ତାମିଲ ନାଡ଼ୁରେ କରୋନା ଆଇସୋଲେସନ୍ ୱାର୍ଡ଼ରେ ୨ ବର୍ଷର ଶିଶୁ ସହ ୩ ମୃତ୍ୟୁ; ରିପୋର୍ଟକୁ ଅପେକ୍ଷା

ଏହି ତିନୋଟି ମୃତ୍ୟୁର ଅସଲ କାରଣ ଜଣା ପଡ଼ିବ ସେମାନଙ୍କ ପୋଷ୍ଟ ମର୍ଟମରେ କରୋନା ଭାଇରସ୍ ପାଇଁ ହୋଇଥିବା ବିଶେଷ ପରୀକ୍ଷାର ରିପୋର୍ଟ ଆସିଲେ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଚେନ୍ନାଇ: କରୋନା ଭାଇରସ୍ କାରଣରୁ ସାରା ଦେଶରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ତାମିଲ ନାଡୁର କନ୍ୟାକୁମାରୀରେ ଏକ କରୋନା ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହୋଇଥିବା ତିନି ଜଣଙ୍କର ଶନିବାର ମୃତ୍ୟୁ ଘଟିଛି ।

ତାମିଲ ନାଡୁର ସ୍ୱାସ୍ଥ୍ୟ ସଚିବ ଡଃ ବିଲା ରାଜେଶ କହିଛନ୍ତି: ‘‘ମୃତ୍ୟୁ ବରଣ କରିଥିବା ଏହି ତିନି ରୋଗୀଙ୍କ ଆଗରୁ ଅନ୍ୟ ଚିକିତ୍ସା ଇତିହାସ ରହିଛି । ଆମେ ସେମାନଙ୍କର କୋଭିଡ-୧୯ ପରୀକ୍ଷା ଫଳାଫଳକୁ ଅପେକ୍ଷା କରିଛୁ ।’’ ମିଳିଥିବା ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରେ ଦୁଇ ଜଣ ବୟସ୍କଙ୍କ ସହ ଜଣେ ଦୁଇ ବର୍ଷର ଶିଶୁ ଅଛି ।

ଜଣେ ୬୬ ବର୍ଷୀୟ ମୃତକ କିଡନୀ ଓ ଲିମ୍ଫୋମା ରୋଗରେ ପୀଡିତ ଥିଲେ ବୋଲି ଜଣାପଡିଛି । ତାଙ୍କ ସହିତ ପ୍ରାଣ ହରେଇଥିବା ୨୪ ବର୍ଷର ବ୍ୟକ୍ତି ନିମୋନିଆରେ ପୀଡିତ ଥିଲେ । ଦୁଇ ବର୍ଷର ଶିଶୁ ଅଷ୍ଟିଓପେଟ୍ରୋସିସ୍‌ ରୋଗରେ ପୀଡିତ ଥିଲା । ଅଷ୍ଟିଓପେଟ୍ରୋସିସ୍ ହେଉଛି ଏକ ହାଡ଼ ରୋଗ, ଯେଉଁଥିରେ ହାଡ଼ ଅସ୍ୱାଭାବିକ ଭାବରେ ଘନ ହୋଇଯାଏ ଓ ସହଜରେ ଭାଙ୍ଗିଯାଏ ।

ତାମିଲ ନାଡ଼ୁରେ ଶନିବାର ଦିନ ରାଜ୍ୟରେ ଆଉ ଦୁଇ ଜଣ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ସହ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ନିକଟରେ ଏହି ଦୁଇ ଜଣ ବ୍ୟକ୍ତି ବିଦେଶରୁ ଫେରି ଆସିଥିଲେ । କୁମ୍ବକୋଣମର ବାସିନ୍ଦା ୪୨ ବର୍ଷ ବୟସ୍କ ବ୍ୟକ୍ତି ଜଣକ ୱେଷ୍ଟ ଇଣ୍ଡିଜରୁ ଫେରିଥିବା ବେଳେ ୪୯ ବର୍ଷ ବୟସ୍କ ବ୍ୟକ୍ତି ବ୍ରିଟେନରୁ ଫେରିଥିଲେ ବୋଲି କହିଛନ୍ତି ଜଣେ ସରକାରୀ ମୁଖପାତ୍ର ।

କୁମ୍ବାକୋଣମ୍ ବାସିନ୍ଦା ଜଣକ ଥାଞ୍ଜାଭୁର ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ଜଣକୁ ଭେଲୋରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଜାତୀୟ ସ୍ୱାସ୍ଥ୍ୟ ମିଶନର ତାମିଲ ନାଡୁ ଶାଖା ନିଜ ଟ୍ୱିଟର ହ୍ୟାଣ୍ଡେଲରେ କହିଛି ଯେ ଏହି ଦୁଇ ଜଣ ବ୍ୟକ୍ତି ପଶ୍ଚିମ ଏସିଆ ଦେଇ ଯାତ୍ରା କରିଥିଲେ ।
Published by:Anand Shankar Thankur Das
First published: