News18 Odia Digital
ମୁ୍ମ୍ବାଇ: ଏଆରବି.ଏନ୍.ବି. (Airbnb), ଉବର୍ (Uber) ଓ ସ୍ପୋଟିଫାଏ (Spotify) ପରି କମ୍ପାନୀଗୁଡ଼ିକରେ ନିବେଶ କରିଥିବା ଟିପିଜି (TPG) ଜିଓ ପ୍ଲାଟଫର୍ମ୍ସ (Jio Platforms)ର ୦.୯୩ ପ୍ରତିଶତ ଅଂଶଧନ ପାଇଁ ୪,୫୪୬.୮୦ କୋଟି ଟଙ୍କା ବିନିଯୋଗ କରିବା ଘୋଷଣା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ (Reliance Industries Limited, RIL)ର ସାତ ସପ୍ତାହ ମଧ୍ୟରେ କ୍ରମାଗତ ନବମ ଡିଲ୍ । ଏହି ଐତିହାସିକ ନବମ ଡିଲ୍ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୟୁନିଟରେ ମିଳିତ ପାଣ୍ଠି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି ।
ଚଳଚ୍ଚିତ୍ର, ସମ୍ବାଦ, ମ୍ୟୁଜିକ୍ ଆପ୍ ତଥା ଟେଲିକମ୍ କମ୍ପାନୀ ଜିଓ ଇନଫୋକମ୍ ଚଳାଉଥିବା ଜିଓ ପ୍ଲାଟଫର୍ମ୍ସରେ ସାତ ସପ୍ତାହ ଧରି ହୋଇଚାଲିଥିବା ଏହି ବିନିଯୋଗ ବିଶ୍ୱରେ ଯେକୌଣସି ସ୍ଥାନରେ କ୍ରମାଗତ ଭାବେ ହୋଇଥିବା ସବୁ ଠାରୁ ବଡ଼ ଓ ସଫଳ ପାଣ୍ଠି ସଂଗ୍ରହ ଉଦ୍ୟମ । ତୈଳ ଠାରୁ ରିଟେଲ୍ ବ୍ୟବସାୟ ଓ ଟେଲିକମ୍ ପର୍ଯ୍ୟନ୍ତ ବ୍ୟାପ୍ତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏ ପର୍ଯ୍ୟନ୍ତ ଜିଓ (Jio)ରେ ୨୨.୩୮ ପ୍ରତିଶତ ଅଂଶଧନ ବିକି ବିଶ୍ୱର ବଡ଼ ଟେକ୍ନୋଲୋଜି ନିବେଶକମାନଙ୍କ ଠାରୁ ୧୦୪,୩୨୬.୬୫ କୋଟି ଟଙ୍କା ସଂଗ୍ରହ କରିଛି ।
ବିଶ୍ୱସ୍ତରୀୟ ଲକଡାଉନ୍ ମଧ୍ୟରେ ଏହି ସବୁ ବାଣିଜ୍ୟିକ ଚୁକ୍ତି ହେବା ଭାରତର ବିଶାଳ ଡିଜିଟାଲ୍ ସମ୍ଭାବନା ଓ ଜିଓର ଦୃଢ଼ ରଣନୀତି, ବୈଷୟିକ ସାମର୍ଥ୍ୟ, ବ୍ୟାଘାତକାରୀ ବ୍ୟବସାୟ ମଡେଲ୍ ଓ ଦୀର୍ଘମିଆଦୀ ଅଭିବୃଦ୍ଧି ସମ୍ଭାବନାକୁ ପ୍ରତିଫଳିତ କରୁଛି ।

ରିଲାଏନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ
TPGର ଏହି ପୁଞ୍ଜି ବିନିଯୋଗ ଇକ୍ୱିଟି ମୂଲ୍ୟରେ ୪.୯୧ ଲକ୍ଷ କୋଟି ଟଙ୍କା ଓ ଏଣ୍ଟରପ୍ରାଇଜ୍ ମୂଲ୍ୟରେ ୫.୧୬ ଲକ୍ଷ କୋଟି ଟଙ୍କା । ଏହା ପୂର୍ବରୁ ଜୁନ ୭ରେ ଆବୁଧାବି ନିବେଶ ପ୍ରାଧିକରଣ (ADIA) ଜିଓ ପ୍ଲାଟଫର୍ମ୍ସରେ ୧.୧୬ ପ୍ରତିଶତ ଅଂଶଧନ ୫,୬୮୩.୫ କୋଟି ଟଙ୍କାରେ କିଣିଥିଲା ।
