ଲକଡାଉନରେ ଏମିତି ଗାଁରେ ଫସିଲେ ଏହି ଟିଭି ଅଭିନେତ୍ରୀ ଯେଉଁଠି ଗାଧୋଇବାକୁ ବାଥରୁମ୍ ନାହିଁ

ବାଥରୁମର ଅବସ୍ଥା ଏମିତି ଯେ ସେଠି ଝରକାରେ କିଛି ଲୁଗା ଟାଙ୍ଗି କୌଣସି ଉପାୟରେ କାମ ଚଳେଇବାକୁ ହେଉଛି ବୋଲି ସେ ଲେଖିଛନ୍ତି । ସେଠି ଫ୍ରିଜ୍ ବି ନାହିଁ ।

ଲକଡାଉନରେ ଏମିତି ଗାଁରେ ଫସିଲେ ଏହି ଟିଭି ଅଭିନେତ୍ରୀ ଯେଉଁଠି ଗାଧୋଇବାକୁ ବାଥରୁମ୍ ନାହିଁ
ଟିଭି ଅଭିନେତ୍ରୀ ରତନ ରାଜପୁତ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାଟନା: ଲକଡାଉନରେ ଦେଶ ସାରା ସାଧାରଣ ଜନତା ଏଠି ସେଠି ଅଟକି ରହିଥିବା ବେଳେ ସିନେ ଜଗତର ତାରକାମାନେ ବି କମ୍ ହଇରାଣ ହେଉନାହାନ୍ତି । ମୁମ୍ବାଇର ଜଣେ ଟିଭି ଅଭିନେତ୍ରୀ ବର୍ତ୍ତମାନ ଏମିତି ଏକ ଗାଁରେ ଫସି ରହିଛନ୍ତି ଯେଉଁଠି ନା ତାଙ୍କୁ ଦେଖିବା ପାଇଁ ଟିଭି ମିଳୁଛି ନା ଗାଧୋଇବା ପାଇଁ ବାଥରୁମ ଅଛି । ଏହି ଟିଭି ଅଭିନେତ୍ରୀଙ୍କ ନାମ ରତନ ରାଜପୁତ । ସେ ସିନେ ଦୁନିଆର ଅନ୍ୟ ସେଲିବ୍ରିଟିମାନଙ୍କ ପରି ନିଜ କ୍ୱାରେଣ୍ଟାଇନ ସମୟକୁ ଉପଭୋଗ କରୁନାହାଁନ୍ତି । ବହୁତ ବିବ୍ରତ ଅଛନ୍ତି ସେ ।

ସୂଚନା ଅନୁଯାୟୀ ଲକଡାଉନ ଘୋଷଣା ହେବାର ଅଳ୍ପ କିଛି ଘଣ୍ଟା ପୂର୍ବରୁ ରତନ କାହାକୁ ନ ଜଣେଇ ବିହାରରେ ଥିବା ନିଜ ଗାଁକୁ ଯାଇଥିଲେ । ସେ ସେହି ଗାଆଁରୁ ଫେରିବା ଆରମ୍ଭ କରିବା ବେଳେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଆହ୍ୱାନରେ ଦେଶରେ ୨୧ ଦିନ ପାଇଁ ଲକଡାଉନ୍‌ ଆରମ୍ଭ ହୋଇଗଲା । ବାସ୍ତବରେ ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ଭୂତାଣୁ ସଂକ୍ରମଣର ମୁକାବିଲା କରିବା ପାଇଁ ପ୍ରଧାନ ମନ୍ତ୍ରୀ ଏହି ପଦକ୍ଷେପ ନେଇଥିଲେ । ତେବେ ତାଙ୍କ ଘୋଷଣା ପରେ ଲୋକଙ୍କୁ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବାକୁ ମାତ୍ର କିଛି ଘଣ୍ଟାର ସମୟ ଦିଆଯାଇଥିଲା । ଏପରି ପରିସ୍ଥିତିରେ ଯିଏ ଯେଉଁଠି ଥିଲା ସେଇଠି ଅଟକି ଯାଇଥିଲେ । ଏମିତି ପରିସ୍ଥିତିରେ ଏହି ଅଭିନେତ୍ରୀ ୧୦ ଦିନରୁ ଅଧିକ ସମୟ ଲକଡାଉନରେ ବିତେଇବା ପରେ ସୋସିଆଲ ମିଡିଆରେ ତାଙ୍କ ଜୀବନ ବିଷୟରେ କହିଛନ୍ତି ।

