ପାନୀୟ ଜଳ ସମସ୍ୟା ଥିଲେ ଏହି ଦୁଇଟି ଟୋଲ୍-ଫ୍ରି ନମ୍ବରକୁ କଲ୍ କରନ୍ତୁ, ସମାଧାନ ହେବ

ପାନୀୟ ଜଳ ସମସ୍ୟା ଥିବା ଅଞ୍ଚଳରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଇ ଦିଆଯିବ । ବଡ଼ ଟାଙ୍କି ରଖାଯାଇ ବି ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଗ୍ରାମଞ୍ଚଳରେ କେଉଁଠି ନୂଆ ଟ୍ୟୁବୱେଲର ଆବଶ୍ୟକତା ପଡ଼ିଲେ ଜିଲ୍ଲାପାଳଙ୍କ ଜରିଆରେ ପ୍ରସ୍ତାବ ଆସିଲେ ପଦକ୍ଷେପ ନେବେ ସରକାର ।

ପାନୀୟ ଜଳ ସମସ୍ୟା ଥିଲେ ଏହି ଦୁଇଟି ଟୋଲ୍-ଫ୍ରି ନମ୍ବରକୁ କଲ୍ କରନ୍ତୁ, ସମାଧାନ ହେବ
ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଓ (ଡାହାଣ) ଏକ ପାଣି ନଳ (ଫାଇଲ୍ ଫଟୋ)
  • News18 Odia
  • Last Updated: April 15, 2020, 7:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ଆରମ୍ଭ ହେବା ଦିନରୁ ତାପମାତ୍ରା ବଢ଼ି ଚାଲିଥିବାରୁ ରାଜ୍ୟରେ ପାନୀୟ ଜଳ ସମସ୍ୟା ଯେମିତି ନ ଉପୁଜେ ସେ ନେଇ ପଦକ୍ଷେପ ନେଇଛନ୍ତି ସରକାର । ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ଟୋଲ ଫ୍ରି ନମ୍ବର ଜାରି କରାଯାଇ ଲୋକଙ୍କୁ ଅସୁବିଧା ବାବଦରେ ଏହି ଦୁଇ ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି ।

ସହରାଞ୍ଚଳ ପାଇଁ  ଟୋଲ ଫ୍ରି ନମ୍ବର 18003456783 ଥିବା ବେଳେ ଗ୍ରାମାଞ୍ଚଳ ପାଇଁ ଟୋଲ ଫ୍ରି ନମ୍ବର 1916 ରହିଛି । ଆଗକୁ ଖରା ବଢ଼ିବାକୁ ଥିବାରୁ ଲୋକେ କିପରି ଅସୁବିଧା ନ ଭୋଗିବେ ସେ ନେଇ ସରକାର ପଦକ୍ଷେପ ନେଉଛନ୍ତି । ଅଚଳ ନଳକୂପଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ପୂର୍ବରୁ ନିର୍ଦେଶ ଦିଆଯାଇଥିବା ବେଳେ ଏ ନେଇ ସରକାର ସମୀକ୍ଷା କରୁଛନ୍ତି ।

ପାନୀୟ ଜଳ ସମସ୍ୟା ଥିବା ଅଞ୍ଚଳରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଇ ଦିଆଯିବା ସହ ବଡ଼ ଟାଙ୍କି ରଖାଯାଇ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ଯଦି ଗ୍ରାମଞ୍ଚଳରେ କେଉଁଠି ନୂଆ ଟ୍ୟୁବୱେଲର ଆବଶ୍ୟକତା ପଡ଼େ ଜିଲ୍ଲାପାଳଙ୍କ ଜରିଆରେ ପ୍ରସ୍ତାବ ଆସିଲେ ପଦକ୍ଷେପ ନେବେ ସରକାର । ଅନେକ ସମୟରେ ଲୋକଙ୍କ  ଅଭିଯୋଗ ଆସୁଥିବାରୁ ଅଭିଯୋଗ  ଶୁଣି ପଦକ୍ଷେପ ନେବା ପାଇଁ ସୁପରିନଟେଣ୍ଡିଙ୍ଗ ଇଞ୍ଜିନିଅର, ଏଗ୍ଜିକ୍ୟୁଟିଭ ଇଞ୍ଜିନିଅର, ଡିଭିଜନ ଅଫିସ, ସବଡିଭିଜନ ଅଫିସ ଓ  ଜେଇ ଅଫିସରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ଲୋକଙ୍କ ଅଭିଯୋଗ ଆସିବା ପରେ କିପରି ତୁରନ୍ତ ସମାଧାନ ହୋଇ ପାରିବ ସେଥି ପାଇଁ ପଦକ୍ଷେପ ନିଆଯିବ।

