୨୦ ପ୍ରତିଶତ ଲୋକଙ୍କ ଦେହରେ ସୄଷ୍ଟି ହେଉନାହିଁ ଆଣ୍ଟିବଡି; ତିନି-ଚାରି ମାସରେ ସ୍ଥିତି ସୁଧାରିପାରେ

ବର୍ତ୍ତମାନ ସ୍ଥିତିରେ ଭାରତ ବର୍ଷରେ କେରଳ ସମେତ ଉତ୍ତର ପୁର୍ବ ରାଜ୍ୟରୁ ପ୍ରାୟ ୮୦ ପ୍ରତିଶତ ମାମଲା ଆସୁଛି। ଟିକା ନେଲାପରେ ବି ୨୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୄଷ୍ଟି ହେଉନାହିଁ।

ପାର୍ବଣ ଋତୁ ପାଇଁ ସତର୍କ ରହିବାକୁ କହୁଛନ୍ତି ବିଶେଷଜ୍ଞ (ପ୍ରତୀକାତ୍ମକ ଛବି)

ପାର୍ବଣ ଋତୁ ପାଇଁ ସତର୍କ ରହିବାକୁ କହୁଛନ୍ତି ବିଶେଷଜ୍ଞ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ଯରେ କରୋନା ଦୋଳି ଖେଳୁଛି । ତଥାପି ପୂର୍ବ ଅପେକ୍ଷା କରୋନା ସଂକ୍ରମଣକୁ ଦେଖିଲେ ରାଜ୍ୟର ସ୍ଥିତି ଭଲ ଥିବାର ଅନୁମାନ କରିହେଉଛି । କିନ୍ତୁ ଲୋକମାନଙ୍କର ଅବହେଳା ଯୋଗୁଁ କରୋନା ମାମଲା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସ୍ଥିତିରେ ଭାରତ ବର୍ଷରେ କେରଳ ସମେତ ଉତ୍ତର ପୁର୍ବ ରାଜ୍ୟରୁ ପ୍ରାୟ ୮୦ ପ୍ରତିଶତ ମାମଲା ଆସୁଛି। ଟିକା ନେଲାପରେ ବି ୨୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୄଷ୍ଟି ହେଉନାହିଁ।

କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଦେଶବ୍ଯାପୀ ଟିକାକରଣ ଅଭିଯାନ ଜାରି ରହିଛି । ଟିକା ନେବା ପରେ ବି ୨୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୄଷ୍ଟି ହେଉନାହିଁ। ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର ୬୦୦ ସାମ୍ପଲକୁ ଜେନମ ସିକ୍ୱେନ୍ସିଂ କରାଯାଇଥିଲା । ସେଥିମଧ୍ଯରୁ ୪୨୫ ଡେ଼ଲ୍ଟା ଭାରିଏଣ୍ଟ ବାହାରିଥିଲା । ଡବଲ ଡୋଜ ପରେ ବୁଷ୍ଟର କି ତୃତୀୟ ଡୋଜ ଦେବା ନେଇ ଚାଲିଛି ଅନୁଧ୍ୟାନ । ତେବେ ସମାନ କମ୍ପାନିର କିମ୍ବା ଅନ୍ୟ କମ୍ପାନିର ଡୋଜ ଦିଆଯିବ, ଏହାକୁ ନେଇ ବିଶ୍ଳେଷଣ କରାଯାଉଛି । ଖୁବଶୀଘ୍ର ଭାରତ ସରକାର ଏ ସମ୍ପର୍କରେ ଘୋଷଣା କରିବେ ।

ପାର୍ବଣ ଋତୁରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢାଇପାରେ ବୋଲି ଆଶା କରାଯାଉଛି। କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ ବୋଲି ଧରାଯାଇପାରିବ। ନୂଆଖାଇଠାରୁ କାଳୀପୂଜା ଯାଏଁ ସର୍ତକତା ସହ ଚଳିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ଆଇଏଲ ଏସ ନିର୍ଦ୍ଦେଶକ।

“ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି । ପଜିଟିଭ ସଂଖ୍ୟା ୬୦୦ରୁ ୭୦୦ ଭିତରେ ରହୁଛି । ପର୍ବାଣୀରେ ସତର୍କ ରହିବାକୁ ପଡ଼ିବ । ଏବେର ପରିସ୍ଥିତିକୁ ଦେଖିଲେ କେରଳ ଏବଂ ଉତ୍ତର ପୂର୍ବରୁ ୮୦ ପ୍ରତିଶତ ମାମଲା ଆସୁଛି। ମହାରାଷ୍ଟ୍ରରେ ଟିକେ ସଂଖ୍ଯା ବଢ଼ିଛି । ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି,” କହିଛନ୍ତି ଆଇ.ଏଲ .ଏସ ନିର୍ଦ୍ଦେଶକ ଅଜୟ ପରିଡ଼ା।

ଡ଼.ପରିଡ଼ା ଆହୁରି କହିଛନ୍ତି," ରାଜଧାନୀ ଭୁବନେଶ୍ବରରେ ଅଧିକ ଗହଳି ରହୁଛି। ଅଧିକ ଲୋକଙ୍କ ଯାତାୟତ କରୁଥିବାରୁ ଭୁବନେଶ୍ୱରରେ ପଜିଟିଭ ସାମାନ୍ୟ ଅଧିକ ରହୁଛି। ପୂର୍ବରୁ ଏଠାରେ ଦୈନିକ ସଂକ୍ରମଣ ୧ ହଜାର ଉପରେ ଥିଲା । ଏବେ ୨୦୦ରୁ ୩୦୦ ଭିତରେ ରହୁଛି। ୩୦୦ରୁ କମ ହେବାକୁ ଅଧିକ ସମୟ ଲାଗେ । ଦିଲ୍ଲୀରେ ବି ଏଭଳି ସ୍ଥିତି ରହିଥିଲା । ଭୁବନେଶ୍ୱରରେ ଆଉ ୧୦ ରୁ ୧୫ ଦିନରେ ସଂକ୍ରମଣ କମିଯିବ ବୋଲି ଆଶା ରହିଛି ।"

ମେ ୨୪ରୁ ଅଗଷ୍ଟ ୨୩ ଯାଏଁ ୫.୯୮ ଲକ୍ଷ ଘର ବୁଲି ବୁଲି ସ୍ବାସ୍ଥ୍ୟ କର୍ମୀମାନେ ସର୍ଭେ କରିଛନ୍ତି । ସେଥି ମଧ୍ୟରୁ ୧୬ ଲକ୍ଷ ୪୯ ହଜାର ଲୋକଙ୍କ କୋଭିଡ଼ ଟେଷ୍ଟ ହୋଇଥିଲା। ସେଥିରୁ ୨ ଲକ୍ଷ ୪ହଜାର ୧୦୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ୭,୩୯୯ ଜଣଙ୍କ ନିକଟରେ ଟିବି ରୋଗ ଥିବା ଚିହ୍ନଟ ହୋଇଥିଲେ। ୭୬, ୮୧୬ ଜଣ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବାର ଜଣା ପଡ଼ିଥିଲା । ୫୬,୫୫୨ ଜଣ ମଧୁମେହ ରୋଗୀ ନୂଆ ଭାବେ ଚିହ୍ନଟ ହୋଇଥିଲେ।

ପାଞ୍ଚବର୍ଷରୁ କମ ୫୯ ହଜାର ୭୦ ଜଣ ଛୁଆ ଡାଇରିଆରେ ପୀଡ଼ିତ ଥିବା ଜଣା ପଡ଼ିଥିଲା। ୧,୬୨୫ ଜଣ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିଲେ। ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର କହିଛନ୍ତି,“୧୮ ବର୍ଷରୂ ଅଧିକ ଵୟସ୍କ ଜନସଂଖ୍ୟାର ମୋଟ ୧୦ ପ୍ରତିଶତ ଡାଇବେଟିସ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସର୍ଭେ କରି ଚିହ୍ନଟ କରି ଚିକିତ୍ସା ଯୋଗାଇ ଦେବା ଦରକାର। ସେପଟ ଏପ୍ରିଲ ମାସ ସୁଦ୍ଧା ପୁରା କରୋନା କମିବ ଓ ତିନି ଚାରିମାସ ସତର୍କ ରହିବାକୁ ପଡ଼ିବ” ।
Published by:Soumya Das
First published: