ବୟସ ୮୭ ଓ ୭୮ ବର୍ଷ, ହେଲେ କରୋନା ବିରୋଧରେ ଲଢ଼ି ଜିତିଛନ୍ତି ହୃଦାନନ୍ଦ ଓ ଦେବଯାନୀ

‘‘କରୋନାକୁ ଡରନ୍ତୁ ନାହିଁ କି ହାଲୁକା ଭାବରେ ନିଅନ୍ତୁ ନାହିଁ । ସବୁ ସତର୍କତା ଅବଲମ୍ବନ କରନ୍ତୁ । ତା’ ପରେ ବି ଯଦି ପଜିଟିଭ୍ ହୁଅନ୍ତି, ତେବେ କରୋନା ବିରୁଦ୍ଧରେ ସାହସର ସହ ଲଢ଼ନ୍ତୁ । ନିଶ୍ଚୟ ଜିତିବେ,’’ କହିଛନ୍ତି ୮୭ ବର୍ଷୀୟ ହୃଦାନନ୍ଦ ମହାପାତ୍ର ।

ବୟସ ୮୭ ଓ ୭୮ ବର୍ଷ, ହେଲେ କରୋନା ବିରୋଧରେ ଲଢ଼ି ଜିତିଛନ୍ତି ହୃଦାନନ୍ଦ ଓ ଦେବଯାନୀ
ଦେବଯାନୀ ରାୟ ଓ (ଡାହାଣ) ହୃଦାନନ୍ଦ ମହାପାତ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ସଂକ୍ରମଣର ଏହି ସାଙ୍ଘାତିକ ଦ୍ୱିତୀୟ ଲହରରେ ବୟସର ସାୟାହ୍ନରେ ପହଞ୍ଚି ବି କେତେକ ବ୍ୟକ୍ତି ଏହି ମହାମାରୀ କବଳରୁ ନିଜକୁ ମୁକ୍ତ କରିବାରେ ସଫଳ ହୋଇଛନ୍ତି । କରୋନା ବିରୁଦ୍ଧରେ ଯୁଦ୍ଧ ଲଢ଼ି ବିଜୟୀ ହୋଇଥିବାରୁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସେମାନେ ।

ପୁରୁଣା ଭୁବନେଶ୍ଵରର ବାସିନ୍ଦା ୭୮ ବର୍ଷୀୟା ଦେବଯାନୀ ରାୟ ପୂର୍ବରୁ କେତେକ କ୍ରୋନିକ୍‌ ରୋଗରେ ଆକ୍ରାନ୍ତ ଥିବାରୁ ସେ କରୋନା ସଂକ୍ରମିତ ହେବା ପରେ ତାଙ୍କ ପିରବାରର ଚିନ୍ତା ବଢ଼ିଯାଇଥିଲା । ତାଙ୍କର ୭୦ ପ୍ରତିଶତ ଲଙ୍ଗସ୍‌ ଡ୍ୟାମେଜ୍‌ ହୋଇଯାଇଥିବା ଡାକ୍ତର କହିଥିଲେ । ଗୋଡ଼ ଚଳୁ ନ ଥିବାରୁ ସେ ବିଛଣା ଉପରେ ଅଧିକାଂଶ ସମୟ ବିତାଉଛନ୍ତି । ପାଖରେ ଅଛି ଏକ୍ସି ମେଡ୍‌ । ଅକ୍ସିଜେନ୍ ସ୍ତର କମିଗଲେ ସେ ମଝିରେ ମଝିରେ ଅକ୍ସିଜେନ୍‌ ନେଉଛନ୍ତି ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ଗତ ବର୍ଷ ପ୍ରଥମ ଲହରରେ ମଧ୍ୟ କରୋନା କବଳରେ ପଡ଼ିଥିଲେ ଦେବଯାନୀ ରାୟ । ଛଅ ଥର କରୋନା ଟେଷ୍ଟ କରାଇଥିଲେ । ଘରୋଇ ହସପିଟାଲରେ ଚାରି ଥର ଓ ନିଜ ଘରେ ଥରେ ଟେଷ୍ଟ କରାଇବା ପରେ ରିପୋର୍ଟ ଆସିଥିଲା ଯେ ସେ ନେଗେଟିଭ୍‌ । ପରେ କ୍ୟାପିଟାଲ ହସ୍ପିଟାଲରେ ଗତ ବର୍ଷ ୧୫ ଅକ୍ଟୋବରରେ ଟେଷ୍ଟ୍‌ କରିବା ପରେ ରିପୋର୍ଟ ଆସିଥିଲା ଯେ ସେ କରୋନା ପଜିଟିଭ୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

ପତ୍ନୀ ନିର୍ମଳାବାଳାଙ୍କ ସହ ହୃଦାନନ୍ଦ ମହାପାତ୍ର


ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?

ହେଲେ ଦେବଯାନୀ କରୋନା ପଜିଟିଭ୍‌ ହୋଇଥିବା କଥା ତାଙ୍କୁ ନ ଜଣାଇ କେବଳ ତାଙ୍କ ପରିବାରକୁ ଜଣାଇ ଦିଆଯାଇଥିଲା । କିମ୍ସ କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ଥିଲେ ତାଙ୍କ ପରିବାର ଲୋକେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନ୍ଧୁଣୀ ମାସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁ

