କରୋନା ମୁକାବିଲା: ଓଡ଼ିଶାର ୧୧ଟି ଜିଲ୍ଲାରେ ଆଜି ଠାରୁ ଦୁଇ-ଦିନିଆ ସଟଡାଉନ୍ ଜାରି ଅଛି

ସୋମବାର ସକାଳ ୬ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର । କଟକରେ ବଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍‌ ବଢ଼ିଯାଇଛି । ଆଳୁ ଦର ଦୁଇ ଦିନରେ କେଜି ପିଛା ₹୭ ବଢ଼ି ₹୨୭ ହୋଇଛି । ପରିବା ଦର ବି କେଜି ପିଛା ₹୫ରୁ ₹୧୫ ବଢ଼ିଛି ।

କରୋନା ମୁକାବିଲା: ଓଡ଼ିଶାର ୧୧ଟି ଜିଲ୍ଲାରେ ଆଜି ଠାରୁ ଦୁଇ-ଦିନିଆ ସଟଡାଉନ୍ ଜାରି ଅଛି
କଟକରେ ସଟଡାଉନକୁ କଡ଼ାକଡ଼ି ପାଳନ କରିବାକୁ ପ୍ରସ୍ତୁତ ହୋଇଛି ପୋଲିସ । (ଫାଇଲ୍‌ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଜି ସକାଳ ୬ଟା ଠାରୁ ରାଜ୍ୟର ୧୧ଟି ଜିଲ୍ଲାରେ ଦୁଇ ଦିନ ପାଇଁ ଲାଗୁ ହୋଇଛି ସଟଡାଉନ୍‌ । ଏହି ଜିଲ୍ଳାଗୁଡ଼ିକ ମଧ୍ୟରେ କଟକ ଥିବା ବେଳେ କଟକ ସହର ତଥା ଜିଲ୍ଲାରେ ମଧ୍ୟ ସଟଡାଉନକୁ କଡ଼ାକଡ଼ି ଭାବେ ପାଳନ କରାଯିବ ।

କଟକରେ ସଟଡାଉନ୍‌ ଲାଗୁ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସହର ସମସ୍ତ ଥାନା ଅଞ୍ଚଳରେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ କେବଳ ଔଷଧ ଦୋକାନକୁ ବାଦ ଦେଲେ ଯେମିତି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ସେଥି ପ୍ରତି ଦୃଷ୍ଟି ଦେବା ଲାଗି ମଧ୍ୟ କଟକ ଡିସିପି ଓ ଗ୍ରାମାଞ୍ଚଳ ଏସ.ପି.ଙ୍କ କାର୍ଯ୍ୟାଳୟରୁ ସହର ତଥା ଜିଲ୍ଲାର ସମସ୍ତ ଥାନାକୁ ଅବଗତ କରାଯାଇଛି ।

‘‘ଶନିବାର ଠାରୁ ଦୁଇ ଦିନ ଲାଗି କଟକ ସଟଡାଉନ ହେବାକୁ ଯାଉଛି । ଏଥି ପାଇଁ ଆମେ ସହରରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛୁ । ଏହି ଦୁଇ ଦିନ ମଧ୍ୟରେ ଔଷଧ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । କିନ୍ତୁ ଅତ୍ୟାବଶ୍ୟକ ସେବା ସହ ବସ, ଟ୍ରେନ ଓ ବିମାନ ଚଳାଚଳ ଜାରି ରହିବ । ସେଥି ପାଇଁ କିଛି ନିର୍ଦ୍ଦିଷ୍ଟ ଅଟୋଗୁଡ଼ିକୁ ଯାତ୍ରୀ ପରିବହନ ପାଇଁ ଅନୁମତି ଦିଆଯାଇଛି,’’ କହିଛନ୍ତି କଟକ ଡ଼ିସିପି ଅଖିଳେଶ୍ବର ସିଂ ।

କଟକରେ ପରିବା ଓ ଗ୍ରୋସେରି ଦୋକାନଗୁଡ଼ିକରେ ଭୀଷଣ ଭିଡ଼ ଲାଗିଛି ।


କଟକ ମହାନଗର ନିଗମ ମଧ୍ୟ ସଟଡାଉନକୁ ନେଇ ନିଜ ପ୍ରସ୍ତୁତି ଶେଷ କରିଛି । ସଟଡାଉନ ସମୟରେ ଯେମତି ଦେକାନ ବଜାର ବନ୍ଦ ରହିବ ଏହାର ତଦାରଖ କରିବା ପାଇଁ ସିଏମସିର ଏନଫୋର୍ସମେଣ୍ଟ ସ୍ବାର୍ଡ଼କୁ ସଜାଗ ରହିବାକୁ କୁହାଯାଇଛି । ଯଦି କେହି ବ୍ୟକ୍ତି ଏଥିରେ ଖିଲାପି କରେ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଏମସି ପକ୍ଷରୁ ଏନଫୋର୍ସମେଣ୍ଟ ସ୍ବାର୍ଡ଼କୁ ନିର୍ଦ୍ଦେଶ ଦିଆଯାଇଛି ।

‘‘ଶନିବାର ଠାରୁ ଏହି ସଟଡାଉନ ଲାଗୁ ହେବ । କିନ୍ତୁ ଏମିତି ଦେଖିବାକୁ ଗଲେ ରାତ୍ରିକାଳୀନ କର୍ଫୁ ଜାରି ରହିଥିବାରୁ ଆଜି ସନ୍ଧ୍ୟା ୭ଟାରୁ ହିଁ ଏହା ପ୍ରଭାବକୁ ଆସିବ,’’ କହିଛନ୍ତି ସିଏମସିର ଡେପୁଟି କମିଶନର ଡ଼କ୍ଟର ଅବିନାଶ ରାଉତ ।

ତେବେ ଦୁଇ ଦିନିଆ ସଟଡାଉନ ପୂର୍ବରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ କଟକର ଛତ୍ରବଜାର ଓ ମାଲଗୋଦାମରେ ଆଜି ଲୋକଙ୍କ ଗହଳି ଦେଖିବାକୁ ମିଳିଥିଛି । ଗ୍ରାହକଙ୍କ ଏହି ଭିଡ଼କୁ ଦେଖି ଆଜି ପରିବା ଦର ବୃଦ୍ଧି ପାଇଛି । କଟକ ଛତ୍ରବଜାରରେ ଆଳୁ ଦର ଦୁଇ ଦିନରେ କେଜି ପ୍ରତି ୭ ଟଙ୍କା ବୃଦ୍ଧି ପାଇ ୨୭ ଟଙ୍କାରେ ପହଁଚିଛି । ବିଭିନ୍ନ ପରିବା ଦର ମଧ୍ୟ କେଜି ପ୍ରତି ୫ରୁ ୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

‘‘ସଟଡାଉନ ପାଇଁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଘରୁ ବାହାରି ହେବ ନାହିଁ । ସେଥି ପାଇଁ ଆଜି ଘର ପାଇଁ ପରିବା କିଣିବା ପାଇଁ ଛତ୍ରବଜାର ଆସିଥିଲି । ପରିବା ତ ନେଲି, କିନ୍ତୁ ସବୁ ପରିବା ଦର ବଢ଼ିଯାଇଛି । କଣ କରିବି? ଅଳ୍ପ ଅଳ୍ପ କରି ନେଲି,’ କହିଛନ୍ତି ଛତ୍ରବଜାର ଆସିଥିବା ଗ୍ରାହକ ଶୁଭେନ୍ଦୁ ସ୍ୱାଇଁ ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 5, 2020, 8:16 PM IST
corona virus btn
corona virus btn
Loading