ଭୁବନେଶ୍ୱରେ ୨ କଣ୍ଟେନମେଣ୍ଟ ଜୋନରୁ ହଟିଲା କଟକଣା; ରାଜ୍ୟରେ ୨୯୯ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ

କେବଳ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ରେ ପହଞ୍ଚିଛି । ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ମୋଟ ପରୀକ୍ଷା ହୋଇଥିବା ଲୋକଙ୍କ ସଂଖ୍ୟାର ୧.୩ ପ୍ରତିଶତ ଅଛି ।

ଭୁବନେଶ୍ୱରେ ୨ କଣ୍ଟେନମେଣ୍ଟ ଜୋନରୁ ହଟିଲା କଟକଣା; ରାଜ୍ୟରେ ୨୯୯ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ
ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମଚନ୍ଦ ଚୌଧୁରୀ କଣ୍ଟେନମେଣ୍ଟ ଜୋନ ବିଷୟରେ ସୂଚନା ଦେଉଛନ୍ତି ।
  • News18 Odia
  • Last Updated: April 13, 2020, 9:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀର ପାଞ୍ଚଟି କଣ୍ଟେନମେଣ୍ଟ ଜୋନରୁ ଦୁଇଟିରୁ କଟକଣା ପ୍ରତ୍ୟାହାର କରିନିଆଯାଇଛି । ଏହି ଦୁଇଟି ସ୍ଥାନ ହେଲେ ସୁନ୍ଦରପଦା ଓ ଯଦୁପୁର-ବେଗୁନିଆ ଅଞ୍ଚଳ । ଚାରି ରାଉଣ୍ଡ ହାଉସହୋଲଡ୍‌ ସର୍ଭେ କରାଯିବା ସହ ଯାହାର କିଛି ଲକ୍ଷଣ ଥିଲା ତାକୁ ଖୋଜା ଯିବା ପରେ ଏହି ଦୁଇଟି ସ୍ଥାନରୁ କଣ୍ଟେନମେଣ୍ଟ୍‌ କଟକଣା ପ୍ରତ୍ୟାହାର କରାଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ ଚୌଧୁରୀ ।

ତେବେ ସୁରକ୍ଷା ଦୃଷ୍ଟିରୁ ଆଗାମୀ ସାତ ଦିନ ଯାଏ ସର୍ଭେ ଜାରି ରହିବ। ଏ ସମସ୍ତ ପ୍ରକ୍ରିୟା ବେଳେ ସ୍ଥାନୀୟ ଲୋକଙ୍କର ସମର୍ଥନ ମିଳୁଥିବା କହିଛନ୍ତି ଚୌଧୁରୀ ।

ଆଜି ରାଜ୍ୟରେ  ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ହେଉଛନ୍ତି ଭୁବନେଶ୍ୱର ବମିଖାଲ ଅଞ୍ଚଳ ଜୟଦୁର୍ଗା ନଗରର ବାସିନ୍ଦା । ଏହି ୩୫ ବର୍ଷୀୟ ଯୁବକ ବମିଖାଲ ଅଞ୍ଚଳର ଅନ୍ୟ ଚାରି ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ରାଜ୍ୟର ୭, ୮, ୨୨ ଓ ୩୯ ନମ୍ବର ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଏହି ଯୁବକ ଲକଡାଉନ ବେଳେ କାଲି ଯାଏ ବାବିଲୋନ ଆପାର୍ଟମେଣ୍ଟରେ ରହୁଥିଲା । ଆଜି ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ କିମ୍‌ସ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଯୁବକଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି।

