand Shankar Thankur Das
First published: July 24, 2020, 9:54 PM IST
corona virus btn
corona virus btn
Loading