କରୋନା କାଳରେ ଟ୍ରେନ୍ ଟିକେଟ୍ ଟଙ୍କା ଫେରସ୍ତ ସମୟ ୬ ମାସରୁ ବଢ଼ି ୯ ମାସ ହେଲା
କରୋନା ସଂକ୍ରମଣ ଓ ଲକଡାଉନ୍ ସମୟରେ ଅନେକ ଯାତ୍ରୀ ନିଜ ଟ୍ରେନ୍ ଟିକେଟ୍ ବାତିଲ୍ କରିପାରି ନ ଥିଲେ ଓ ଅନେକଙ୍କୁ ଟିକେଟ୍ ଟଙ୍କା ଫେରସ୍ତ ହୋଇପାରି ନାହିଁ । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏବେ ଏହି ନିଷ୍ପତ୍ତି ନେଇଛି ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: January 8, 2021, 3:30 PM IST
ନୂଆ ଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ (Cirinavirus) ଓ ଲକଡାଉନ୍ ସମୟରେ ଆପଣ ଟ୍ରେନ୍ ଟିକେଟ୍ କାଟି ତାକୁ ବାତିଲ କରିଛନ୍ତି କି? ଆଉ ଆପଣଙ୍କୁ ଏ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ (train ticket refund) ମିଳିନାହଁ କି? ଯଦି ଏମିତି ହୋଇଛି ତେବେ ଆଦୌ ବ୍ୟସ୍ତ ହୁଅ ନାହିଁ । ଭାରତୀୟ ରେଳ (Indian Railways) ଯାତ୍ରୀଙ୍କ ଟିକଟ ଟଙ୍କା ପାଇଁ ଫେରସ୍ତ ସମୟ ସୀମାକୁ ଛଅ ମାସରୁ ନଅ ମାସକୁ ବୃଦ୍ଧି କରିଛି ।
କରୋନା ସଂକ୍ରମଣ ଓ ଲକଡାଉନ୍ ସମୟରେ ଅନେକ ଯାତ୍ରୀ ନିଜ ଟ୍ରେନ୍ ଟିକେଟ୍ ବାତିଲ୍ କରିପାରି ନ ଥିଲେ ଓ ଅନେକଙ୍କୁ ଟିକେଟ୍ ଟଙ୍କା ଫେରସ୍ତ ହୋଇପାରି ନାହିଁ । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏବେ ଏହି ନିଷ୍ପତ୍ତି ନେଇଛି ।
ଏହା ବି ପଢ଼ନ୍ତୁ | ଦ୍ୱିତୀୟ ନିର୍ଭୟା କାଣ୍ଡ: ମହିଳା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ; ପୂଜାରୀ ଓ ୨ ସାଥୀ ଅଭିଯୁକ୍ତ
ଏହା ବ୍ୟତୀତ ରେଳବାଇ ଏକ ବିବୃତ୍ତି ଜାରି କରି କହିଛି ଯେ ଏ ପର୍ଯ୍ୟନ୍ତ ଅନେକ ଯାତ୍ରୀ ସେମାନେ ବୁକ୍ କରିଥିବା ଟିକେଟ୍ ବାବଦରେ ଟଙ୍କା ଫେରସ୍ତ ପାଇନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ରେଳବାଇର ଜୋନାଲ କାର୍ଯ୍ୟାଳୟଗୁଡ଼ିକ ଟିକେଟ ବାତିଲ ଅବଧି ବୃଦ୍ଧି କରିବାକୁ ଦାବି କରିଥିଲେ । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏହି ଅବଧି ଛଅ ମାସରୁ ନଅ ମାସକୁ ବୃଦ୍ଧି କରିଛି ।
ଏହା ବି ପଢ଼ନ୍ତୁ | ମାହାଙ୍ଗା ଡବଲ୍ ମର୍ଡ଼ର: ‘‘ତାଙ୍କ ଦି’ ପୁଅ ମୋତେ ନଙ୍ଗଳା କରି ମାଇଲେ ବୋଲି ମୁଁ ତାଙ୍କୁ ମାରିଦେଲି’’
ଜଣେ ବରିଷ୍ଠ ରେଳ ଅଧିକାରୀ କହିଛନ୍ତି ଯେ କୌଣସି ଯାତ୍ରୀଙ୍କୁ ସେମାନଙ୍କ ଟଙ୍କା ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ । ରେଳବାଇ କରୋନା ଲକଡାଉନ୍ ସମୟରେ ଟିକେଟ୍ କାଟିଥିବା ସମସ୍ତ ଯାତ୍ରୀଙ୍କ ଟଙ୍କା ଫେରସ୍ତ କରିବ ।
ଏହା ବି ପଢ଼ନ୍ତୁ | ଯାଜପୁର: ଅପହରଣକାରୀଙ୍କ କବଳରୁ ଖସିଲା ସ୍କଲ୍ ଛାତ୍ର; ଶିଶୁ କନ୍ୟା ପିହୁ ଏବେ ବି ନିଖୋଜ
ଏହା ବ୍ୟତୀତ ଯେଉଁ ଯାତ୍ରୀମାନେ ରେଳ ଷ୍ଟେସନରୁ ଟିକେଟ୍ ବୁକ୍ କରିଥିଲେ ସେମାନେ ସେହି ଟିକେଟକୁ ଯାତ୍ରୀ କାଉଣ୍ଟରରେ ଦାଖଲ କରିପାରିବେ ଓ ସେଠାରୁ ଟଙ୍କା ଫେରସ୍ତ ନେଇପାରିବେ ।
ଯେଉଁ ଯାତ୍ରୀମାନେ ଅନଲାଇନରେ ଟିକେଟ ବୁକ୍ କରିଥିଲେ ଯଦି ଟ୍ରେନ୍ ବାତିଲ ହୋଇଥିଲା ତାହେଲେ ସେମାନେ ସ୍ୱୟଂଚାଳିତ ଭାବରେ (automatically) ନିଜ ଟଙ୍କା ଫେରସ୍ତ ପାଇଯିବେ ବୋଲି କହିଛନ୍ତି ବରିଷ୍ଠ ରେଳ ଅଧିକାରୀ ।