ଏବେ କେବଳ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ରେ ପହଞ୍ଚିଛି । ଭୁବନେଶ୍ୱରରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୭ ସୁସ୍ଥ ହୋଇଛନ୍ତି ଓ ୩୪ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନ ୩୪ ଜଣଙ୍କ ମଧ୍ୟରୁ ବମିଖାଲର ୧୫, ସତ୍ୟନଗରର ୪ ଜଣ, ଝାରପଡ଼ାର ୪, ସୂର୍ଯ୍ୟ ନଗରର ୩, ୟୁନିଟ-୪ ଅଞ୍ଚଳର ୩ ଜଣ, ୟୁନିଟ୍‌-୫ ଅଞ୍ଚଳର ୨ ଜଣ, ସହିଦ ନଗର, ବିଜେବି ନଗର ଓ କପିଳ ପ୍ରସାଦର ଜଣେ ଜଣେ ଲେଖାଏ ଚିକିତ୍ସାଧୀନ ଅଛନ୍ତି ।

ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସଂଖ୍ୟାଗତ ସୂଚନା


‘‘ଏପ୍ରିଲ ୧୩ ମଧ୍ୟ ରାତ୍ର ସୁଦ୍ଧା ରାଜ୍ୟରେ ୪,୧୭୦ଟି ନମୁନା ପରୀକ୍ଷଣ ହୋଇଛି । ସେଥିରୁ ୫୫ଟି ପଜିଟିଭ ମାମଲା ଆସିଥିବା ବେଳେ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ଘଟିଛି । ୪୧ଟି ମାମଲା ସକ୍ରିୟ ଥିବା ବେଳେ ପଜିଟିଭ ମାମଲା ମୋଟ ପରୀକ୍ଷା ହୋଇଥିବା ନମୁନା ସଂଖ୍ୟାର ୧.୩ ପ୍ରତିଶତ ରହିଛି,’’ କହିଛନ୍ତି ଆଇ.ଇ.ସି. ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ।

କରୋନା ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତି ବାବଦରେ ସୁଚନା ଦେଇ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଜମିନି ଷଡଙ୍ଗୀ କହିଛନ୍ତି ଯେ ୩୧ ଜାନୁଆରୀ ସୁଦ୍ଧା ରାଜ୍ୟରେ ୨.୫ ଲକ୍ଷ ମାସ୍କ ମହଜୁଦ ଥିବା ବେଳ ଏବେ ସରକାରଙ୍କ ପାଖରେ ୧.୧୮ କୋଟି ମାସ୍କ ମହଜୁଦ ଅଛି । ସେହି ସମୟରେ ଏନ-95 ମାସ୍କ ମାତ୍ର ୧୧୦ଟି ଥିବା ବେଳେ ବର୍ତ୍ତମାନ ୭୧,୮୪୩ଟି ଅଛି ଓ ପିପିଇ ୧୨୯ଟି ଥିବା ବେଳେ ବର୍ତ୍ତମାନ ୬୬,୧୧୬ଟି ରହିଛି । ୫୦ ମି.ଲି.ରୁ ୫ ଲିଟର ଯାଏ ୪ ଲକ୍ଷ ୧୬ ହଜାର ୯୭ଟି ହ୍ୟାଣ୍ଡ ସାନିଟାଇଜର ମହଜୁଦ ରହିଛି ।

ରାଜ୍ୟରେ ୨୯୯ଟି ଆଇସିୟୁ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ରହିଛି । ନୂଆ ୪୨୪ଟି ଆଇସିୟୁ ଅର୍ଡର କରଯାଇଥିବା ବେଳେ ୫୭ଟି ଆସିଛି । ଅକ୍ସିଜେନ କଂସେନଟ୍ରେଟର ୧,୦୦୪ଟି ଥିବା ବେଳେ ଆଉ ୧୦,୦୦୦ ଟି ଅର୍ଡର ହୋଇଛି ଓ ସେଥିରୁ ୫୮୬ଟି ଆସିସରିଛି । ନିବୁଲାଇଜର ୭,୭୦୦ଟି ଅର୍ଡର ହୋଇଥିବା ବେଳେ ୭,୨୦୦ ଆସିସାରିଛି ।
First published: April 13, 2020, 9:27 PM IST
corona virus btn
corona virus btn
Loading