ଆଜି ଶ୍ରାବଣ ମାସ ପ୍ରଥମ ସୋମବାର, ହେଲେ ଭୁବନେଶ୍ୱରର ସବୁ ଶିବାଳୟରେ ଖାଁ ଖାଁ ପରିବେଶ

ଇତିହାସରେ ପ୍ରଥମ ଥର ଏମିତି ହୋଇଛି ଯେ ଲିଙ୍ଗରାଜ ମନ୍ଦିରରେ ଶ୍ରାବଣ ମାସ ସୋମବାରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ବିନା କାଉଡ଼ିଆଙ୍କ ଜଳଲାଗିରେ ସେବାୟତମାନେ କରୁଛନ୍ତି ଦେବନୀତି ।

ଇତିହାସରେ ପ୍ରଥମ ଥର ଏମିତି ହୋଇଛି ଯେ ଲିଙ୍ଗରାଜ ମନ୍ଦିରରେ ଶ୍ରାବଣ ମାସ ସୋମବାରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ବିନା କାଉଡ଼ିଆଙ୍କ ଜଳଲାଗିରେ ସେବାୟତମାନେ କରୁଛନ୍ତି ଦେବନୀତି ।

ଇତିହାସରେ ପ୍ରଥମ ଥର ଏମିତି ହୋଇଛି ଯେ ଲିଙ୍ଗରାଜ ମନ୍ଦିରରେ ଶ୍ରାବଣ ମାସ ସୋମବାରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ବିନା କାଉଡ଼ିଆଙ୍କ ଜଳଲାଗିରେ ସେବାୟତମାନେ କରୁଛନ୍ତି ଦେବନୀତି ।

  • Share this:
News18 Odia Digital

ଭୁବନେଶ୍ୱର: ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ଆଜି ଧାରା ଶ୍ରାବଣରେ ଦେବ ଦେବ ମହାଦେବଙ୍କ ମଥାରେ ଜଲାଭିଷେକ କରିଥାଆନ୍ତି ଭକ୍ତମାନେ । ହେଲେ ଏ ଥର କରୋନା ଭାଇରସ୍‌ ସଂକ୍ରମଣ ପାଇଁ ବନ୍ଦ ରହିଛି ସମସ୍ତ ଶିବାଳୟ । ଯେଉଁ ଏକାମ୍ର କ୍ଷେତ୍ରରେ ରବିବାର ରାତି ଅଧରୁ ଧାଡ଼ି ଲାଗେ ଠାକୁରଙ୍କ ପାଖରେ ଜଳଲାଗି କରିବାକୁ ଆଜି ସେଠି ଖାଁ ଖାଁ ପରିବେଶ । ନା ଅଛନ୍ତି କାଉଡ଼ିଆ ନା ଦର୍ଶନ କରିବାକୁ ଆସିଛନ୍ତି ଭକ୍ତ।

ଐତିହାସିକ ଶୈବ ପୀଠ ଲିଙ୍ଗରାଜ ମନ୍ଦିରରେ ପ୍ରତି ବର୍ଷ ଶ୍ରାବଣ ମାସର ସୋମବାରଗୁଡ଼ିକରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗେ । ତିନିମୁଣ୍ଡିଆ ଛକ ହେଉ କି ବଢ଼େଇ ବାଙ୍କ ଛକ, ସେଠାରୁ ତିଆରି ହୋଇଥାଏ ବ୍ୟାରିକେଡ। ବାବାଙ୍କ ମୁଣ୍ଡରେ ଜଳଲାଗି କରିବାକୁ ରାତି ୧୨ଟା ପର ଠାରୁ ଧାଡ଼ି ବାନ୍ଧି ଛିଡ଼ା ହୁଅନ୍ତି ଭକ୍ତ । ହେଲେ ଏ ଥର ସେ ସବୁ ବନ୍ଦ ହୋଇଛି । ମନ୍ଦିର ସକାଳ ୪ଟାରୁ ଖୋଲାଯାଇ ପ୍ରତି ଦିନ ପରି ନୀତିକାନ୍ତି ବି ହୋଇଛି । ହେଲେ ମନ୍ଦିର ସମ୍ପୂର୍ଣ୍ଣ ଖାଲି ରହିଛି। କେବଳ କିଛି ସେବାୟତ କୋଭିଡ-୧୯ କଟକଣା ମାନି ଦେବ ନୀତି କରୁଛନ୍ତି । ହାତରେ ଗ୍ଲୋବସ ଓ ମୁହଁରେ ମାସ୍କ ପିନ୍ଧିଛନ୍ତି ଓ ମନ୍ଦିର ଭିତରକୁ ଯିବା ପୂର୍ବରୁ ନିଜକୁ ସମ୍ପୂର୍ଣ୍ଣ ସାନିଟାଇଜ କରୁଛନ୍ତି। ଏହା ପରେ ଆରମ୍ଭ ହେଉଛି ଦେବ ନୀତି।

