ଲକଡାଉନରେ ଦେଶ ସାରା ଲୋକଙ୍କୁ ସହାୟତା ଯୋଗାଉଛି ଟ୍ୱିଟର୍ ପେଜ୍ ‘ଇଣ୍ଡିଆ କେୟାରସ୍’

‘ଇଣ୍ଡିଆ କେୟାରସ୍’ ପ୍ଲାଟଫର୍ମର ପରିସୀମା ଏବେ ସାରା ଦେଶରେ ବ୍ୟାପ୍ତ । ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ଖାଦ୍ୟ ଓ ଅନ୍ୟ ସହାୟତା ଯୋଗାଇବା ଓ ଅଟକି ରହିଥିବା ଲୋକଙ୍କୁ ଠିକଣା ସ୍ଥାନରେ ପହଞ୍ଚାଇବାରେ ଏହା ଏକ ମାଧ୍ୟମ ପାଲଟିଛି ।

ଲକଡାଉନରେ ଦେଶ ସାରା ଲୋକଙ୍କୁ ସହାୟତା ଯୋଗାଉଛି ଟ୍ୱିଟର୍ ପେଜ୍ ‘ଇଣ୍ଡିଆ କେୟାରସ୍’
‘ଇଣ୍ଡିଆ କେୟାରସ୍’ ଦ୍ୱାରା ଆୟୋଜିତ ଏକ ରକ୍ତଦାନ ଶିବିର
  • News18 Odia
  • Last Updated: June 18, 2020, 10:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏହା ଏକ ଛୋଟ ଉଦ୍ୟମ ହୋଇପାରେ, କିନ୍ତୁ ସମସ୍ତଙ୍କ ଲାଗି ଏହା ସୃଷ୍ଟି କରିଛି ଏକ ଉଦାହରଣ । ଟ୍ୱିଟରରେ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଜରିଆରେ ଲକଡାଉନ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରେ ହଜାର ହଜାର ଲୋକ ଉପକୃତ ହେଉଛନ୍ତି। ଏହା ଜରିଆରେ ରକ୍ତଦାନ ଠାରୁ ଆରମ୍ଭ କରି ରାସନ ସାମଗ୍ରୀ ଯୋଗାଣ ଓ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକଙ୍କୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବା ଆଦି କାର୍ଯ୍ୟ ସମ୍ପାଦିତ ହୋଇପାରୁଥିବା ବେଳେ ଏଥିରେ ସାମିଲ ହେଉଛନ୍ତି ହଜାର ହଜାର ସ୍ବେଚ୍ଛାସେବୀ। କିଛି ବରିଷ୍ଠ ପ୍ରଶାସନିକ ଲୋକଙ୍କ ପ୍ରଚ୍ଛନ୍ନ ସହଯୋଗରେ ଚାଲୁଥିବା ଏହି ଉଦ୍ୟମର ନାଁ ହେଲା ‘ଇଣ୍ଡିଆ କେୟାରସ୍’ ।

ଜଣେ ମହିଳାଙ୍କ ସାଢ଼େ ତିନି ବର୍ଷର ଛୁଆର ଚିକିତ୍ସା ପାଇଁ ଦରକାର ଥିଲା ରାଜସ୍ଥାନର ଓଟ କ୍ଷୀର । କିନ୍ତୁ ବାଧକ ସାଜିଥିଲା ଲକଡାଉନ । ତେବେ ଏଭଳି ଏକ ସମୟରେ ବି ଭାରତୀୟ ରେଳ ବିଭାଗ ସହାୟତାରେ ମୁମ୍ବାଇରେ ପହଞ୍ଚିଲା ଏହି ଛେଳି କ୍ଷୀର । ଏହି ଘଟଣା କିଛି ଦିନ ପୂର୍ବେ ଚର୍ଚ୍ଚାରେ ଥିଲା । ଏହାକୁ ନେଇ ଚର୍ଚ୍ଚିତ ହୋଇଥିଲେ ଓଡ଼ିଶାରେ କାର୍ଯ୍ୟରତ ଆଇପିଏସ ଅଫିସର ଅରୁଣ ବୋଥ୍ରା (Arun Bothra) । ଆଉ ଯେଉଁ ପ୍ଲାଟଫର୍ମ ବ୍ୟବହାର କରି ଏଭଳି ଅସମ୍ଭବକୁ ସେ ସମ୍ଭବ କରିପାରିଥିଲେ ସେ ପ୍ଲାଟଫର୍ମ ହେଉଛି ‘ଇଣ୍ଡିଆ କେୟାରସ୍’ । ଏହା ବୋଥ୍ରାଙ୍କ ଭଳି କିଛି ଉଦ୍ୟମୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ଟ୍ୱିଟର ପେଜ । ଏହା ଏବେ ଦେଶରେ ଖୁବ ଚର୍ଚ୍ଚାରେ। ଗତ ଏପ୍ରିଲରେ ତିଆରି ହୋଇଥିବା ଏହି ଟ୍ୱିଟର ପେଜର ଫାଲୋଅର ସଂଖ୍ୟା ଏବେ ପ୍ରାୟ ୧୦ ହଜାର ।

