ଢେଙ୍କାନାଳରେ ଚିନି କଳ ପରିସରରେ ୩ ଜଣ ବିହାରୀ ଟ୍ରକ୍ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

ଟ୍ରକ୍ ଡ୍ରାଇଭରମାନେ ଟ୍ୟାଙ୍କର୍ ଧରି ଏପ୍ରିଲ୍ ୧୩ ତାରିଖ ଠାରୁ ଆସି ଶକ୍ତି ସୁଗାର୍ ପରିସରରେ ଥିବା ଖୋଲା ପାର୍କିଂ ସ୍ଥାନରେ ଥିଲେ । ସେମାନେ ଖୋର୍ଦ୍ଧାରେ ଥିବା ବାକାର୍ଡି଼ ମଦ ଫ୍ୟାକ୍ଟ୍ରି ପାଇଁ ସ୍ପିରିଟ୍ ନେବାକୁ ଆସିଥିବା ସନ୍ଦେହ କରାଯାଉଛି ।

ଢେଙ୍କାନାଳରେ ଚିନି କଳ ପରିସରରେ ୩ ଜଣ ବିହାରୀ ଟ୍ରକ୍ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ
ଶକ୍ତି ସୁଗାର୍ସ ଆଖପାଖରେ ଠିଆ ହୋଇଛନ୍ତି ଅନେକ ଟ୍ରକ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ଶକ୍ତି ସୁଗାର୍ସ ଚିନି ଫ୍ୟାକ୍ଟ୍ରି ପରିସରରେ ଥିବା ପାର୍କିଂ ସ୍ଥାନରେ ଟ୍ରକ୍‌ ପାର୍କିଂ କରିଥିବା ତିନି ଜଣ ବିହାରୀ ଡ୍ରାଇଭରଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ହୋଇଛି । ସେମାନଙ୍କୁ ଗତ ରାତିରେ ଭୀଷଣ ଜ୍ୱର ଆସିଥିବା ଜଣା ପଡ଼ିଛି । ବାହାରେ ରାନ୍ଧି ଖାଉଥିବାରୁ ସେମାନେ ଫୁଡ୍‌ ପଏଜନିଂର ଶିକାର ହୋଇଥିବା ବି ସନ୍ଦେହ କରାଯାଉଛି ।

ତିନି ମୃତକ ଟ୍ରକ୍‌ ଡ୍ରାଇଭରଙ୍କ ନାମ‌ ରୁଦଲ ଭାରତୀ, ଦିଲୀପ ଭାରତୀ ଓ ହରିରାମ ଭାରତୀ । ସେମାନେ ଟ୍ୟାଙ୍କର୍‌ ଧରି ଏପ୍ରିଲ୍‌ ୧୩ ତାରିଖ ଠାରୁ ଆସି ଶକ୍ତି ସୁଗାର୍‌ ପରିସରରେ ଥିବା ଖୋଲା ପାର୍କିଂ ସ୍ଥାନରେ ଥିଲେ । ସେମାନଙ୍କ ମଧ୍ୟରୁ ଜଣକର ମୃତ ଦେହ ଶୋଇଥିବା ଅବସ୍ଥାରେ ଟ୍ରକ୍‌ ପାଖରେ ମିଳିଛି । ଅନ୍ୟ ଜଣେ ଭୀଷଣ ଅସୁସ୍ଥ ହେବା ପରେ ତାକୁ ଢେଙ୍କାନାଳ ଜିଲ୍ଲା ସଦର ହସ୍ପିଟାଲକୁ ତା’ର ସାଥୀମାନେ ନେଇଥିଲେ ଓ ସେ ସେଇଠି ମୃତ୍ୟୁ ବରଣ କରିଥିଲା । ତୃତୀୟ ଟ୍ରକ୍‌ ଡ୍ରାଇଭରକୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା ଓ ସେ ସେଠାରେ ମୃତ୍ୟୁ ବରଣ କରିଥିଲା ବୋଲି ଜଣା ପଡ଼ିଛି ।

‘‘ଚାରି ଜଣ ବିହାରୀ ଟ୍ରକ୍‌ ଚ୍ରାଇଭର୍‌ ସାଙ୍ଗରେ ରନ୍ଧା ରନ୍ଧି କରି ଏଇଠି ଖାଉଥିଲେ । ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କଟକ ବଡ଼ ମେଡିକାଲରେ ମୃତ୍ୟୁ ବରଣ କରିଥିବା ଡ୍ରାଇଭରକୁ ନେଇ ସେଠିକି ଯାଇଥିବା ତା’ ସାଥି ଫେରିଲେ ତା’ ଠାରୁ ସବିଶେଷ ତଥ୍ୟ ମିଳିବ । ପୋଷ୍ଟ ମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ତେବେ ଫୁଡ୍‌ ପଏଜନିଂ ହୋଇଥାଇପାରେ ବୋଲି ପ୍ରଥମ ଦୃଷ୍ଟିରେ ଲାଗୁଛି,’’ କହିଛନ୍ତି ଟାଉନ୍‌ ଥାନା ଆଇ.ଆଇ.ସି. ଜ୍ଞାନ ରଞ୍ଜନ ସାମଲ ।

ଶକ୍ତି ସୁଗାର୍ସ ଚିନି କଳ


ଶକ୍ତି ସୁଗାର୍ସ ଫ୍ୟାକ୍ଟ୍ରିର ମ୍ୟାନେଜର୍‌ (ଲିଗାଲ୍‌ ଆଣ୍ଡ୍‌ ଆଡମିନିଷ୍ଟ୍ରେସନ୍‌) ଅକ୍ଷୟ ଦାସ କହିଛନ୍ତି ଯେ ଏହି ଡ୍ରାଇଭରମାନେ ଟ୍ରକ ନେଇ ଖୋର୍ଦ୍ଧାରେ ଥିବା ବାକାର୍ଡି଼ ମଦ ଫ୍ୟାକ୍ଟ୍ରି ପାଇଁ ସ୍ପିରିଟ୍‌ ନେବାକୁ ଆସିଥିବା ସନ୍ଦେହ କରାଯାଉଛି । ଲକଡାଉନ୍‌ ହେବା ପରେ ଚିନି କଳ ବନ୍ଦ ଥିବାରୁ ଓ ଗାଡ଼ି ଚଳା ଚଳ ବନ୍ଦ ଥିବାରୁ ସେମାନେ ଫ୍ୟାକ୍ଟ୍ରି ପରିସରରେ ଅନ୍ୟ ଟ୍ରକ୍‌ ଟ୍ରାଇଭରମାନଙ୍କ ସହିତ ରହୁଥିଲେ । ହେଲେ ସେମାନେ ଶକ୍ତି ସୁଗାର୍‌ ଠାରୁ ସ୍ପିରିଟ୍‌ ନେବା ବିଷୟରେ କୌଣସି କାଗଜପତ୍ର ଦେଖାଇ ନ ଥିଲେ ।

‘‘କାଲି ବିଳମ୍ବିତ ରାତିରେ ଏହି ଟ୍ରକ୍‌ ଡ୍ରାଇଭରମାନେ ଭୀଷଣ ଜ୍ୱରରେ କମ୍ପୁଥିଲେ ଓ ଆମ୍ବୁଲାନ୍ସ୍‌ ଡକେଇଥିଲେ । ସେମାନଙ୍କ ଭିତରୁ ଜଣକର ଏଇଠି ମୃତ୍ୟୁ ହୋଇଯାଇଥିଲା । ଆଉ ଦୁଇ ଜଣଙ୍କର ହସପିଟାଲରେ ମୃତ୍ୟୁ ହୋଇଥିବା ଖବର ମିଳିଛି,’’ କହିଛନ୍ତି ଶକ୍ତି ସୁଗାର୍‌ କମ୍ପାନୀର ସିକ୍ୟୁରିଟି ଅଫିସର୍‌ ବିଜୟ କୁମାର ମହାରଣା ।

ଏହି ଅଘଟଣ ବିଷୟରେ ଅନୁସନ୍ଧାନ ଆରମ୍ଭ ହୋଇଛି ବୋଲି କହିଛନ୍ତି ଟାଉନ୍‌ ଥାନା ଆଇ.ଆଇ.ସି. ଜ୍ଞାନ ରଞ୍ଜନ ସାମଲ । ମୃତ ଡ୍ରାଇଭରମାନଙ୍କୁ କରୋନା ଭାଇରସ୍‌ ସଂକ୍ରମଣ ଥିଲା କି ନାହିଁ ତାହା ପୋଷ୍ଟ ମର୍ଟମରୁ ଜଣା ପଡ଼ିବ ବୋଲି ସmେ କହିଛନ୍ତି ।
First published: May 8, 2020, 1:34 PM IST
corona virus btn
corona virus btn
Loading