‘‘ରାଜ୍ୟରେ ଯେମିତି କରୋନା ସଂକ୍ରମଣ ବ୍ୟାପି ଚାଲିଛି, ତାକୁ ଦେଖି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ । ଆଜି ଭୋର୍‌ ୪ଟାରେ ଦ୍ୱାରଫିଟା ନୀତି ପରେ ପ୍ରତି ଦିନ ପରି ନୀତିକାନ୍ତି ଚାଲିଛି । ଆମେ କେବେ ଏଭଳି ପରିସ୍ଥିତି ଦେଖି ନ ଥିଲୁ କି ଆମ ବାପା ଜେଜେବାପାଙ୍କ ଅମଳରେ ମନ୍ଦିର ବିନା ଭକ୍ତରେ କେବେ ଜଳଲାଗି ହୋଇଛି ତାହା ଜାଣି ନ ଥିଲୁ,’’ କହିଛନ୍ତି ମନ୍ଦିର ସେବାୟତ ରାଜକିଶୋର ମହାପାତ୍ର ।

ମନ୍ଦିର ବାହାରେ ପ୍ରଣାମ କରି ଫେରୁଛନ୍ତି ଭକ୍ତମାନେ ।


ମନ୍ଦିରରେ ପଡିଛି ତାଲା । ବାହାରେ ଜଗି ବସିଛନ୍ତି ପୋଲିସ କର୍ମୀ । ଭିଡ଼ ଯେଭଳି ନ ହୁଏ ସେଥି ପାଇଁ କଡ଼ା ନିୟମ ବି ହୋଇଛି । କିଛି ଭକ୍ତ ନିରାଶ ହୋଇ ଫେରୁଛନ୍ତି ତ ଆଉ କେହି କେହି ଭୋଗ ଡାଲା ବଢ଼ାଇ ଦେଉଛନ୍ତି ସେବାୟତଙ୍କ ହାତକୁ । ଭକ୍ତମାନେ ମନ୍ଦିର ବାହାରେ ଦୀପ ଜାଳି ସମସ୍ତଙ୍କ ମଙ୍ଗଳ କାମନା କରି ବାହାରେ ମୁଣ୍ଡିଆ ମାରି ଫେରୁଥିବା ଦେଖିବାକୁ ମିଳିଛି।

ଗତ ୪୦ ବର୍ଷ ହେବ ଭୁବନେଶ୍ୱରର ଗିରିଧାରୀ ସାମଲ ଲିଙ୍ଗରାଜ ମନ୍ଦିର ଆସି ବାବାଙ୍କ ନିକଟରେ ଜଳଲାଗି କରି ଦର୍ଶନ କରନ୍ତି । ହେଲେ ଏଥର ବାହାରୁ ଫେରି ଯିବାକୁ ପଡୁଛି ବୋଲି ଦୁଃଖ ରେ କହିଛନ୍ତି ।

ଏହା ବି ପଢ଼ନ୍ତୁ: ଯାଜପୁରରେ ଶିକ୍ଷୟତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣି ହତ୍ୟା କଲେ ଦୁର୍ବୃତ୍ତ; ସ୍ବାମୀ ଓ ଝିଅକୁ ବି ହାଣିଲେ

ଖାଲି ଲିଙ୍ଗରାଜ ମନ୍ଦିର ନୁହେଁ, ରାଜଧାନୀର ସମସ୍ତ ଶିବାଳୟ ଫାଙ୍କା ଦିଶୁଛି ଆଜି ପରା ଦିନରେ । ବ୍ରହ୍ମେଶ୍ୱର, ମେଘେଶ୍ୱର ଓ ଭାସ୍କରେଶ୍ୱର ମନ୍ଦିରରେ ବି ରହିଛି ଖାଁ ଖାଁ ପରିବେଶ।
Published by:Anand Shankar Thankur Das
First published: