News18 Odia Digital
ସମ୍ବଲପୁର: ଲକଡାଉନ ଯୋଗୁଁ ସାଧାରଣ ଯାତ୍ରୀଙ୍କ ପାଇଁ ବନ୍ଦ ଥିବା ରେଳ ସେବା ଆଜି ଠାରୁ ପୁଣି ଆରମ୍ଭ ହୋଇଛି । ଯାତ୍ରୀଙ୍କୁ ନେଇ ଗଡ଼ିଛି ଟ୍ରେନ । ସମ୍ବଲପୁର ଷ୍ଟେସନରୁ ସକାଳେ ପ୍ରଥମେ ସମ୍ବଲପୁର-ଖୋର୍ଦ୍ଧା ରୋଡ଼ ଇଣ୍ଟରସିଟି ସ୍ପେସାଲ ଟ୍ରେନ ଯାତ୍ରୀଙ୍କୁ ନେଇ ଷ୍ଟେସନ ଛାଡିଥିଲା । କୋଭିଡ-୧୯ ନିୟମ ଅନୁଯାୟୀ ଥର୍ମାଲ ସ୍କ୍ରିନିଙ୍ଗ ଓ ସାନିଟାଇଜେସନ କରିବା ପରେ ହିଁ କେବଳ କନଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ପ୍ଲାଟଫର୍ମ ଭିତରକୁ ଛଡାଯାଇଥିଲା ।
ଦୀର୍ଘ ଦିନର ଲକଡାଉନ ପରେ ସମ୍ବଲପୁରରୁ ପାସେଞ୍ଜରଙ୍କୁ ନେଇ ଟ୍ରେନ ଚାଲିଥିବା ବେଳେ ପ୍ରଥମ ଦିନରେ ଷ୍ଟେସନ ପରିସରରେ ଯାତ୍ରୀଙ୍କ ଏତେ ଭିଡ଼ ଦେଖିବାକୁ ମିଳି ନ ଥିଲା । ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ ସାଧାରଣ ସମୟରେ ପ୍ରାୟ ଭିଡ଼ ରହିଥାଏ । ଏହି ଟ୍ରେନ ଏବେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ପର୍ଯ୍ୟନ୍ତ ଯାତ୍ରା କରିଥିଲା । ତେବେ ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ଯାତ୍ରା କରିବା ପୁର୍ବରୁ ରେଳ ବିଭାଗ ଗାଇଡଲାଇନ ଅନୁଯାୟୀ ମାସ୍କ ପିନ୍ଧି ରେଳରେ ଯାତ୍ରା କରିବା ପାଇଁ କୁହାଯାଇଥିଲା ।
‘‘ସାମଜିକ ଦୂରତ୍ବ ରକ୍ଷା କରି ରେଳ ଯାତ୍ରୀମାନେ ଷ୍ଟେସନକୁ ପ୍ରବେଶ କରିଥିଲେ । ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଯିବା ସହ ସାନିଟାଇଜ କରିବା ପରେ କେବଳ କନଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ପ୍ଲାଟଫର୍ମକୁ ଛଡାଯାଇଥିଲା । ଏହା ପୁର୍ବରୁ ସମଗ୍ର ରେଳ ଷ୍ଟେସନ ପରିସର ଓ ରେଳଗାଡି କୋଚଗୁଡିକୁ ସାନିଟାଇଜ କରାଯାଇଥିଲା,’’ ସମ୍ବଲପୁର ରେଳ ଡିଭିଜନର ଜନସମ୍ପର୍କ ଅଧିକାରୀ ତ୍ରିବିକ୍ରମ ସେଠ କହିଛନ୍ତି ।

ରେଳ ଗାଡ଼ି ଷ୍ଟେସନ ଛାଡିବାର ଯଥେଷ୍ଟ ପୁର୍ବରୁ ରେଳ ଯାତ୍ରୀମାନେ ଆସି ଷ୍ଟେସନରେ ପହଞ୍ଚିଥିଲେ ।
ରେଳ ଗାଡ଼ି ଷ୍ଟେସନ ଛାଡିବାର ଯଥେଷ୍ଟ ପୁର୍ବରୁ ରେଳ ଯାତ୍ରୀମାନେ ଆସି ଷ୍ଟେସନରେ ପହଞ୍ଚିଥିଲେ । ପୋଲିସ ଓ ରେଳ କର୍ମଚାରୀମାନେ ଯାତ୍ରୀଙ୍କୁ ଯାଞ୍ଚ କରିବା ପରେ ଷ୍ଟେସନକୁ ଛାଡିଥିଲେ ।
‘‘ରେଳ ଚଳାଚଳ ବନ୍ଦ ରହିଥିବାରୁ ମୁଁ ବଲାଙ୍ଗର ଯିବା ପାଇଁ ଚାହିଁ ମଧ୍ୟ ଯାଇପାରୁ ନ ଥିଲି । ଆଜି ରେଳ ଚଳାଚଳ ପୁଣି ଆରମ୍ଭ ହୋଇଥିବାରୁ ପ୍ରଥମ ଦିନରେ ବଲାଙ୍ଗରି ଯିବା ପାଇଁ ଷ୍ଟେସନ ଆସିଛି,’’ ଖୁସି ପ୍ରକଟ କରି କହିଛନ୍ତି ରେଳ ଯାତ୍ରୀ ଦେବାଶିଷ ପାଣିଗ୍ରାହୀ ।
ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଦେଇ ଭୁବନେଶ୍ୱର-ବଲାଙ୍ଗୀର, ଭୁବନେଶ୍ୱର-କୋରାପୁଟ ଓ ଖୋର୍ଦ୍ଧା-ସମ୍ବଲପୁର ସ୍ପେଶାଲ ଟ୍ରେନ ଚାଲିବା ପାଇଁ ଅନୁମତି ମିଳିଛି । ଭୁବନେଶ୍ୱର-କୋରାପୁଟ ଟ୍ରେନ ସପ୍ତାହରେ ତିନି ଦିନ ଚାଲିବାକୁ ଥିବା ସମୟରେ ଅନ୍ୟ ଦୁଇ ଟ୍ରେନ ସପ୍ତାହରେ ପାଞ୍ଚ ଦିନ ଚାଲିବ ।
ଏହା ବି ପଢ଼ନ୍ତୁ:
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ
ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା
ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା