ଅନଲକ୍-୧ ଆରମ୍ଭ ହେଲା, ଚାଲିଲା ଟ୍ରେନ୍; କଟକରେ ଯାତ୍ରୀମାନେ ଖୁସିରେ ଟ୍ରେନରେ ଚଢ଼ିଲେ

ଲକଡାଉନ ପର ଠାରୁ ଆଜି ପ୍ରଥମ ଥର ସର୍ବସାଧାରଣଙ୍କ ପାଇଁ ରେଳସେବା ଆରମ୍ଭ ହୋଇଥିବାରୁ କଟକ ରେଳ ଷ୍ଟେସନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ପ୍ରଥମ ଟ୍ରେନ ଭାବେ ଓଡ଼ିଶାରୁ ଚାଲିଲା ଜନଶତାବ୍ଦୀ ଏକ୍ସପ୍ରେସ ।

ଅନଲକ୍-୧ ଆରମ୍ଭ ହେଲା, ଚାଲିଲା ଟ୍ରେନ୍; କଟକରେ ଯାତ୍ରୀମାନେ ଖୁସିରେ ଟ୍ରେନରେ ଚଢ଼ିଲେ
କଟକ ରେଳ ଷ୍ଟେସନରେ ଟ୍ରେନରେ ଯିବାକୁ ପହଞ୍ଚିଥିବା ଜଣେ ଯାତ୍ରୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଜି ସମଗ୍ର ଦେଶରେ ଅନଲକ୍-୧ ଆରମ୍ଭ ହୋଇଛି ଓ ଆଜି ଠାରୁ ହିଁ ସର୍ବସାଧାରଣଙ୍କ ପାଇଁ ଟ୍ରେନ ସେବା ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ଦେଶରେ ୨୦୦ ଟେନ ଚଳାଚଳ ଆରମ୍ଭ ହୋଇଛି । ସକାଳେ ଭୁବନେଶ୍ବରୁ ହାଉଡ଼ା ଯାତ୍ରା କରିଛି ଜନଶତାବ୍ଦୀ ଏକ୍ସପ୍ରେସ ।

ଭୁବନେଶ୍ବରରୁ ଠିକ ୬ଟା ବେଳେ ଛାଡି ସାଢେ ୬ଟା ବେଳେ କଟକ ଷ୍ଟେସନରେ ପହଞ୍ଚିଥିଲା ଭୁବନେଶ୍ବର-ହାଓଡ଼ା ଜନଶତାବ୍ଦୀ ଏକ୍ସପ୍ରେସ । ପ୍ଲାଟଫର୍ମ ନଂ ୧ରେ ଏହି ଟ୍ରେନ ଆସିବା ପରେ ଧାଡ଼ି ଧାଡି କରି ଏଥିରେ ପ୍ରବେଶ କରିଥିଲେ ଯାତ୍ରୀ । ଯାତ୍ରୀଙ୍କ ମୁହଁରେ ହସ ଦେଖିବାକୁ ମିଳି ନ ଥିଲେ ମଧ୍ୟ ଦୀର୍ଘ ଅଢେଇ ମାସ ପରେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଥିବାରୁ ସେମାନେ ଖୁସି ନିଶ୍ଚିତ ଥିଲେ ।

‘‘କଟକରେ ରହି ମୁଁ ଛୋଟମୋଟ କାମ କରି ଚଳୁଥିଲି । ଲକଡ଼ାଉନ ପରେ ସବୁ କିଛି ବନ୍ଦ ହୋଇଯିବାରୁ ଏଠି ମୋ’ର ରୋଜଗାର ନ ଥିଲା । ମୁଁ ଘରକୁ ବି ଯାଇ ପାରୁନଥିଲି । ଆଜି ଯାଉଛି,’’ କହିଛନ୍ତି ଏହି ଟ୍ରେନରେ ଯାଉଥିବା ଜଣେ ଯାତ୍ରୀ ।

ଷ୍ଟେସନକୁ ପ୍ରବେଶ ସମୟରେ ଯାତ୍ରୀମାନଙ୍କ ଶରୀରର ଉତ୍ତାପ ମପା ଯାଇଥିଲା ।


ଟ୍ରେନ ଆସିବାର ଅନେକ ସମୟ ପୂର୍ବରୁ ଷ୍ଟେସନ ବାହାରେ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟର ୯୦ ମିନିଟ ପୂର୍ବରୁ ଷ୍ଟେସନରେ ପହଞ୍ଚିବା ପାଇଁ ରେଳବାଇର ଗାଇଡ଼ଲାଇନ ରହିଥିବାରୁ ଏହାର ଯଥେଷ୍ଟ ସମୟ ପୂର୍ବରୁ ହିଁ କଟକ ରେଳ ଷ୍ଟେସନରେ ଯାତ୍ରୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ଅଧିକାଂଶ ଯାତ୍ରୀ ବଙ୍ଗଳାଭାଷା ଭାଷୀ ଥିଲେ, ହେଲେ କୋଲକାତାରେ ଥିବା ନିଜ ପରିବାର ପାଖକୁ ଫେରୁଥିବା ଓଡିଆ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ କିଛି କମ ନଥିଲା ।

