ଏବେ ରେଳ ଷ୍ଟେସନ୍ କାଉଣ୍ଟରରେ ବି ମିଳିବା ଆରମ୍ଭ ହେଲା ସଂରକ୍ଷିତ ଟ୍ରେନ୍‌ ଟିକେଟ୍

ସକାଳ ୮ଟାରୁ ରେଳ ଷ୍ଟେସନରେ ଟିକେଟ କାଉଣ୍ଟରଗୁଡ଼ିକ ଖୋଲିବା ଆରମ୍ଭ ହୋଉଛି ଓ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ଚାଲୁଛି । ଆଜି ଠାରୁ ବିମାନ ଯାତ୍ରା ପାଇଁ ବି ଟିକେଟ ବୁକିଂ ଆରମ୍ଭ ହୋଇଛି ।

ଏବେ ରେଳ ଷ୍ଟେସନ୍ କାଉଣ୍ଟରରେ ବି ମିଳିବା ଆରମ୍ଭ ହେଲା ସଂରକ୍ଷିତ ଟ୍ରେନ୍‌ ଟିକେଟ୍
ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନ୍ ଟିକେଟ ବିକ୍ରି ଆରମ୍ଭ ହେବାର ଏକ ଦୃଶ୍ୟ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

#ଭୁବନେଶ୍ୱର: ଅନଲାଇନ୍‌ ପରେ ଆଜି ଠାରୁ ଦେଶ ସାରା ରେଳ ଷ୍ଟେସନର କାଉଣ୍ଟରରେ ମିଳିବା ଆରମ୍ଭ ହୋଇଛି ସଂରକ୍ଷିତ ଟ୍ରେନ୍‌ ଟିକେଟ୍ । ଓଡ଼ିଶାରେ ବି ଏହି ସୁବିଧା ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ଷ୍ଟେସନରେ ଆରମ୍ଭ କରାଯାଇଛି ।

ସର୍ଭିସ୍‌ ସେଣ୍ଟରଗୁଡ଼ିକରେ ମଧ୍ୟ ଆଜି ଠାରୁ ରିଜର୍ଭ ଟିକଟ ମିଳୁଛି । ରାଜ୍ୟରେ ଥିବା ବିଭିନ୍ନ ଡିଭିଜନରେ ଅଧୀନରେ ସଂରକ୍ଷିତ ସୁବିଧା ଥିବା ଅଧିକାଂଶ ଷ୍ଟେସନରେ ଟିକେଟ ମିଳୁଛି । କଟକ, ଭୁବନେଶ୍ବର, ପୁରୀ, ବାଲୁଗାଁ, ବ୍ରହ୍ମପୁର, ଛତ୍ରପୁର, ପଲାସା, ସୋମ​‌ପେଟା, ଇଚ୍ଛାପୁରମ୍‌, ଭଦ୍ରକ, ତାଳଚେର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦୁଝର ରୋଡ୍‌ ଓ ସମ୍ବଲପୁର ଭଳି ଷ୍ଟେସନରେ ଟିକେଟ କାଉଣ୍ଟର ଖୋଲିଛି ।

ସକାଳ ୮ଟାରୁ ରେଳ ଷ୍ଟେସନରେ ଟିକେଟ କାଉଣ୍ଟରଗୁଡ଼ିକ ଖୋଲିବା ଆରମ୍ଭ ହୋଉଛି ଓ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ଚାଲୁଛି । କାଉଣ୍ଟରରେ ଓ ବାହାରେ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ  ଜୋନାଲ୍‌ ଅଫିସକୁ ନିର୍ଦ୍ଦେଶ ଜାରି କରିଛି ରେଳ ମନ୍ତ୍ରାଳୟ ।

ବୁକିଂ କ୍ଲର୍କମାନେ ଆସି ଷ୍ଟେସନ୍‌ କାଉଣ୍ଟରରେ ଯୋଗ ଦେଇଛନ୍ତି ।


ଜୁନ ୧ ତାରିଖରୁ ପାଖାପାଖି ୨୦୦ଟି ଟ୍ରେନ ଦେଶରେ ଚଳାଚଳ କରିବ । ଏଥି ପାଇଁ ଗତ କାଲିଠାରୁ ଅନଲାଇନରେ ଟିକେଟ୍  ବୁକିଂ ଆରମ୍ଭ ହୋଇଥିଲା।

ଆଜି ଠାରୁ ବିମାନ ଯାତ୍ରା ପାଇଁ ବି ଟିକେଟ ବୁକିଂ ଆରମ୍ଭ ହୋଇଛି। ଆଜି ଦିନ ସାଢ଼େ ୧୨ଟାରୁ ଏୟାର ଇଣ୍ଡିଆ ପାଇଁ ଟିକେଟ ବୁକିଂ ଆରମ୍ଭ ହୋଇଛି । ଯାତ୍ରୀମାନେ ଅନଲାଇନରେ ଏୟାର ଇଣ୍ଡିଆ ଟିକେଟ ବୁକିଂ ୱେବ୍‌ସାଇଟ୍‌ airindia.in ରେ ଟିକେଟ ବୁକ୍ କରିପାରିବେ । ଏଥି ସହ ସ୍ବୀକୃତିପ୍ରାପ୍ତ ଟ୍ରାଭେଲ ଏଜେଣ୍ଟଙ୍କ ଠାରୁ ଓ କଷ୍ଟମର କେୟାର ସେଣ୍ଟରରୁ ମଧ୍ୟ ଟିକେଟ କ୍ରୟ କରିପାରିବେ ଯାତ୍ରୀ । ତେବେ ବର୍ତ୍ତମାନ ଅନ୍ତର୍ଜାତୀୟ ଉଡାଣ ପାଇଁ ଟିକେଟ ବୁକିଂ ବନ୍ଦ ରହିଛି ।

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 22, 2020, 2:12 PM IST
corona virus btn
corona virus btn
Loading