୧୧ ଜିଲ୍ଲାରେ ଜାରି ଅଛି ସଟଡାଉନ; ପାସ୍ ବା ପରିଚୟ ପତ୍ର ନ ଥିଲେ ବାହାରକୁ ବାହାରିବା ମନା

କିଏ କିଏ ବାହାରକୁ ଯାଇପାଇବେ ଓ କେଉଁ କାମରେ ଯାଇପାରିବେ ସେ ନେଇ ପୋଲିସ ପକ୍ଷରୁ ନିୟମ ଜାରି ହୋଇଛି । ବେଶୀ ହଇରାଣ ହେଉଛନ୍ତି ଶ୍ରମିକ ଶ୍ରେଣୀର ଲୋକେ । ଏମାନେ ଦୁଇ ଦିନ ହାତ ବାନ୍ଧି ବସିବାକୁ ବାଧ୍ୟ ହୋଇଛନ୍ତି ।

୧୧ ଜିଲ୍ଲାରେ ଜାରି ଅଛି ସଟଡାଉନ; ପାସ୍ ବା ପରିଚୟ ପତ୍ର ନ ଥିଲେ ବାହାରକୁ ବାହାରିବା ମନା
ସଟଡାଉନ୍ ପାଇଁ ଭୁବନେଶ୍ୱରରେ ସବୁ ରାସ୍ତାରେ ପୋଲିସର ଚେକିଂ କଡ଼ା ହୋଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଶନିବାର ଓ ରବିବାର ଦୁଇ ଦିନ ଧରି ଜାରି ହୋଇଥିବା ସଟଡାଉନ ପାଇଁ କମିଶନରେଟ ପୋଲିସର ଆଡଭାଇଜରି ଅନୁସାରେ ଭୁବନେଶ୍ୱର ଓ କଟକରେ ରାସ୍ତାରେ ଲୋକଙ୍କୁ ପାସ୍‌ ଅନୁସାରେ ଯିବାଆସିବା ପାଇଁ ଅନୁମତି ମିଳୁଛି l ବ୍ୟବସାୟୀମାନେ ଏହାକୁ ବାଧ୍ୟରେ ସ୍ୱାଗତ କରିଥିବା ବେଳେ ଶ୍ରମିକମାନେ ନିଜ ପେଟ ପାଟଣା ପାଇଁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

କିଏ କିଏ ବାହାରକୁ ଯାଇପାଇବେ ଓ କେଉଁ କାମରେ ଯାଇପାରିବେ ସେ ନେଇ ପୋଲିସ ପକ୍ଷରୁ ଗତ କାଲି ନିର୍ଦେଶନାମା ଜାରି କରାଯାଇଛି । ହସ୍ପିଟାଲ ଓ କ୍ଲିନିକର କର୍ମଚାରୀ ଓ ନର୍ସମାନେ ନିଜ ପରିଚୟ ପତ୍ର କିମ୍ବା ଗାଡ଼ି ପାସ ଦେଖାଇ ଯାଇଆସି ପାରୁଛନ୍ତି । ଫାର୍ମାସ୍ୟୁଟିକାଲ୍ସ ଓ ମେଡିସିନ ଦୋକାନୀ ନିଜ ଟ୍ରେଡ ଲାଇସେନ୍ସ କିମ୍ଵା ପୂର୍ବରୁ ସଟଡାଉନ ବେଳେ ପୋଲିସ ଦେଇଥିବା ପାସକୁ ବ୍ୟବହାର କରୁଛନ୍ତି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ବିଭାଗ ପକ୍ଷରୁ ମିଳିଥିବା ପରିଚୟ ପତ୍ର ଦେଖାଇ ଯାଇଆସି ପାରୁଛନ୍ତି l

