କରୋନାଭାଇରସକୁ ନେଇ ‘ସମ୍ବେଦନହୀନ’ ମନ୍ତବ୍ୟ ପାଇଁ ଦିବ୍ୟାଙ୍କା ତ୍ରିପାଠୀ ସମାଲୋଚ଼ିତ ହେଲେ

ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଜଣକ କରୋନାଭାଇରସ୍ ମହାମାରୀକୁ ମୁମ୍ବାଇରେ ଚାଲିଥିବା ମେଟ୍ରୋ ରେଳ ଓ ସଡ଼କ କାମ ସହିତ ଯୋଡ଼ି ଏକ ମନ୍ତବ୍ୟ ଦେଇଥିଲେ । ଟ୍ରୋଲ୍ ହେବା ପରେ ସେହି ଟ୍ୱିଟକୁ ସେ ଡିଲିଟ୍ କରିଦେଇଥିଲେ ।

କରୋନାଭାଇରସକୁ ନେଇ ‘ସମ୍ବେଦନହୀନ’ ମନ୍ତବ୍ୟ ପାଇଁ ଦିବ୍ୟାଙ୍କା ତ୍ରିପାଠୀ ସମାଲୋଚ଼ିତ ହେଲେ
ଟିଭି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ
  • News18 Odia
  • Last Updated: March 17, 2020, 5:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: କରୋନାଭାଇରସ୍ ମହାମାରୀ ସାରା ଦେଶକୁ ଭୟଭୀତ କରି ରଖିଥିବା ବେଳେ ଟିଭି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ନିକଟରେ ଟୁଇଟ୍ କରି କହିଥିବା ଏକ କଥାକୁ “ସମ୍ବେଦନଶୀଳ” ଓ “ଅମାନବୀୟ” ବୋଲି ସାଧାରଣରେ ବିବେଚନା କରାଯାଇଛି । ଅଭିନେତ୍ରୀଙ୍କୁ ସେଇଥି ପାଇଁ ଇଣ୍ଟରନେଟରେ ଅନେକ ପ୍ରଶଂସକଙ୍କ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି ।

ଏହି ମହାମାରୀକୁ ମୁମ୍ବାଇରେ ଚାଲିଥିବା ମେଟ୍ରୋ ରେଳ ଓ ସଡ଼କ କାମ ସହିତ ଯୋଡ଼ି ଦିବ୍ୟାଙ୍କା ଏକ ମନ୍ତବ୍ୟ ଦେଇଥିଲେ । ସେ ନିଜ ଟ୍ୱିଟରେ ଲେଖିଥିଲେ ଯେ କରୋନା ଭାଇରସର ବଢ଼ୁଥିବା ପ୍ରକୋପ ମେଟ୍ରୋର କାମକୁ ଶୀଘ୍ର ସମାପ୍ତ କରିବାର ଏକ ସୁଯୋଗ ଦେଇଛି । ଏହି ମନ୍ତବ୍ୟ ତାଙ୍କ ପ୍ରଶଂସକମାନଙ୍କୁ ନିରାଶ କରିଛି ।

ମଙ୍ଗଳବାର ଅପରାହ୍ଣରେ ୩୫ ବର୍ଷ ବୟସ୍କା ଦିବ୍ୟାଙ୍କା ବର୍ତ୍ତମାନ ଡିଲିଟ କରିଦେଇଥିବା ଏକ ଟ୍ୱିଟର୍‌ ପୋଷ୍ଟରେ ମୁମ୍ବାଇର ଏକ ରାସ୍ତାରେ ନିଜେ କାର୍‌ ଚଳାଉଥିବାର ଏକ ଭିଡିଓ ସେୟାର କରି କହିଥିଲେ ଯେ କରୋନାଭାଇରସ୍‌ ବିପଦ ଦୂର ହେବା ସମୟ ପର୍ଯ୍ୟନ୍ତ ମେଟ୍ରୋ ଓ ସଡକର କାର୍ଯ୍ୟ ଶେଷ ହେବ ବୋଲି ସେ ଆଶା କରୁଛନ୍ତି ।

‘‘ଏବେ ମୁମ୍ବାଇରେ ଏତେ କମ୍ ଟ୍ରାଫିକ୍ ଥିବାରୁ ଲାଗୁଛି ଯେମିତି ମେଟ୍ରୋ, ପୋଲ ଓ ସୁଗମ ରାସ୍ତା କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାର ଏହା ସୁଯୋଗ,’’ ନିଜ ଟୁଇଟରେ କହିଥିଲେ ଦିବ୍ୟାଙ୍କା ।

ତାଙ୍କର ସେହି ପୋଷ୍ଟ ଟ୍ୱିଟରାଟିଙ୍କୁ ଆଦୌ ଭଲ ଲାଗି ନ ଥିଲା । ସେମାନେ ତାଙ୍କୁ ଉତ୍ତର ଦେଇ ମୁହେଁ ମୁହେଁ କହିଥିଲେ ଯେ ସେହି ପ୍ରକଳ୍ପଗୁଡ଼ିକରେ କାମ କରୁଥିବା ଶ୍ରମିକମାନଙ୍କ ଜୀବନ ଅନ୍ୟ ଲୋକମାନଙ୍କ ଜୀବନ ପରି ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଜାଣିରଖିବା ଉଚିତ । ଟ୍ୱିଟରଟିଙ୍କ ମଧ୍ୟରୁ କେହି କେହି ତାଙ୍କୁ ଏହି ଟ୍ୱିଟକୁ ହଟାଇ ନେବାକୁ ବି ଅନୁରୋଧ କରିଥିଲେ ।

ଜଣେ ଟ୍ୱିଟର୍‌ ବ୍ୟବହାରକାରୀ ଉତ୍ତରରେ ଲେଖିଥିଲେ, "କିନ୍ତୁ ଡି.ଟି. (ଦିବ୍ୟାଙ୍କା ତ୍ରିପାଠୀ), ଶ୍ରମିକମାନଙ୍କୁ ମଧ୍ୟ ସୁରକ୍ଷା ଦିଆଯିବା ଆବଶ୍ୟକ । ସେ ଯିଏ ବି ହୁଅନ୍ତୁ ନା କାହିଁକି, ଏହି ସମୟରେ ତାଙ୍କୁ ଅଲଗା କରି (isolated) ରଖିବା ଆବଶ୍ୟକ ।’’

ଅନ୍ୟ ଜଣେ ଟୁଇଟ୍ କରି କହିଥିଲେ, “ଦୟାକରି ଏହି ଟ୍ୱିଟ୍ ଡିଲିଟ୍ କରନ୍ତୁ । ଏହା ଅସମ୍ବେଦନଶୀଳ ଦେଖାଯାଉଛି । ମେଟ୍ରୋ ଶ୍ରମିକମାନେ ମଧ୍ୟ ମଣିଷ ।’’

‘‘ମ୍ୟାଡାମ୍… ଶ୍ରମିକମାନଙ୍କର ଜୀବନ ଗୁରୁତ୍ୱପୂର୍ଣ୍ଣ ନୁହେଁ କି? ଯଦି ସମଗ୍ର ଭାରତକୁ ଘରେ ରହିବାକୁ କୁହାଯାଏ ତେବେ ସେମାନେ କିପରି କାମ ପାଇଁ ଆସିବେ? ସେମାନେ ଦୈନିକ ଶ୍ରମିକ ହୋଇପାରନ୍ତି, କିନ୍ତୁ ତଥାପି ସରକାରୀ ପ୍ରକଳ୍ପଗୁଡିକରେ କାମ କରିବା ପାଇଁ ସରକାର ତାଙ୍କୁ ଅନୁମତି ଦେବେ ନାହିଁ,’’ ଲେଖିଥିଲେ ଆଉ ଜଣେ ଟ୍ୱିଟର୍‌ ବ୍ୟବହାରକାରୀ ।

‘‘କିନ୍ତୁ DT, ସେହି ଶ୍ରମିକମାନେ ମଧ୍ୟ ମଣିଷ । ଆଉ ଯେତେବେଳେ ସବୁ କିଛି ଠିକ୍‌ ଠାକ୍‌ ହେଇଠିବ, ସେତେବେଳେ ରାସ୍ତା ଓ ମେଟ୍ରୋ ନିର୍ମାଣ କରାଯାଇପାରିବ । ଏତେ ସଂଖ୍ୟକ ଶ୍ରମିକଙ୍କ କାର୍ଯ୍ୟକୁ ବିଚାର କରି କାହିଁକି ସେମାନଙ୍କ ଜୀବନକୁ ବିପଦରେ ରଖିବେ?’’ ପଚ଼ାରିଥିଲେ ଆଉ ଜଣେ ।
First published: March 17, 2020, 5:46 PM IST