କରୋନା ସଙ୍କଟ ସମୟରେ ନେଟୱର୍କ ୧୮ର ଚ୍ୟାନେଲଗୁଡିକୁ ଦୈନିକ ୧୯ କୋଟି ଭାରତୀୟ ଦେଖିଛନ୍ତି

ଭାରତର ଖବର ପାଇଁ ସବୁ ଠୁ ବଡ଼ ଗନ୍ତବ୍ୟ ସ୍ଥଳ ଭାବେ ନେଟୱାର୍କ ୧୮ର ସ୍ଥିତି ମଜବୁତ ହୋଇଛି । ମାର୍ଚ୍ଚ ୨୧ରୁ ମାର୍ଚ୍ଚ ୨୭ ମଧ୍ୟରେ ୪୨ କୋଟିରୁ ଅଧିକ ଲୋକ ନେଟୱାର୍କ ୧୮ର ଚ୍ୟାନେଲଗୁଡ଼ିକୁ ଦେଖିଛନ୍ତି ବୋଲି ବାର୍କ ତଥ୍ୟ କହିଛି ।

କରୋନା ସଙ୍କଟ ସମୟରେ ନେଟୱର୍କ ୧୮ର ଚ୍ୟାନେଲଗୁଡିକୁ ଦୈନିକ ୧୯ କୋଟି ଭାରତୀୟ ଦେଖିଛନ୍ତି
ଏହି ସପ୍ତାହରେ ନେଟୱର୍କ ୧୮ର ହାରାହାରି ଦୈନିକ ୧୯ କୋଟି ଦର୍ଶକ ସଂଖ୍ୟାକୁ ଛୁଇଁବା ପୂର୍ବ ସପ୍ତାହ ତୁଳନାରେ ପ୍ରାୟ ୯୦ ପ୍ରତିଶତ ବୃଦ୍ଧି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍‌ (କୋଭିଡ-୧୯) କାରଣରୁ ସାରା ଦେଶରେ ଜାରିଥିବା ଲକଡାଉନର ଦ୍ୱିତୀୟ ସପ୍ତାହରେ ନେଟୱର୍କ ୧୮ର ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକୁ ଦିନକୁ ହାରାହାରି ୧୯ କୋଟି ଲୋକ ଦେଖିଛନ୍ତି । ଦର୍ଶକ ସଂଖ୍ୟା ଓ ଟ୍ରେଣ୍ଡ୍‌ ଆକଳନ କରୁଥିବା ଏଜେନ୍ସି ବାର୍କ୍‌ (BARC) ଦ୍ୱାରା ପ୍ରକାଶିତ ପ୍ରକାଶିତ ତାଜା ତଥ୍ୟରେ ଏହା କୁହାଯାଇଛି ।

ମାର୍ଚ୍ଚ ୨୧ରୁ ମାର୍ଚ୍ଚ ୨୭ ମଧ୍ୟରେ ୪୨ କୋଟିରୁ ଅଧିକ ଲୋକ ନେଟୱାର୍କ ୧୮ର ଚ୍ୟାନେଲଗୁଡ଼ିକୁ ଦେଖିଥିଲେ । ଏଥିରୁ ଭାରତର ସବୁଠୁ ବଡ଼ ଖବର ଗନ୍ତବ୍ୟ ସ୍ଥଳ ଭାବରେ ନେଟୱାର୍କ ୧୮ର ସ୍ଥିତି ଆହୁରି ନିଶ୍ଚିତ ହୋଇଛି ।

ଏହି ସପ୍ତାହରେ ହାରାହାରି ଦୈନିକ ୧୯ କୋଟି ଦର୍ଶକ ସଂଖ୍ୟାକୁ ଛୁଇଁବା ଏହା ପୂର୍ବ ସପ୍ତାହ ତୁଳନାରେ ପ୍ରାୟ ୯୦ ପ୍ରତିଶତ ବୃଦ୍ଧି । ପୂର୍ବ ସପ୍ତାହରେ ତା’ ପୂର୍ବ ସପ୍ତାହ ଠାରୁ ହାରାହାରି ଦୈନିକ ୫୦% ଅଭିବୃଦ୍ଧି ରେକର୍ଡ ହୋଇଥିଲା ।