‘‘ଗ୍ରାମାଞ୍ଚଳରେ ସମସ୍ୟା ଅଧିକ ରହୁଥିବାରୁ ବିଶେଷ ସେଥି ପ୍ରତି ଭାବେ ଗୁରୁତ୍ୱ ଦିଆଯାଇଛି । ତେବେ ସହରାଞ୍ଚଳରେ ଅଧିକାଂଶ ସ୍ଥାନରେ ୨୪ ଘଣ୍ଟା ପାଣି ଯୋଗାଇ ଦିଆଯାଉଥିବା କିଛି ସ୍ଥାନରେ ନିର୍ଦ୍ଧାରିତ ସମୟରେ ପାଣି ଯୋଗାଇ ଦିଆଯାଉଛି । ନିର୍ଦ୍ଧାରିତ ସମୟରେ ପାଣି ଯୋଗାଣ ସ୍ଥାନରେ ଯଦି ଆବଶ୍ୟକ ପଡେ କିପରି ଅଧିକ ସମୟ ପାଣି ଯୋଗାଇ ଦିଆଯିବ ସେ ନେଇ ବ୍ୟବସ୍ଥା କରାଯିବ,’’ କହିଛନ୍ତି ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ।

ଲକଡାଉନ ଯୋଗୁଁ ସରକାରୀ ବିଭାଗକୁ ସମ୍ବେଦନଶୀଳ, ଆଂଶିକ ସମ୍ବେଦନଶୀଳ ଓ ବିନା ସମ୍ବେଦନଶୀଳ ବିଭାଗରେ ବିଭକ୍ତ କରାଯାଇ କିପରି ସାମାଜିକ ଦୂରତା ଅବଲମ୍ବନ କରି କାମ କରାଯିବ ସେ ନେଇ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ସମ୍ବେଦନଶୀଳ ବର୍ଗରେ ନଅଟି ବିଭାଗକୁ ସାମିଲ କରାଯିବା ସହିତ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଆଂଶିକ ସମ୍ବେଦନଶୀଳ ବିଭାଗ ୧୦ ପ୍ରତିଶତ ଓ ବିନା-ସମ୍ବେଦନଶୀଳ ବିଭାଗକୁ ଅଫିସ ନ ଆସିବାକୁ ପରାମର୍ଶ ଦିଆଯାଇଥିଲା । ଘରେ ରହି କିପରି କାମ ହେବ ସେ ନେଇ ମଧ୍ୟ ନିର୍ଦେଶନାମା ଜାରି କରାଯାଇଥିଲା । ଆଗକୁ ଖରା ବଢ଼ୁଥିବାରୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ  ସମ୍ବେଦନଶୀଳ ବିଭାଗ ବର୍ଗ  ତାଲିକାରେ ପଞ୍ଚାୟଟି ରାଜ ଓ ପାନୀୟଜଳ ବିଭାଗକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଦ୍ୱାରା ଗ୍ରୀଷ୍ମ ପ୍ରବାହ ସମୟରେ ଲୋକଙ୍କ ସମସ୍ୟା କୁ ଗୁରୁତ୍ୱ ଦିଆଯାଇପାରିବ ବୋଲି ଆଶା କରାଯାଉଛି ।

ଏବେ ଠୁ ରାଜ୍ୟରେ ତାତି ଅସହ୍ୟ ହେଲାଣି । ଗତ କିଛି ଦିନ ହେବ ଲଗାତାର ଭାବେ ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଘରୁ ବାହାରିବା ମୁସ୍କିଲ ହେଲାଣି।ଲାକଡାଉନ ସାଙ୍ଗକୁ ଖରାର ପ୍ରକୋପରେ ରାସ୍ତା ଘାଟ ଖାଁ ଖାଁ ରହୁଛି । ଆଗକୁ ସ୍ଥିତି  ଆହୁରି ସଙ୍ଗିନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି । ଦୁଇରୁ ତିନି ଦିନ ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସ୍ଵାଭିବିକ ତାପମାତ୍ରା ଠୁଁ ୨ରୁ ୩ ଡ଼ିଗ୍ରୀ ଅଧିକ ରହିବା ସହ କିଛି ସ୍ଥାନରେ  ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
First published: April 15, 2020, 7:20 PM IST
corona virus btn
corona virus btn
Loading