News18 Odia Digital
ନୂଆ ଦିଲ୍ଲୀ: ସାରା ବିଶ୍ବରେ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଓ ଏହି ମହାମାରୀରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ଲଗାତର ବଢ଼ିଚାଲିଥିବା ବେଳେ ଏବେ ଏହି ମହାମାରୀକୁ ନେଇ ଏକ ଭୟାନକ ଚେତାବନୀ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (World Health Organisation) । ଡବ୍ଲୁଏଚ୍ଓ (WHO)ର ଜଣେ ଉଚ୍ଚସ୍ତରୀୟ ଅଧିକାରୀ ଚେତାବନୀ ଦେଇ କହିଛନ୍ତି ଯେ କୋଭିଡ୍-୧୯ (COVID-19) ଆମ ଆଖପାଖରେ ଦୀର୍ଘ ସମୟ ଯାଏ ରହିପାରେ । ଆଉ ଏମିତି ବି ହୋଇପାରେ ଯେ କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ ।
ଏକ ପ୍ରେସ୍ ବିଜ୍ଞପ୍ତିରେ ଡବ୍ଲୁଏଚ୍ଓର ଜରୁରୀକାଳୀନ ନିର୍ଦ୍ଦେଶକ (emergencies director) ଡକ୍ଟର ମାଇକେଲ୍ ରେୟାନ୍ କହିଛନ୍ତି ଯେ କରୋନା ଭାଇରସ୍ ସବୁ ଦିନ ପାଇଁ ଆମ ସହ ରହିପାରେ । ଟିକା ବିନା ଲୋକଙ୍କୁ ନିଜର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ବଢ଼ାଇବାକୁ ବହୁ ବର୍ଷ ଲାଗିଯାଇପାରେ ।
‘‘କରୋନା ଭୂତାଣୁ ଆମ ଭିତରେ ଆଉ ଏକ ସ୍ଥାନୀୟ ଭାଇରସ୍ ଭଳି ରହିଯାଇପାରେ । ଠିକ୍ ଯେମିତି ଏଚ୍ଆଇଭି (HIV) ଓ ଅନ୍ୟ ରୋଗ କେବେ ବି ନିପାତ ହେଲେ ନାହିଁ, କିନ୍ତୁ ଏ ସବୁର ପ୍ରଭାବୀ ଉପଚାର ଉପଲବ୍ଧ ଅଛି,’’ କହିଛନ୍ତି ଡଃ ରେୟାନ୍ ।

ଦିଲ୍ଲୀରେ କରୋନା ଭାଇରସରେ ସଂକ୍ରମିତ ଜଣେ ବ୍ୟକ୍ତିର ଶବକୁ ପୋତାଯାଉଛି । (ରୟଟର୍ସ୍)
ସେ ଆହୁରି କହିଛନ୍ତି: ‘‘ମୁଁ ଭାବୁଛି ଯେ ଆମେ ବାସ୍ତବବାଦୀ ହେବା ଉଚିତ । ଏହି ରୋଗ କେବେ ଲୋପ ପାଇବ କେହି ପୂର୍ବାନୁମାନ କରିପାରିବେ ନାହିଁ । ମୁଁ ଭାବୁଛି ଏହା ବିଷୟରେ କୌଣସି ପ୍ରତିଶୃତି ନାହିଁ ବା କୌଣସି ତାରିଖ ନାହିଁ । ଏହି ରୋଗ ଏକ ଦୀର୍ଘକାଳୀନ ସମସ୍ୟା ହୋଇପାରେ ।’’
ଏହା ଭିତରେ ମିଳିତ ଜାତିସଂଘ (United Nations) ବିଶ୍ବର ଅର୍ଥନୀତିକୁ ନେଇ ଏକ ବଡ଼ ପୂର୍ବାନୁମାନ କରିଛି । ଏଥିରେ କୁହାଯାଇଛି ଯେ କରୋନା ଭାଇରସ୍ ବିଶ୍ବର ଅର୍ଥବ୍ୟବସ୍ଥାକୁ ଏଥର ୩.୨ ପ୍ରତିଶତକୁ ଖସାଇ ଦେଇପାରେ । ୧୯୩୦ ଦଶକର ମାନ୍ଦାବସ୍ଥା ପରେ ଏହା ବିଶ୍ବରେ ସବୁଠାରୁ ଖରାପ ଆର୍ଥିକ ମାନ୍ଦାବସ୍ଥା ହେବ । ବୁଧବାର ମିଳିତ ଜାତିସଂଘର ମଧ୍ୟବର୍ଷୀୟ ରିପୋର୍ଟ ଜାରି କରାଯାଇଥିଲା । ଏଥିରେ କୁହାଯାଇଛି ଯେ କୋଭିଡ୍-୧୯ ଫଳରେ ବିଶ୍ବର ଆର୍ଥିକ ଉତ୍ପାଦନରେ ପ୍ରାୟ ୮.୫ ଟ୍ରିଲିୟନ୍ ଡଲାର କମିଯିବାର ଅନୁମାନ କରାଯାଉଛି ।
ଏହା ବି ପଢ଼ନ୍ତୁ: ପୁଣି ଓଲଟିଲା ପ୍ରବାସୀ ଓଡିଆଙ୍କ ଗାଡ଼ି; ମହାରାଷ୍ଟ୍ରରୁ ଗଞ୍ଜାମ ଫେରିବା ରାସ୍ତାରେ ଦୁର୍ଘଟଣା; ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ହୋଇଥିବା ଦୁଇଟି ଅନ୍ୟ ସଡ଼କ ଦୁର୍ଘଟଣାରେ ଘରକୁ ଫେରୁଥିବା ୧୪ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।ଏହା ବି ପଢ଼ନ୍ତୁ: ୧୪୯ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ରାତିରେ ଦୁବାଇରୁ ଭୁବନେଶ୍ୱର ଆସୁଛି ବିମାନଏହା ବି ପଢ଼ନ୍ତୁ: ଆଜି ଗୋଟେ ଦିନରେ ରାଜ୍ୟରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଏ ଯାଏଁ ମୋଟ ୬୨୪ଏହା ବି ପଢ଼ନ୍ତୁ: ଚାକିରୀଜୀବୀ ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତିଏହା ବି ପଢ଼ନ୍ତୁ: ୩ଟି ଟ୍ରେନରେ ଭଦ୍ରକ ଫେରିଲେ ୧,୦୦୦ରୁ ଅଧିକ ପ୍ରବାସୀ; ଏବେ ଅଧିକାଂଶଙ୍କ ପକେଟ୍ ଖାଲିPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।