ଟେଲିକମ କମ୍ପାନୀର କର୍ମଚାରୀମାନେ ନିଜ କମ୍ପାନୀ ଦ୍ଵାରା ଇସ୍ୟୁ ହୋଇଥିବା ପରିଚୟ ପତ୍ର ଦେଖାଉଛନ୍ତି । ହୋମ ଡେଲିଭରି ବୟମାନେ ନିଜ ପରିଚୟ ପତ୍ର କିମ୍ବା ହୋଟେଲ ଦେଇଥିବା ପରିଚୟ ପତ୍ରକୁ ବ୍ୟବହାର କରୁଛନ୍ତି l ଗଣମାଧ୍ୟମ ପ୍ରତିନିଧିମାନେ ନିଜ ପରିଚୟ ପତ୍ର ଦେଖାଇ ବାହାରେ କାର୍ଯ୍ୟ କରୁଛନ୍ତି । ହୋଟେଲ କର୍ମଚାରୀମାନେ ନିଜ ପରିଚୟ ପତ୍ର ଦେଖାଉଛନ୍ତି । ଟ୍ୟାକ୍ସି, ଅଟୋ ଓ କ୍ୟାବଗୁଡ଼ିକର ଚାଳକମାନଙ୍କୁ ବିମାନ ବନ୍ଦର ଓ ବସ ଟର୍ମିନାଲ ଯିବା ପାଇଁ ପୋଲିସ ଠାରୁ ପାସ ନେବା ବାଧ୍ଯତାମୂଳକ ହୋଇଛି ।

ସଟଡାଉନ୍ ଯୋଗୁଁ ବେଶୀ ହଇରାଣ ହେଉଛନ୍ତି ଶ୍ରମିକ ଶ୍ରେଣୀର ଲୋକେ ।


ଏହି ଦୁଇଦିନିଆ ସଟଡାଉନରେ ବାହାଘର ଓ ଶ୍ରଦ୍ଧାଞ୍ଜଳି ସଭା ପାଇଁ ପୋଲିସ ପାସ ଯୋଗାଇ ଦେଉଛି । କଟକ ଓ ଭୁବନେଶ୍ଵରରୁ ଅନ୍ୟ ଜିଲ୍ଲାକୁ ଯିବାକୁ ହେଲେ ପୋଲିସ କଣ୍ଟ୍ରୋଲ ରୁମ ୧୦୦ ଠାରୁ ଅନୁମତି ଆବଶ୍ୟକ ପଡ଼ୁଛି l

‘‘ପୂର୍ବ ସଟଡାଉନ ଅପେକ୍ଷା ଏଥର ସଟଡାଉନରେ ଅନେକ ତଫାତ ଅଛି । ଶିଳ୍ପ ଅନୁଷ୍ଠାନ ଓ ନିର୍ମାଣ କାର୍ଯ୍ୟ କାର୍ଯ୍ୟ ସହ ବିଭିନ୍ନ ଅନୁଷ୍ଠାନ ବନ୍ଦ ନ ହୋଇ ଚାଲିଛି । ଅନାବଶ୍ୟକଭାବେ କେହି ଘରୁ ବାହାରନ୍ତୁ ନାହିଁ । ଯଦି କେହି କାମ ପାଇଁ ବାହାରକୁ ଆସୁଛନ୍ତି ପରିଚୟ ପତ୍ର ଧରି ଆସନ୍ତୁ । କେଉଁ କାମ ପାଇଁ ଆସୁଛନ୍ତି କହିବାକୁ ହେବ । ଏ ନେଇ ବିସ୍ତୃତ ଭାବେ ଆଡ଼ଭାଇଜରୀ ଜାରି କରାଯାଇଛି । ସଟଡାଉନ ପାଇଁ ଦ୍ୱୈତ୍ୟ ନଗରୀରେ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି,’’ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ସଢ଼ଙ୍ଗୀ ।

ଏ ସବୁ ଭିତରେ ବେଶୀ ହଇରାଣ ହେଉଛନ୍ତି ଶ୍ରମିକ ଶ୍ରେଣୀର ଲୋକେ । ଏମାନେ ଦୁଇ ଦିନ ହାତ ବାନ୍ଧି ବସି ରହିବାକୁ ବାଧ୍ୟ ହେବେ ।

‘‘ଲକଡାଉନ କୋହଳ ହେବା ପରେ କିଛି କିଛି କାମ ମିଳୁଥିଲା । ଏବେ ଦୁଇ ଦିନ ବନ୍ଦ ହେବ ପୂରା କାମ ଦାମ ଠପ୍‌ । ଚଳିବା ପୁଣି କଷ୍ଟକର ହୋଇପଡିବ,’’ କହିଛନ୍ତି ଶ୍ରମିକ ମିଟୁ ମହାନ୍ତି ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 6, 2020, 6:20 PM IST
corona virus btn
corona virus btn
Loading