ଅହମଦାବାଦରେ ଲଜ୍ଜା: କରୋନା ମୃତକଙ୍କ ଦେହରୁ ଅଳଙ୍କାର ଚୋରି କରି ୨ ଜଣ ଗିରଫ ହେଲେ
ଏହି ପ୍ରକାରର ତିନୋଟି ମାମଲା ପୋଲିସ ଷ୍ଟେସନରେ ଦାୟର ହୋଇଛି । ଅହମଦାବାଦରେ ଥିବା ଏସିଆର ବୃହତ୍ତମ ସିଭିଲ୍ ହସ୍ପିଟାଲ୍ ଏବେ କରୋନା ମହାମାରୀକୁ ନେଇ ବିବାଦରେ ଘେରିଯାଇଛି ।
ଗିରଫ ହୋଇଥିବା ଅଭିଯୁକ୍ତ ଅମିତ ଶର୍ମା ଓ ରାଜେଶ ପଟେଲ
- News18 Odia
- Last Updated: May 23, 2020, 5:47 PM IST
ଅହମଦାବାଦ: ଅହମଦାବାଦ ସିଭିଲ ହସ୍ପିଟାଲରେ କରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଦେହରୁ ଅଳଙ୍କାର ଚୋରିକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଶେଷରେ ଅଭିଯୁକ୍ତଙ୍କୁ ଧରିବାରେ ଶାହୀବାଗ ପୋଲିସ ସଫଳ ହୋଇଥିଲା ।
ଶାହୀବାଗ ପୋଲିସ ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଉଭୟ ଅଭିଯୁକ୍ତ ମୃତ ଦେହକୁ କ୍ଷତ ବିକ୍ଷତ କରିବା ପାଇଁ ଚେଷ୍ଟା କରୁଥିଲେ । ଦୁଇ ଜଣ ଯାକ ଆରୋପୀ ସିଭିଲରେ ଚୁକ୍ତିନାମା ଅନୁସାରେ କାମ କରୁଥିଲେ । ପୋଲିସ ଦୁଇ ଅଭିଯୁକ୍ତ ଅମିତ ଶର୍ମା ଓ ରାଜେଶ ପଟେଲଙ୍କୁ ଗିରଫ କରି ସେମାନଙ୍କ ଉପରେ କରୋନା ଭାଇରସ୍ ପାଇଁ ପରୀକ୍ଷଣ ଆରମ୍ଭ କରିଛି ।
ଏହି ପ୍ରକାରର ତିନୋଟି ମାମଲା ଶାହୀବାଗ ପୋଲିସ ଷ୍ଟେସନରେ ଦାୟର ହୋଇଥିଲା । ଗୋଟିଏ ଦିନରେ ଦୁଇଟି ଅଭିଯୋଗ ଦାଖଲ କରାଯାଇଥିଲା । ଗୋଟିଏ ଅଭିଯୋଗରେ ମୃତକଙ୍କ ସୁନା ମୁଦି, ଚେନ୍, ଅଳଙ୍କାର ଓ ପ୍ରାୟ ଦଶ ହଜାର ଟଙ୍କା ନଗଦ ଚୋରି ହୋଇଥିବା ବେଳେ ଦ୍ୱିତୀୟ ଅଭିଯୋଗରେ ମୃତ ମହିଳାଙ୍କ ସୁନା କାନ ଫୁଲ ଓ ରିଙ୍ଗ୍ ଚୋରି ହୋଇଥିବା ଜଣା ପଡ଼ିଛି ।
ସିଭିଲ୍ ହସ୍ପିଟାଲରେ ବହୁ ସଂଖ୍ୟକ ରୋଗୀ ଫସି ରହିଥିବା ଅଭିଯୋଗ ହୋଇଥିବାରୁ ପୋଲିସ ମଧ୍ୟ ଏହି ଘଟଣାଗୁଡ଼ିକର ଅନୁସନ୍ଧାନ କରିବାରୁ ପଛକୁ ରହୁଥିବା ଅଭିଯୋଗ ହୋଇଛି ।
ଦୟାକରି ଦୁଇ ମିନିଟ୍ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍ ସର୍ଭେ
ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ






