ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ସଂକ୍ରମିତ ହେଲେ; କ୍ୱାରେଣ୍ଟାଇନରେ ରହିଲେ

କରୋନାକୁ ନେଇ ଅନେକ ଥର ଟ୍ରମ୍ପ୍ ହାଲୁକା ଓ ଅଯଥା ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି । ସେ ୯୦ ପ୍ରତିଶତ ସ୍ଥାନରେ ବିନା ମାସ୍କରେ ବୁଲୁଥିବାର ଦେଖାଯାଇଛନ୍ତି । ଏବେ ସେ ଦ୍ବିତୀୟ ପ୍ରେସିଡେନସିଆଲ ଡିବେଟରେ ଭାଗନେବାର ସମ୍ଭାବନା କମ୍ ଅଛି ।

ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ (ଫାଇଲ୍ ଫଟୋ)

ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ (ଫାଇଲ୍ ଫଟୋ)

  • Share this:
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ (Coronavirus) ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବାର ଆବଶ୍ୟକତା ଉପରେ ମଜା ଉଡ଼ାଇଥିବା ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ (Donald Trump) ଓ ତାଙ୍କ ପତ୍ନୀ ଫର୍ଷ୍ଟ ଲେଡି ମେଲାନିଆ ଟ୍ରମ୍ପ (Melania Trump) କରୋନା ଭାଇରସରେ (Corona Virus) ସଂକ୍ରମିତ ହୋଇଛନ୍ତି । ଦୁହେଁ କରୋନା ପଜିଟିଭ ହେବା ପରେ କ୍ବାରେଣ୍ଟାଇନରେ ରହୁଛନ୍ତି ।

ଆମେରିକାର ଏହି ପ୍ରଥମ ଦମ୍ପତି କରୋନା ପଜିଟିଭ୍‌ ହୋଇଥିବା ନେଇ ନିଜେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ‘‘ମୁଁ ଓ ଫର୍ଷ୍ଟ ଲେଡି ନିକଟରେ କୋଭିଡ-୧୯ ପଜିଟିଭ ହୋଇଛୁ । ଆମେ ଏବେ କ୍ବାରେଣ୍ଟାଇନରେ ଅଛୁଁ । ସୁସ୍ଥ ହେବା ନେଇ ଆମେ ପ୍ରକ୍ରିୟା ଆରମ୍ଭ କରିଦେଇଛୁ । କରୋନା ଠାରୁ ଉଭୟେ ମିଶି କରି ଜିତିବୁ ।’’

ଟ୍ରମ୍ପ କରୋନା ପଜିଟିଭ ହେବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି । ପ୍ରଧାନ ମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, ‘‘ମୋ’ର ବନ୍ଧୁ ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଶୀଘ୍ର ସୁସ୍ଥ ହେବା ଓ ଉତ୍ତମ ସ୍ବାସ୍ଥ୍ୟର କାମନା କରୁଅଛି ।’’

ଟ୍ରମ୍ପ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (ଫାଇଲ୍ ଫଟୋ)


ପୂର୍ବରୁ ଗୁରୁବାର ଦିନ ଟ୍ରମ୍ପଙ୍କ ପରାମର୍ଶଦାତା ହୋପ୍ ହିକ୍ସ କରୋନା ସଂକ୍ରମିତ ହେବା ପରେ ଟ୍ରମ୍ପ କହିଥିଲେ, ‘‘ହୋପ ହିକ୍ସ, ଯିଏ କି ବିନା ବ୍ରେକ ନେଇ ଏତେ ପରିଶ୍ରମ କରୁଥିଲେ, ସେ ଏବେ କରୋନା ପଜିଟିଭ ହୋଇଯାଇଛନ୍ତି । ଏହା ଏକ ବହୁତ ଖରାପ ବାର୍ତ୍ତା । ଫର୍ଷ୍ଟ ଲେଡି ଓ ମୁଁ ଏ ନେଇ ପରୀକ୍ଷା କରିଛୁ, ଆଉ ରେଜଲଟକୁ ଅପେକ୍ଷା କରିଛୁ । ଉଭୟେ କ୍ବାରେଣ୍ଟାଇନରେ ରହିବା ଆରମ୍ଭ କରି ଦେଇଛୁ ।’’





ରାଷ୍ଟ୍ରପତି ଟ୍ରମ୍ପଙ୍କ ପରାମର୍ଶଦାତା ହୋପ ହିକ୍ସ (Hope Hicks) ନିଜର ଏୟାର ଫୋର୍ସ ବିମାନ ସହ କ୍ଲିଭଲ୍ୟାଣ୍ଡରେ ହୋଇଥିବା ପ୍ରଥମ ପ୍ରେସିଡେନସିଆଲ ଡିବେଟକୁ (US Presidential debate) ଯାଇଥିଲେ । ଏହା ପରେ ସେ କରୋନା ପଜିଟିଭ ହୋଇଥିଲେ । କୁହାଯାଉଛି ଯେ ଟ୍ରମ୍ପଙ୍କୁ ତାଙ୍କ ପରାମର୍ଶଦାତାଙ୍କ ନିକଟରୁ ହିଁ କରୋନା ସଂକ୍ରମଣ ବ୍ୟାପିଛି ।

ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲାପଦରୁ ହଟାଗଲେ

କରୋନାକୁ ନେଇ ଅନେକ ଥର ଟ୍ରମ୍ପ ଅଯଥା ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି । ସେ କରୋନା ପ୍ରତି ବେପରୁଆ ମନୋଭାବ ବି ଦେଖାଇଛନ୍ତି । ଟ୍ରମ୍ପ ୯୦ ପ୍ରତିଶତ ସ୍ଥାନରେ ବିନା ମାସ୍କରେ ବୁଲୁଥିବାର ଦେଖାଯାଇଛନ୍ତି । ମାସ୍କକୁ ନେଇ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନଙ୍କ (Jo Biden) ଉପରେ ବି ବିବାଦୀୟ ବୟାନ ଦେଇଛନ୍ତି ଟ୍ରମ୍ପ।



ବଡ଼ କଥା ହେଉଛି ଯେ କରୋନା ସଂକ୍ରମିତ ହେବା ପରେ ଟ୍ରମ୍ପ ଏବେ ଦ୍ବିତୀୟ ପ୍ରେସିଡେନସିଆଲ ଡିବେଟରେ ସାମିଲ ହେବା ନେଇ ଆଶଙ୍କା ଦେଖାଦେଇଛି । ଦ୍ବିତୀୟ ପ୍ରେସିଡେନସିଆଲ ଡିବେଟ ଅକ୍ଟୋବର ୧୫ ତାରିଖରେ ଅନୁଷ୍ଠିତ ହେବ । ଏହି ଡିବେଟରେ ଟ୍ରମ୍ପ ସାମିଲ ହେବାର ସମ୍ଭାବନା କମ୍ ଅଛି ବୋଲି କୁହାଯାଉଛି ।
Published by:Anand ST Das
First published: