ରାଜ୍ୟ ପୋଲିସ ପାଇଁ ମାଓ ଆକ୍ରମଣ ଠାରୁ ବଳିଲା କରୋନା ହମଲା: ୭ ମାସରେ ୪୧ ଜୀବନ ଗଲା

କରୋନା ମୁକାବିଲା କାର୍ଯ୍ୟରେ ପ୍ରାଣ ବଳି ଦେଇଥିବା ଓଡ଼ିଶା ପୋଲିସର ୪୧ ଜଣ କର୍ମୀଙ୍କୁ ସ୍ପେଶାଲ ଫ୍ୟାମିଲି ପେନସନ ଦେବା ବ୍ୟବସ୍ଥା ଅଛି । ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ।

ପ୍ରତୀକାତ୍ମକ ଛବି; (ଡାହାଣ) ୪୪ ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ପ୍ରତୀକାତ୍ମକ ଛବି; (ଡାହାଣ) ୪୪ ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

  • Share this:
News18 Odia Digital

କଟକ: ପୋଲିସ ସହିଦ ଦିବସ ଅବସରରେ ଆଜି ଚଳିତ ବର୍ଷ ସହିଦ ହୋଇଥିବା ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି କ୍ରମରେ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ୪୪ ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ୪୪ ଜଣଙ୍କ ମଧ୍ୟରେ ତିନି ଜଣ ମାଓ ମୁକାବିଲାରେ ସଦିଦ ହୋଇଥିବା ବେଳେ କରୋନା ନେଇଛି ୪୧ ଜଣଙ୍କ ପୋଲିସ କର୍ମକାରୀଙ୍କ ପ୍ରାଣ ।

ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୋଲିସ ଡିଜି ଅଭୟଙ୍କ ସହିତ ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ସମସ୍ତ ବରିଷ୍ଠ ପୋଲିସ ଅଧିକାରୀମାନେ ସହିଦ ପୋଲିସ କର୍ମୀଙ୍କ ପ୍ରତି ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଥିଲେ । ଏହି ଅବସରରେ କରୋନା ସଂକ୍ରମଣକୁ ଖାତିର ନ କରି ନିଜ କର୍ତ୍ତବ୍ୟ ସମ୍ପାଦନା କରୁଥିବା ପୋଲିସ କର୍ମୀଙ୍କ କର୍ତ୍ତବ୍ୟ ନିଷ୍ଠା ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ପୋଲିସ ଡିଜି ଅଭୟ।

‘‘ଏ ବର୍ଷ ଓଡିଶା ପୋଲିସ ପାଇଁ କରେନା ମୁକାବିଲା ଏକ ଚାଲେଞ୍ଜ ଭଳି ହୋଇଛି । କରୋନା ମୁକାବିଲା କାର୍ଯ୍ୟ କରିବାକୁ ଯାଇ ଓଡ଼ିଶା ପୋଲିସର ୪୧ ଜଣ କର୍ମଚାରୀ ନିଜର ଜୀବନ ଉତ୍ସର୍ଗ କରିଛନ୍ତି । ସେହି କର୍ମଚାରୀମାନଙ୍କୁ ସ୍ପେସାଲ ଫ୍ୟାମିଲି ପେନସନ ଦେବା ପାଇଁ ବ୍ୟବସ୍ଥା ରହିଛି । କରୋନା ଯୋଦ୍ଧାଙ୍କ ପରିବାର ଲୋକଙ୍କୁ ଯେଉଁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବା କଥା ରାଜ୍ୟ ସରକାର ତାହା ଉପରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ଯଦି କେନ୍ଦ୍ର ସରକାର ଏହି ଟଙ୍କା ନ ଦିଅନ୍ତି ତେବେ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି,’’ କହିଛନ୍ତି ପୋଲିସ ଡିଜି ଅଭୟ ।

ପୋଲିସ ଡିଜି ଅଭୟ ସହିଦ ପୋଲିସ କର୍ମୀମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି ।


ସହିଦ ଦିବସ ଅବସରରେ ପୋଲିସ ମୁଖ୍ୟାଳୟରେ ସ୍ବାଧୀନତା ପର ଠାରୁ ଆଜି ପର୍ଯ୍ୟନ୍ତ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଇ ସହିଦ ହୋଇଥିବା ପୋଲିସ କର୍ମଚାରୀ ଓ ଅଧିକାରୀମାନଙ୍କ ଫଟୋ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । କରୋନା ନିୟନ୍ତ୍ରଣରେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଇ ପ୍ରାଣ ବଳି ଦେଇଥିବା ପୋଲିସ କର୍ମୀଙ୍କ ଫଟୋ ଚିତ୍ର ମଧ୍ୟ ଏଥିରେ ସାମିଲ ଥିଲା ।

ଏହା ବି ପଢ଼ନ୍ତୁ ମା’ବାପା ଅଫିସରେ; ଚାକରାଣୀ ଶିଶୁକୁ ଖୁବ୍ ମାଡ଼ ମାରୁଥିଲା; ଧରା ପଡ଼ିଲା; ଦେଖନ୍ତୁ VIDEO

ରାଜ୍ୟରେ ମାଓ କାର୍ଯ୍ୟକଳାପ କମିଥିବାରୁ ପୂର୍ବ ଭଳି ପୋଲିସ କର୍ମୀଙ୍କ ମାଓ ମୁକାବିଲା ସମୟରେ ମୃତ୍ୟୁ ହାର ମଧ୍ୟ କମିଥିବା କହିଛନ୍ତି ଡିଜିପି । ରାଜ୍ୟର ମାଓ ପ୍ରବଣ ଜିଲ୍ଲାଗୁଡ଼ିକର ତାଲିକା ମଧ୍ୟରୁ ପାଞ୍ଚଟି ଜିଲ୍ଲାକୁ ବାଦ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ନିକଟରେ ପ୍ରସ୍ତାବ ଦେଇଛି ଓଡ଼ିଶା ପୋଲିସ । ଏହି ପ୍ରସ୍ତାବ ମୁତାବକ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେଓଗଡ଼ ଓ ନୟାଗଡ଼ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲାଗିଛି । ତେଣୁ ଏହି ଜିଲ୍ଲା ଗୁଡ଼ିକୁ ଦିଆଯାଉଥିବା ଏସ.ଆର.ଇ. ଫଣ୍ଡକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଏହା ବି ପଢ଼ନ୍ତୁ ସାମାଜିକ ଦୂରତା ପାଇଁ ମଥାରେ ଖଟିଆ ଟାଙ୍ଗି ସାଇକେଲ୍ ଚଳେଇଲେ! ଦେଖନ୍ତୁ ମଜାଦାର Video

‘‘ମାଓବାଦୀଙ୍କୁ ପ୍ରତିରୋଧ କରିବା ଦିଗରେ ଆମେ ପୂର୍ବ ଅପେକ୍ଷା ଏବେ ଭଲ ସ୍ଥିତିରେ ଅଛୁ । ଯେଉଁ ଅଞ୍ଚଳଗୁଡିକରେ ମାଓବାଦୀଙ୍କ କାର୍ଯ୍ୟ କଳାପ ଜାରି ରହିଥିଲା ଏବେ ସେଠାରେ ସ୍ଥିତି ସାମାନ୍ୟ ହୋଇଛି । ଏହି ବର୍ଷ ସେହି ଜିଲ୍ଲାଗୁଡ଼ିକୁ ଆମେ ଏସ.ଆର.ଇ. ମୁକ୍ତ କରିବା ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇଛୁ । ଆମର ବିଶ୍ବାସ ରହିଛି ଯେ ଏବେ ଯେଉଁ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ରହିଛି ସେଗୁଡ଼ିକ ଖୁବ୍‌ ଶୀଘ୍ର ସାଧାରଣ ସ୍ଥିତିକୁ ଫେରିଆସିବ,’’ କହିଛନ୍ତି ପୋଲିସ ଡିଜି ଅଭୟ ।



କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଏସ.ଆର.ଇ ସ୍କିମ୍ ବା ଯୋଜନା ମୁଖ୍ୟତଃ ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ସମ୍ପର୍କିତ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ବ୍ୟବହାର ହୋଇଥାଏ । ଏହି ଯୋଜନାରେ ମାଓ ଅଧ୍ୟୁଷିତ ଜିଲ୍ଲାଗୁଡିକରେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ପାଇଁ ଘର, କମ୍ୟୁନିଟି ପୋଲିସିଂ ଜରିଆ ହୋଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଅସ୍ଥାୟୀ ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ର, ସାମାଜିକ କାର୍ଯ୍ୟକ୍ରମ, ସ୍ବତନ୍ତ୍ର ପୋଲିସ ଅଫିସର ବା ଏସ.ପି.ଓ.ଙ୍କ ନିଯୁକ୍ତି କରିବା ଇତ୍ୟାଦି କାର୍ଯ୍ୟକ୍ରମ ରହିଛି ।
Published by:Anand Shankar Thankur Das
First published:
)}