TPG ସହିତ ଏହି ଚୁକ୍ତିର ଦୁଇ ଘଣ୍ଟା ମଧ୍ୟରେ ବିଶ୍ୱର ସର୍ବବୃହତ ଗ୍ରାହକ-କେନ୍ଦ୍ରିତ ଘରୋଇ ଇକ୍ୱିଟି ଫାର୍ମ ଏଲ୍. କ୍ୟାଟରଟନ୍ (L Catterton) ରିଲାଏନ୍ସ ଇଣ୍ଡଷ୍ଟ୍ରିଜର (Reliance Industries, RIL) ଡିଜିଟାଲ୍ ୟୁନିଟ୍ ଜିଓ ପ୍ଲାଟଫର୍ମ (Jio Platform)ରେ ୦.୩୯ ପ୍ରତିଶତ ଅଂଶଧନ ପାଇଁ ୧,୮୯୪.୫୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ଘୋଷଣା କରିଛି । ଗତ ସାତ ସପ୍ତାହ ଭିତରେ ଏହା ଜିଓ ପ୍ଲାଟଫର୍ମ୍ସରେ କ୍ରମାଗତ ଦଶମ ପୁଞ୍ଜି ନିବେଶ ।
ଏହି କ୍ରମାଗତ ବିନିଯୋଗ ଏପ୍ରିଲ୍ ୨୨ରେ ଫେସବୁକ୍ ଜିଓ ପ୍ଲାଟଫର୍ମର ୯.୯୯ ପ୍ରତିଶତ ଅଂଶଧନ ୪୩,୫୭୪ କୋଟି ଟଙ୍କାରେ କିଣିବା ପର ଠାରୁ ଆରମ୍ଭ ହୋଇଯାଇଥିଲା ।

ଲଗାତର ଦଶଟି ବିନିଯୋଗ ସହ ଜିଓ ପ୍ଲାଟଫର୍ମ ଗତ ସାତ ସପ୍ତାହରେ ୧୦୪,୩୨୬.୬୫ କୋଟି ଟଙ୍କା ସଂଗ୍ରହ କରିସାରିଛି ।
ସେବେ ଠାରୁ ଜେନେରାଲ ଆଟଲାଣ୍ଟିକ୍, ସିଲଭର ଲେକ୍ (ଦୁଇ ଥର), ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, କେ.କେ.ଆର୍., ମୁବାଦଲା ଇନଭେଷ୍ଟମେଣ୍ଟ କମ୍ପାନୀ ଏବଂ ଆଡିଆ, ଟିପିଜି ଓ ଏଲ୍. କ୍ୟାଟରଟନ୍ ଜିଓରେ ପୁଞ୍ଜି ବିନିଯୋଗ ପାଇଁ ଧାଡ଼ି ବାନ୍ଧିଥିଲେ ।
“ଏକ ଡିଜିଟାଲ୍ ଇକୋସିଷ୍ଟମ୍ ସୃଷ୍ଟି ମାଧ୍ୟମରେ ଭାରତୀୟଙ୍କ ଜୀବନର ଡିଜିଟାଲ୍ ସଶକ୍ତିକରଣ ଦିଗରେ ଆମର ନିରନ୍ତର ପ୍ରୟାସରେ TPGକୁ ଏକ ମୂଲ୍ୟବାନ ନିବେଶକ ଭାବରେ ସ୍ୱାଗତ କରି ମୁଁ ଖୁସି । ବିଶ୍ୱର ଟେକ୍ନୋଲୋଜି ବ୍ୟବସାୟରେ ପୁଞ୍ଜି ବିନିଯୋଗ କରିବାରେ TPGର ଟ୍ରାକ୍ ରେକର୍ଡ ଦ୍ୱାରା ଆମେ ପ୍ରଭାବିତ ହୋଇଛୁ, ଯାହା ଶହ ଶହ କୋଟି ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟକୁ ସେବା ଯୋଗାଇଦେଉଛି ଓ ଆମେ ରହୁଥିବା ସମାଜକୁ ଉନ୍ନତ କରୁଛି,’’ ଏହି ଡିଲ୍ ବିଷୟରେ ନିଜ ବିବୃତିରେ କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Mukesh Ambani) ।
(
ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ଏହା ବି ପଢ଼ନ୍ତୁ: ADIA ନିବେଶକୁ ମିଶାଇ Jio ପାଖାପାଖି ₹୧ ଲକ୍ଷ କୋଟିର ନିବେଶ ସଂଗ୍ରହ କରିସାରିଛି: ୧୦ଟି ମୁଖ୍ୟ କଥାଏହା ବି ପଢ଼ନ୍ତୁ: Jioର ପୁଣି ଏକ ଡିଲ୍: ଆବୁଧାବିର ADIA ଜିଓ ପ୍ଲାଟଫର୍ମରେ ୧.୧୬% ଅଂଶଧନ ୫,୬୮୩ କୋଟି ଟଙ୍କାରେ କିଣିବଏହା ବି ପଢ଼ନ୍ତୁ: ୬ ସପ୍ତାହରେ ରିଲାଏନ୍ସ ଜିଓର ୭ମ ଡିଲ୍: ୪,୫୪୬ କୋଟି ଟଙ୍କାରେ ସିଲଭର ଲେକ୍ ୨.୦୮% ଅଂଶଧନ କିଣିବଏହା ବି ପଢ଼ନ୍ତୁ: ଦେଢ଼ ମାସରେ ରିଲାଏନ୍ସର ଷଷ୍ଠ ଡିଲ୍: ଆବୁଧାବିର ମୁବାଦଲା ଜିଓରେ ₹୯,୦୯୩ କୋଟି ନିବେଶ କରିବଏହା ବି ପଢ଼ନ୍ତୁ: ରିଲାଏନ୍ସ ନିଜ ଆଲୋକ ଇଣ୍ଡଷ୍ଟ୍ରିଜ୍ ଫ୍ୟାକ୍ଟ୍ରିକୁ PPE ତିଆରି କରିବାରେ ଲଗାଇଛି; ଦାମ୍ କମ୍ ରଖିଛିଏହା ବି ପଢ଼ନ୍ତୁ: ରିଲାଏନ୍ସର ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍ସ ଇସ୍ୟୁକୁ ଜବରଦସ୍ତ ସମର୍ଥନ ମିଳିଲାଏହା ବି ପଢ଼ନ୍ତୁ: କରୋନା ଲଢ଼େଇରେ ସାହାଯ୍ୟ ପାଇଁ ମହାରାଷ୍ଟ୍ର ସରକାର ମୁକେଶ ଅମ୍ବାନୀ ଓ ନୀତାଙ୍କୁ ଧନ୍ୟବାଦ ଦେଲାଏହା ବି ପଢ଼ନ୍ତୁ: ମାସକରେ ରିଲାଏନ୍ସର ପଞ୍ଚମ ଡିଲ୍: ଜିଓ ପ୍ଲାଟଫର୍ମର ୨.୩୨% KKRକୁ ୧୧,୩୬୭ କୋଟି ଟଙ୍କାରେ ବିକିଲାଏହା ବି ପଢ଼ନ୍ତୁ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରାଇଟସ୍ ଏଣ୍ଟାଇଟଲମେଣ୍ଟ ଶେଆର୍ ପ୍ରଥମ ଦିନ ଖୁବ୍ ବିକ୍ରି ହେଲାଏହା ବି ପଢ଼ନ୍ତୁ: ଜିଓରେ ଚତୁର୍ଥ ବଡ଼ ନିବେଶ; ଆମେରିକାର ଜେନେରାଲ ଆଟଲାଣ୍ଟିକ ₹୬,୬୦୦ କୋଟି ନିବେଶ କରିବଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓରେ ୫,୬୫୫ କୋଟି ଟଙ୍କାର ନିବେଶ କଲା ଆମେରିକାର ସିଲଭର୍ ଲେକ୍ଏହା ବି ପଢ଼ନ୍ତୁ: ରିଲାଏନ୍ସ Jio ଓ Facebook ମିଶି ଭାରତୀୟମାନଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେବେ: ଜୁକରବର୍ଗଏହା ବି ପଢ଼ନ୍ତୁ: ଫେସବୁକ୍ ଓ ସିଲଭର ଲେକର ଜିଓ ସହ ଚୁକ୍ତି ରିଲାଏନ୍ସ ବୃହତ ଯୋଜନାର ଅଂଶ: ଇରାନିଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓର ୨.୩% ଅଂଶଧନ ଆମେରିକାର VEP ୧୧,୩୬୭ କୋଟି ଟଙ୍କାରେ କିଣିଲାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।