‘‘ବାଲେଶ୍ବର ରୁଟରେ ବସ କେତେବେଳେ ଯାଉଛି ଆମେ ଜାଣିନୁ । ସେଥି ପାଇଁ ବସ ବଦଳରେ ଟ୍ରେନରେ ଯିବାକୁ ଠିକ ଲାଗିଲା,’’ ନିଜର ଏକ ଛୋଟ ପିଲା ଓ ସ୍ବାମୀଙ୍କ ସହ ଯାଉଥିବା ବେଳେ କହିଛନ୍ତି ଜଣେ ମହିଳା ଯାତ୍ରୀ ।

ଲକଡାଉନ ପର ଠାରୁ ପ୍ରଥମ ଥର ଲାଗି ସର୍ବସାଧାରଣଙ୍କ ପାଇଁ ରେଳସେବା ଆରମ୍ଭ ହୋଇଥିବାରୁ ରେଳ ଷ୍ଟେସନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଯାତ୍ରୀମାନେ ପରସ୍ପର ଠାରୁ ଦୂରତା ରକ୍ଷା କରି ଧାଡ଼ିରେ ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ଦେଇ ଭିତରକୁ ଯାଉଥିଲେ । ପ୍ରବେଶ ସମୟରେ ପ୍ରଥମେ ସେମାନଙ୍କ ଶରୀରର ଉତ୍ତାପ ମପା ଯାଉଥିଲା ଓ ପ୍ଲାଟଫର୍ମର ଗେଟ୍‌ରେ ସେମାନଙ୍କର ସ୍କ୍ରିନିଂ ମଧ୍ୟ କରାଯାଉଥିଲା । ଏହି ଟ୍ରେନରେ କଟକ ଷ୍ଟେସନରୁ ୩୩୮ ଜଣ ଯାତ୍ରୀ ଯାତ୍ରା କରିଥିଲେ ।

‘‘ଟ୍ରେନରେ ଯାଉଥିବା ସବୁ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ତେଣୁ ଷ୍ଟେସନକୁ ପ୍ରବେଶ କରୁଥିବା ଯାତ୍ରୀମାନେ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ଜାଞ୍ଚ କରୁଛୁ । ଷ୍ଟେସନ ଭିତରକୁ ପଶିବା ପରେ ତାଙ୍କର ସ୍କ୍ରନିଂ କରି ପ୍ଲାଟଫର୍ମ ଭିତରକୁ ପ୍ରବେଶ କରିବାକୁ ଦିଆଯାଉଛି,’’ କହିଛନ୍ତି କଟକ ଆର.ପି.ଏଫ ଥାନାଧିକାରୀ ପ୍ରବୀଣ କୁମାର ।

ଆଜି କଟକ ଷ୍ଟେସନ ଦେଇ ତିନିଟି ଟ୍ରେନ ଯାତ୍ରା କରିବ ଓ ଫେରିବ । ଜନଶତାବ୍ଦୀ ଏକ୍ଟପ୍ରେସ ସକାଳ ୬ଟା ୩୦ରେ କଟକରେ ପହଞ୍ଚି ୬ଟା ୩୨ ମିନିଟରେ ଛାଡ଼ିଛି । ଫେରିବା ସମୟରେ ସନ୍ଧ୍ୟା ୭ ଟା ୩୫ରେ ପହଞ୍ଚି ୭ଟା ୩୭ରେ ଭୁବନେଶ୍ବର ଯାତ୍ରା କରିବ ।

ସିକନ୍ଦରାବାଦ-ହାଉଡ଼ା ଫଲକନାମା ଏକ୍ସପ୍ରେସ ଦିନ ୧୧ଟା ୩୩ରେ କଟକରେ ପହଁଚି ୧୧ଟା ୩୮ରେ ଛାଡ଼ିଛି । ଆସନ୍ତା କାଲି ଦିନ ଗୋଟାଏ ୧୮ ମିନିଟରେ ପହଁଚି ଗୋଟାଏ ୨୩ରେ ଛାଡ଼ିବ । ଭୁବନେଶ୍ବର-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ରାତି ୧୧ଟା ୪୧ରେ କଟକ ଷ୍ଟେସନରେ ପହଞ୍ଚି ୧୧ଟା ୪୬ ମିନିଟରେ ଛାଡ଼ିବ ଓ ଆସନ୍ତା କାଲି ଭୋର ୩ଟାରେ ପହଞ୍ଚି ୩ଟା ୫ ମିନିଟରେ କଟକ ଛାଡ଼ିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ​

ଏହା ବି ପଢ଼ନ୍ତୁ: 

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 1, 2020, 4:28 PM IST
corona virus btn
corona virus btn
Loading