ବାସ୍ତବରେ ରତନ ରାଜପୁତଙ୍କ ଗାଁରେ ବିଭିନ୍ନ ସୁବିଧାର ସମ୍ପୂର୍ଣ୍ଣ ଅଭାବ ରହିଛି । ତାଙ୍କ ଅବସ୍ଥା ଏମିତି ହୋଇଯାଇଛି ଯେ ସେ କେବଳ ଫୋନ୍ ଓ ଇଣ୍ଟରନେଟରେ ହିଁ ସମୟ ବିତାଇବାକୁ ବାଧ୍ୟ ହୋଇଛନ୍ତି । ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଏହି ଅଭିନେତ୍ରୀ ଏବେ ଟିଭି ଦେଖିବାରୁ ବଞ୍ଚିତ ହୋଇଛନ୍ତି ।

ସୋସିଆଲ ମିଡ଼ିଆ ପୋଷ୍ଟରେ ସେ ନିଜ ବାଥରୁମର ଅବସ୍ଥା ମଧ୍ୟ ଦେଖାଇଛନ୍ତି । ବାଥରୁମର ଅବସ୍ଥା ଏମିତି ଯେ ସେଠି ଝରକାରେ କିଛି ଲୁଗା ଟାଙ୍ଗି କୌଣସି ଉପାୟରେ କାମ ଚଳେଇବାକୁ ହେଉଛି । ଏହା ସହିତ ସେ ନିଜ କପଡ଼ା ଧୋଇବାର ଗୋଟେ ଭିଡିଓ ବି ସେଆର୍‌ କରିଛନ୍ତି । ସେ ନିଜ ହାତରେ ପିଟି ପିଟି କପଡ଼ା ଧୋଉଥିବା ଦେଖାଯାଇଛି । ସେଠି ଫ୍ରିଜର ବ୍ୟବସ୍ଥା ବି ନାହିଁ ।

ରତନ୍‌ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ମୋଦି ଲକଡାଉନ ଘୋଷଣା କରିବା ମାତ୍ରେ ତାଙ୍କୁ ଗ୍ୟାସ୍‌ ସିଲିଣ୍ଡର୍‌ ଭରିବା ପାଇଁ ଘରୁ ଦୌଡ଼ି ଯିବାକୁ ପଡ଼ିଥିଲା କାରଣ ପରେ ସିଲିଣ୍ଡର ଯେ ଭରିହେବ ତାହା ଉପରେ ତାଙ୍କର ବିଶ୍ୱାସ ନ ଥଲା । ତେବେ

ତାଙ୍କ ଜୀବନର ଏହି ସଙ୍ଘର୍ଷ ବିଷୟରେ ସେ ଲେଖି କହିଛନ୍ତି ଯେ ଅନ୍ୟମାନଙ୍କୁ ନିଜ ଅସୁବିଧା ବିଷୟରେ ଜଣେଇବା ତାଙ୍କର ଲକ୍ଷ ନୁହେଁ, ବରଂ ଏତେ ଅସୁବିଧା ସତ୍ତ୍ୱେ ସେ ଲକଡାଉନର ନିୟମ ସବୁ ପାଳନ କରୁଛନ୍ତି ତାହା ଜଣେଇ ଲୋକଙ୍କୁ ପ୍ରେରଣା ଦେବା ହିଁ ତାଙ୍କର ଇଚ୍ଛା ।

 


First published: April 6, 2020, 7:32 PM IST
corona virus btn
corona virus btn
Loading