‘‘ଜେଜେମା’ଙ୍କ ପାଇଁ ହସପିଟାଲ୍‌ ସହ ସମ୍ପୂର୍ଣ୍ଣ ଯୋଗାଯୋଗରେ ଥିଲୁ ଆମେ । ଠିକ୍ ନଭେମ୍ବର ୧୫ ତାରିଖରେ ଖୁସି ମନରେ ସୁସ୍ଥ ହୋଇ ସେ ଡିସଚାର୍ଜ ହୋଇଥିଲେ । ଆମ ପରିବାର ଭିତରେ ଖେଳିଯାଇଥିଲା ଖୁସିର ଲହରୀ । ସେ ଏବେ ସୁସ୍ଥ ଅଛନ୍ତି । ସେ କରୋନାକୁ ପରାସ୍ତ କରିଛନ୍ତି ବୋଲି ଆମେ ସମସ୍ତେ ଭାରି ଖୁସି,’’ କହିଛନ୍ତି ତାଙ୍କ ନାତି ମହାଦେବ ପ୍ରଧାନ ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

କିଛି ବର୍ଷ ପୂର୍ବେ ନିଜ ଦୁଇ ପୁଅ ଓ ଦୁଇ ବର୍ଷ ତଳେ ସ୍ବାମୀଙ୍କୁ ହରାଇ ଏକୁଟିଆ ହୋଇପଡ଼ିଥିବା ଦେବଯାନୀ ରାୟ କରୋନା ମହାମାରୀ ବିରୁଦ୍ଧରେ ଲଢେଇ କଲେ ଓ ବିଜୟୀ ହେଲେ । ଏହା ଭିତରେ ଛଅ ମାସ ବିତିଗଲାଣି । ଯଦିଓ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି ଓ ଏବେ ବେଡରେ ଅଛନ୍ତି, କିନ୍ତୁ କରୋନା ହାରିଛି ତାଙ୍କ ପାଖରେ । ‘‘ଧୈର୍ଯ୍ୟ ଧରିଲେ ଓ ସାହସ ରଖିଲେ କରୋନା ବି ହାରିପାରେ,’’ କହିଛନ୍ତି ଦେବଯାନୀ ରାୟ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଫିଟ୍କିରି ପୂରାଉଛନ୍ତି

ଏମିତି ଆଉ ଜଣେ ସଫଳ ଯୋଦ୍ଧା ହେଉଛନ୍ତି ପିପିଲି ଡେଲାଙ୍ଗ ବଜାର ନିବାସୀ ହୃଦାନନ୍ଦ ମହାପାତ୍ର । ବୟସ ୮୭ ବର୍ଷ । ସେ ଗତ ବର୍ଷ କରୋନାର ପିକ୍ ସମୟରେ ଅକ୍ଟୋବର ମାସରେ ପଜିଟିଭ ହୋଇଥିଲେ । ଘରେ ସେ ଓ ତାଙ୍କ ପତ୍ନୀ ନିର୍ମଳାବାଳା ମହାପାତ୍ର ଏକୁଟିଆ ଥିଲେ । ବେଳେ ଦିନେ ସକାଳୁ ସକାଳୁ ମୂର୍ଚ୍ଛା ହୋଇଯାଇଥିଲେ ହୃଦାନନ୍ଦ । ପୁଅ ଦୀପକ ମହାପାତ୍ର ଖବର ପାଇ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସପିଟାଲ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅଭିନେତ୍ରୀ ଅର୍ଶୀ ଖାନ୍ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ଫ୍ୟାନ୍ ତାଙ୍କୁ KISS କରିଦେଲା; ସେ ନର୍ଭସ୍ହେଲେ!

ଡାଇବେଟିସ୍‌ ଓ ଅନ୍ୟ କିଛି ରୋଗରେ ଆକ୍ରାନ୍ତ ଥିବା ହୃଦାନନ୍ଦ କରୋନା ପଜିଟିଭ୍‌ ଜଣା ପଡ଼ିବା ପରେ କିମ୍ସ କୋଭିଡ ହସ୍ପିଟାଲରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ହୃଦାନନ୍ଦଙ୍କ ଛଅ ଝିଅ ଓ ଗୋଟିଏ ପୁଅ ଚିନ୍ତାରେ ପଡ଼ିଥିଲେ । ତାଙ୍କ ପତ୍ନୀ ନିର୍ମଳାବାଳା ସବୁଠୁ ଅଧିକ ଚିନ୍ତାରେ ରହି ଠାକୁରଙ୍କୁ ଡାକୁଥିଲେ ।

ହେଲେ କୃଷି ବିଭାଗର ଅତିରିକ୍ତ ଅଧୀକ୍ଷକ ଭାବେ ଅବସର ନେଇଥିବା ହୃଦାନନ୍ଦ ଭାରି ସାହାସୀ ଭାବରେ ଜଣାଶୁଣା ଥିଲେ । ସେ କରୋନା ବିରୁଦ୍ଧରେ ସାହସର ସହ ଯୁଦ୍ଧ ଲଢ଼ି ତାକୁ ହରାଇଲେ । ତାଙ୍କ ବୟସ ୮୭ ବର୍ଷ ହୋଇଥିଲେ ବି ତାଙ୍କ ପାଖରେ ଅଛି ଯୁବସୁଲଭ ଗୁଣ ।



‘‘କରୋନାକୁ ଡରନ୍ତୁ ନାହିଁ କି ହାଲୁକା ଭାବରେ ନିଅନ୍ତୁ ନାହିଁ । ସବୁ ସତର୍କତା ଅବଲମ୍ବନ କରନ୍ତୁ । ତା’ ପରେ ବି ଯଦି ପଜିଟିଭ୍‌ ହୁଅନ୍ତି, ତେବେ କରୋନା ବିରୁଦ୍ଧରେ ସାହସର ସହ ଲଢ଼ନ୍ତୁ । ନିଶ୍ଚୟ ଜିତିବେ,’’ କହିଛନ୍ତି ହୃଦାନନ୍ଦ ମହାପାତ୍ର ।
Published by: Anand ST Das
First published: May 2, 2021, 11:57 PM IST