କାଲି ଠାରୁ ଦେଶରେ ଟ୍ରେନ୍ ଚାଲିବା ଆରମ୍ଭ ହେବ; ଆପଣ ଆଜି ଠାରୁ ଟିକେଟ୍ ବୁକିଂ କରିପାରନ୍ତି
ଟ୍ରେନରେ ଯାତ୍ରା କରିବା ପାଇଁ ସୋମବାର ଅପରାହ୍ଣ ୪ଟା ଠାରୁ କେବଳ ଅନଲାଇନରେ ଟିକେଟ୍ ବୁକିଂ କରି ପାରିବେ ଲୋକେ । ଏବେ କେବଳ ପ୍ରବାସୀଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ୍ ।

ମେ ୧୦ ତାରିଖ ସୁଦ୍ଧା ଭାରତୀୟ ରେଲୱେ ୩୫୦ଟି ଶ୍ରମିକ ଟ୍ରେନ୍ ଚଳାଇଛି ।
- News18 Odia
- Last Updated: May 11, 2020, 1:21 PM IST
ନୂଆ ଦିଲ୍ଲୀ: ଦେଶରେ ମେ ୧୨ ତାରିଖ ଅର୍ଥାତ୍ ମଙ୍ଗଳବାର ଠାରୁ ଟ୍ରେନ୍ ଚଳାଚଳ ଆରମ୍ଭ କରିବ । ଏବେ ଜାରି ଥିବା ଲକଡାଉନ୍ ଯୋଗୁଁ ୫୦ ଦିନର ବ୍ୟବଧାନ ପରେ ଦେଶରେ ପୁଣି ଗଡ଼ିବ ଟ୍ରେନ । ମେ ୧୨ରୁ ରାଜଧାନୀ ଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଚଳାଚଳ କରିବ ଟ୍ରେନ । ଦିଲ୍ଲୀରୁ ଭୁବନେଶ୍ବରକୁ ମଧ୍ୟ ଚାଲିବ ଟ୍ରେନ୍ ।
ଟ୍ରେନରେ ଯାତ୍ରା କରିବା ପାଇଁ ସୋମବାର ଠାରୁ ଟିକେଟ୍ ବୁକିଂ କରି ପାରିବେ ଲୋକେ । ଏବେ କେବଳ ପ୍ରବାସୀଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ୍ । ଏହି ଟ୍ରେନଗୁଡ଼ିକ ଦିଲ୍ଲୀରୁ ଦିବ୍ରୁଗଡ଼, ଅଗରତାଲା, ହାଓଡ଼ା, ପାଟନା, ବିଳାସପୁର, ରାଞ୍ଚି, ସିକନ୍ଦରାବାଦ, ବେଙ୍ଗାଳୁରୁ, ଚେନ୍ନାଇ, ତ୍ରିଭେନ୍ଦ୍ରମ, ମଡ଼ଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଓ ଜମ୍ମୁତାୱାକୁ ଚାଲିବ ।
ସୋମବାର ଅପରାହ୍ଣ ୪ଟାରୁ ଟିକେଟ୍ ବୁକିଂ କରି ପାରିବେ ଲୋକେ । ଏବେ କେବଳ ପ୍ରବାସୀଙ୍କ ପାଇଁ ଚାଲୁଛି ସ୍ବତନ୍ତ୍ର ଟ୍ରେନ୍ । ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । କାଉଣ୍ଟରରୁ ଟିକେଟ୍ ମିଳିବ ନାହିଁ । କେବଳ ଅନ୍ଲାଇନ୍ରେ ଟିକେଟ୍ ବୁକିଂ କରାଯାଇପାରିବ । ପ୍ରାଥମିକ ଭାବେ କେବଳ ଏସି ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ ।
ଟ୍ବିଟ୍ କରି ରେଳ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଯେ ରେଲୱେ ପର୍ଯ୍ୟାୟକ୍ରମେ ପ୍ୟାସେଞ୍ଜର ଟ୍ରେନ୍ ଚଳାଇବାକୁ ଚିନ୍ତା କରୁଛି । ଏହାକୁ ମେ ୧୨ ତାରିଖରୁ ଆରମ୍ଭ କରାଯାଇପାରେ । ପ୍ରଥମେ ୧୫ ଯୋଡ଼ା ସ୍ପେଶାଲ୍ ଟ୍ରେନ୍ ଚଳାଯିବ । ଏହି ଟ୍ରେନ୍ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରି ଦେଶର ଭିନ୍ନ ଭିନ୍ନ ଷ୍ଟେସନକୁ ଯିବ ।
ଏହା ପୂର୍ବରୁ ରେଳ ମନ୍ତ୍ରୀ ପିୟୁଷ ଗୋଏଲ୍ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ରାଜ୍ୟଗୁଡ଼ିକୁ ଟ୍ରେନ୍ ଚଳାଇବାକୁ ଅନୁମତି ଦିଅନ୍ତୁ, ଯାହା ଫଳରେ ଭିନ୍ନ ଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ସେମାନଙ୍କ ଘର ଯାଏଁ ପଠାଇବାର ବ୍ୟବସ୍ଥା ହୋଇପାରିବ । ଏକ ପରିସଂଖ୍ୟାନ ଅନୁସାରେ ମେ ୧୦ ତାରିଖ ସୁଦ୍ଧା ୧ ହଜାର ଘଣ୍ଟା ମଧ୍ୟରେ ଭାରତୀୟ ରେଲୱେ ୩୫୦ଟି ଶ୍ରମିକ ଟ୍ରେନ୍ ଚଳାଇଛି ।
ଏହା ବି ପଢ଼ନ୍ତୁ: CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ପରୀକ୍ଷା ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବ
ଏହା ବି ପଢ଼ନ୍ତୁ: ମୋଟା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣର ସମ୍ଭାବନା ଅଧିକ ଅଛି: ବୈଜ୍ଞାନିକ