‘‘ଗତ ଏପ୍ରିଲରେ ବୋଥ୍ରା ସାରଙ୍କ ଭଳି କିଛି ଲୋକଙ୍କ ମିଳିତ ଉଦ୍ୟମରେ ତିଆରି ହୋଇଥିଲା ଏହି ଟ୍ୱିଟର ପେଜ । ଲକ୍ଷ୍ୟ ଥିଲା ମହତ। ଦେଶ ଲକଡାଉନ ଭିତରେ ଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ। ସେଭଳି ସମୟରେ ଲୋକଙ୍କୁ ସହାୟତାର ହାତ ବଢ଼ାଇବା ଥିଲା ଏହି ଉଦ୍ୟମର ଲକ୍ଷ୍ୟ। ମାତ୍ର ଦୁଇ ମାସ ଭିତରେ ଏହି ଉଦ୍ୟମ ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି,’’ କହନ୍ତି ଇଣ୍ଡିଆ କେୟାରସର ସକ୍ରିୟ ଯୁବ ସଦସ୍ୟା ନୈମିଶା ।

ଓଡ଼ିଶାରେ କାର୍ଯ୍ୟରତ ଆଇପିଏସ ଅଫିସର ଅରୁଣ ବୋଥ୍ରା


ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା କହିଛନ୍ତି, ‘‘ଏଥିରେ ମୋ’ର ସେଭଳି କିଛି ଉଦ୍ୟମ ନାହିଁ। ଏହା ଏକ ମିଳିତ ପ୍ରୟାସ ।’’

‘ଇଣ୍ଡିଆ କେୟାରସ୍’ ପ୍ଲାଟଫର୍ମର ପରିସୀମା ଏବେ ସାରା ଦେଶରେ ବ୍ୟାପ୍ତ । ଲକଡାଉନ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ସହାୟତା ଲୋଡୁଥିବା ଲୋକ, ଖାଦ୍ୟ ଓ ଅନ୍ୟ ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତି ଅଥବା କୌଣସି କାରଣରୁ ଅଟକି ରହିଥିବା ଲୋକଙ୍କୁ ଠିକଣା ସ୍ଥାନରେ ପହଞ୍ଚାଇବାରେ ଏହା ଏକ ମାଧ୍ୟମ ପାଲଟିଛି।

ଏହି ଉଦ୍ୟମରେ ସାମିଲ ହୋଇଥିବା ଅଭିନେତା ସବ୍ୟସାଚୀ କହିଛନ୍ତି, ‘‘ଲକଡାଉନ ସମୟରେ ଅନେକ ଲୋକ ବିଭିନ୍ନ ସ୍ଥାନରେ ଅସହାୟ ଅବସ୍ଥାରେ ଅଛନ୍ତି । ଆମର ଏହି ପ୍ରୟାସର ଲକ୍ଷ ଲୋକଙ୍କୁ ଆମ ସାମର୍ଥ୍ୟ ମତେ ସହାୟତା ଯୋଗାଇ ଦେବା। ‘ଇଣ୍ଡିଆ କେୟାରସ୍’ ଏବେ ଏକ ବଡ଼ ମାଧ୍ୟମ ପାଲଟିଛି, ଯାହା ଜରିଆରେ ଆମେ ଲୋକଙ୍କ ପାଖରେ ପହଞ୍ଚି ପାରୁଛୁ ।’’

‘ଇଣ୍ଡିଆ କେୟାରସ୍’ର ଟ୍ୱିଟର୍ ପେଜ୍


‘‘ଏହି ପ୍ରୟାସରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ଯୋଡ଼ି ହେଉଛନ୍ତି । ଆଗକୁ ଏହି ପ୍ଲାଟଫର୍ମକୁ ଏକ ବୃହତ ଜନ ଆନ୍ଦୋଳନରେ ଗଢ଼ି ତୋଳିବା ଏହି ଉଦ୍ୟମର ଲକ୍ଷ୍ୟ। ମାତ୍ର ଦୁଇ ମାସ ଭିତରେ ଏହି ପ୍ଲାଟଫର୍ମର ସଦସ୍ୟଙ୍କ ସଂଖ୍ୟ ପ୍ରାୟ ୧୦,୦୦୦ ଛୁଇଁବା ଏହାର ପ୍ରମାଣ,’’ କହିଛନ୍ତି ଇଣ୍ଡିଆ କେୟାରସର ସକ୍ରିୟ ସଦସ୍ୟ ଅନିର୍ବାଣ।

‘ଇଣ୍ଡିଆ କେୟାରସ’ର ସକ୍ରିୟ ସଦସ୍ୟଙ୍କ ସଂଖ୍ୟା ବଢ଼ି ଚାଲିଛି। ତୃଣମୂଳ ସ୍ତରରେ ଯେଭଳି ଏହା ପହଞ୍ଚି ପାରିବ, ସେ ନେଇ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ଏହାର ସଦସ୍ୟମାନେ ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 18, 2020, 10:59 PM IST
corona virus btn
corona virus btn
Loading