ଏହି ସମୟରେ ଭାରତରେ ଟିଭି ଦେଖିବା ବି ବଢ଼ିଛି । ଭାରତରେ ଲୋକେ ପ୍ରାୟ ୧.୨ ଟ୍ରିଲିଅନ୍‌ ମିନିଟ୍ ଟିଭି ଦେଖିଥିବାରୁ ସାମଗ୍ରିକ ଟିଭି ଦର୍ଶକ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ଓ ଏ ପର୍ଯ୍ୟନ୍ତ ସର୍ବାଧିକ ରେକର୍ଡ ହୋଇଛି । କୋଭିଡ୍-୧୯ ଯୋଗୁଁ ହୋଇଥିବା ବ୍ୟାଘାତର ଦ୍ୱିତୀୟ ସପ୍ତାହରେ ସାରା ଦେଶରେ ଟିଭି ଦେଖିବାରେ ୩୭ ପ୍ରତିଶତ ଅଭିବୃଦ୍ଧି ଘଟିଛି ବୋଲି BARC କହିଛି ।



ମାର୍ଚ୍ଚ ୨୨ରେ ଆୟୋଜିତ ‘ଜନତା କର୍ଫ୍ୟୁ’ ଦିନ ନେଟୱାର୍କ ୧୮ ପାଇଁ ସର୍ବାଧିକ ଦୈନିକ ଦର୍ଶକ ସଂଖ୍ୟାର ଦିନ ଥିଲା କାରଣ ସେଦିନ ୨୨.୧୨ କୋଟି ଦର୍ଶକ ଏହି ନେଟୱର୍କର ଇଂରାଜୀ, ହିନ୍ଦୀ ଓ ଆଞ୍ଚଳିକ ଭାଷାର ଚ୍ୟାନେଲ ଦେଖିଥିଲେ ।

ସେଦିନ ସନ୍ଧ୍ୟା ୫ଟା ବେଳେ ପ୍ରସାରିତ 'କରୋନା ଯୋଦ୍ଧା ପ୍ରଶଂସା' ସେଗମେଣ୍ଟର ‘୧୦୦ଟି ସହର ୧୦୦ ରିପୋର୍ଟର୍‌’ କାର୍ଯ୍ୟକ୍ରମକୁ ପ୍ରାୟ ଦୁଇ କୋଟି ଲୋକ ଦେଖିଥିଲେ କାରଣ ନେଟୱର୍କ ଏହାର ବିପୁଳ ଉତ୍ସକୁ ଜୁଟାଇ ଦର୍ଶକମାନଙ୍କୁ ସେମାନଙ୍କ ଦ୍ୱାର ଓ ବାଲକୋନୀରେ ସ୍ୱାସ୍ଥ୍ୟ ସେବା ହିରୋମାନଙ୍କୁ ସମ୍ମାନିତ କରିବା ପାଇଁ ଲାଇଭ୍ ଭିଜୁଆଲ୍ ଆଣି ପ୍ରସାରିତ କରିଥିଲା ।

ସମଗ୍ର ସପ୍ତାହରେ ୪୨ କୋଟି ଲୋକ ନେଟୱର୍କ ୧୮ର ଚ୍ୟାନେଲଗୁଡ଼ିକୁ ଦେଖିଥିଲେ ।

ମାର୍ଚ୍ଚ ୨୧କୁ ୨୭ ପର୍ଯ୍ୟନ୍ତର ସପ୍ତାହରେ ହାରାହାରି ୬୨ କୋଟି ଲୋକ ଟିଭି ଦେଖିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୭.୩ କୋଟି କୌଣସି ନା କୌଣସି ନ୍ୟୁଜ୍ ଚ୍ୟାନେଲ ଦେଖିଥିଲେ । ଏଥି ମଧ୍ୟରୁ ୧୯ କୋଟି ଲୋକ ନେଟୱର୍କ ୧୮ର ଚ୍ୟାନେଲଗୁଡ଼ିକରୁ ନ୍ୟୁଜ୍‌ ଦେଖିଥିଲେ ।
First published: April 2, 2020, 7:44 PM IST
corona virus btn
corona virus btn
Loading