ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ; ଯାଜପୁର, ବାଲେଶ୍ବର ଓ ଗଞ୍ଜାମରେ ଜଣେ ଜଣେ

ରାଜ୍ୟରେ ଏବେ କରୋନା ଭାଇରସ୍ ପଜିଟିଭ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ୧୧୭ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଜି ଭୁବନେଶ୍ୱରର ଏକ ହସପିଟାଲରେ ଦ୍ୱିତୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ; ଯାଜପୁର, ବାଲେଶ୍ବର ଓ ଗଞ୍ଜାମରେ ଜଣେ ଜଣେ
ବାଲେଶ୍ୱରରେ ଏକ କ୍ୱାରେଣ୍ଟାଇନ୍ କେନ୍ଦ୍ର ବାହାରେ ସ୍ୱାସ୍ଥ୍ୟ କର୍ମୀମାନେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ତିନି ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁର, ବାଲେଶ୍ବର ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଥିବା ଯାଜପୁର ଜିଲ୍ଲାରେ ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି ।

ଯାଜପୁର ଜିଲ୍ଲାର ଆକ୍ରାନ୍ତମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ୫୩ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ପୁରୁଷ ଓ ତାଙ୍କ ବୟସ ୬୫ ବର୍ଷ । ସେ କୋଲକାତା ଫେରନ୍ତା ।

ବାଲେଶ୍ବର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଥିବା ବେଳେ ୨୧ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ନୂଆ ଆକ୍ରାନ୍ତ ଜଣଙ୍କ ୪୮ ବର୍ଷୀୟ ପୁରୁଷ ଓ ସେ କୋଲକାତା ଫେରନ୍ତା ।

ଗଞ୍ଜାମ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତ ଜଣକ ୧୮ ବର୍ଷୀୟ ଯୁବକ । ସେ ସୁରତ ଫେରନ୍ତା । ବଡ଼ କଥା ହେଉଛି ଗଞ୍ଜାମର ସମସ୍ତ ୪ ଜଣ କରୋନା ପଜିଟିଭ ସୁରତ ଫେରନ୍ତା ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତି ମ୍ୟାପ୍‌


ରାଜ୍ୟରେ ଏବେ କରୋନା ଭାଇରସ୍‌ ପଜିଟିଭ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ୧୧୭ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଜି ଭୁବନେଶ୍ୱରର ଏକ ହସପିଟାଲରେ ଦ୍ୱିତୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଟରେ ଏହି ସୂଚନା ଦିଆଯାଇଛି ।

ବାଲେଶ୍ବର ଜିଲ୍ଲାରେ ଗତ କାଲି ୩ ଓ ଆଜି ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ୧୨ଟି ବ୍ଲକ ମଧ୍ୟରୁ ପୂର୍ବରୁ ସଦର, ସୋର, ବାହାନଗା, ଖଇରା, ସିମୁଳିଆ, ନୀଳଗିରି ଓ ଭୋଗରାଇରେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ବସ୍ତା ବ୍ଲକକୁ ଛୁଇଁଛି କରୋନା । ପଜିଟିଭ ବାହାରିଥିବା ୩ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ବାଲେଶ୍ୱର ଜିଲ୍ଲାର ବସ୍ତା ତହସିଲର ନଟାକଟା ପଞ୍ଚାୟତର ୨ଟି ଗାଁ, ପାଉଁଶକୁଲି ପଞ୍ଚାୟତର ୬ଟି ଗାଁ ଓ ସଦର ତହସିଲର କୁରାଢ଼ିଆ ପଞ୍ଚାୟତର ୨ଟି ଗାଁକୁ ସିଲ୍ କରିଛି ପ୍ରଶାସନ । ମୋଟ ୩ ପଞ୍ଚାୟତର ୧୦ଟି ଗାଁ ସିଲ୍ କରାଯାଇଛି । ପୂର୍ବରୁ ବାଲେଶ୍ୱର ଜିଲ୍ଲାର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା ହୋଇଥିବା ବେଳେ ଆଜି ୩ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ନୀଳଗିରିରେ କଣ୍ଟେନମେଣ୍ଟ ଜୋନ ଅବଧି ଶେଷ ହେବା ପରେ ସେଠାରୁ କଟକଣା ଉଠାଇ ଦିଆଯାଇଛି ।
First published: May 6, 2020, 2:50 PM IST
corona virus btn
corona virus btn
Loading