News18 Odia Digital
ନୂଆ ଦିଲ୍ଲୀ: କରୋନା ଟିକା (Corona Vaccine) ନେବା ପରେ ବି ଭାରତରେ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଟିକାକରଣ (Vaccination) ସତ୍ତ୍ୱେ ହେଉଥିବା ସଂକ୍ରମଣ ବିଷୟରେ ବିଶେଷଜ୍ଞମାନଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି । ନିକଟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇ.ସି.ଏମ୍.ଆର୍.) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ସାମନାକୁ ଆସିଥିବା ତଥ୍ୟ ଅନୁସାରେ କରୋନା ଭାଇରସର ଏହି ‘ବ୍ରେକଥ୍ରୁ ସଂକ୍ରମଣ’ (Breakthrough Infection) ମାମଲାରେ କେତେକ ପ୍ରମୁଖ ଲକ୍ଷଣ ଦେଖାଯାଇଛି ।
ICMRର ଏହି ଅଧ୍ୟୟନରେ ଦେଶର ପ୍ରାୟ ସବୁ ରାଜ୍ୟରୁ ୬୭୭ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ।ଏଥିରେ ସାମ୍ନାକୁ ଆସିଛି ଯେ ସେମାନଙ୍କ ମଧ୍ୟରୁ ମାତ୍ର ୯.୮ ପ୍ରତିଶତ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ବାକି ଲୋକେ ଘରେ ରହି ସୁସ୍ଥ ହୋଇଥିଲେ । ତଥାପି ଏହି ସମୟ ମଧ୍ୟରେ ଏହି ଲୋକମାନଙ୍କୁ କେତେକ ପ୍ରମୁଖ ରୋଗର ସାମ୍ନା କରିବାକୁ ପଡ଼ିଥିଲା, ଯାହାର ତଥ୍ୟ ଏହି ଅଧ୍ୟୟନରେ ଦିଆଯାଇଛି ।
ଏହା ବି ପଢ଼ନ୍ତୁ | ଟାଲିବାନ୍ ଆକ୍ରମଣରେ ପ୍ରାଣ ହରେଇଲେ ପୁରସ୍କାର-ପ୍ରାପ୍ତ ଭାରତୀୟ ଫଟୋ-ସାମ୍ବାଦିକ ଦାନିଶ ସିଦ୍ଦିକିଏହି ଅଧ୍ଯୟନରେ କୁହାଯାଇଛି ଯେ ବ୍ରେକଥ୍ରୁ ଇନଫେକ୍ସନରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ମଧ୍ୟରେ ସବୁଠୁ ଅଧିକ ଜ୍ବର ଦେଖାଯାଇଥିଲା । କରୋନାରେ ସଂକ୍ରମିତ ହୋଇଥିବା ୬୯ ପ୍ରତିଶତ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ୫୬ ପ୍ରତିଶତ ଲୋକଙ୍କ ଶରୀରରେ ଯନ୍ତ୍ରଣା ସହିତ ମୁଣ୍ଡ ବିନ୍ଧାର ସମସ୍ୟା ଦେଖାଦେଇଥିଲା । ୪୫ ପ୍ରତିଶତ ରୋଗୀ କାଶର ଅଭିଯୋଗ କରିଥିଲେ । ୩୭ ପ୍ରତିଶତ ଲୋକ ଗଳାରେ ଯନ୍ତ୍ରଣା ଅନୁଭବ କରିଥିଲେ ।
ଏହା ବି ପଢ଼ନ୍ତୁ | ୧୭ ବର୍ଷୀୟ ଯୁବକର ପାଟି ଭିତରେ ୮୨ଟି ଅଧିକ ଦାନ୍ତ! ଅପରେସନ୍ କରି ବାହାର କଲେ ଡାକ୍ତରମାନେ୨୨ ପ୍ରତିଶତ ଲୋକ ନିଜ ସ୍ୱାଦ ଓ ଗନ୍ଧର ଶକ୍ତି ହରାଇବସିଥିଲେ ।କେବଳ ୧୦ ପ୍ରତିଶତ ଲୋକ ଡାଇରିଆର ଅଭିଯୋଗ କରିଥିଲେ । କେବଳ ୬ ପ୍ରତିଶତ ଲୋକ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ । ଏହା ବ୍ୟତୀତ ୧ ପ୍ରତିଶତ ଲୋକ ଏମିତି ଥିଲେ ଯେଉଁମାନେ ଆଖିରେ ଜଳୁଥିବା ପରି କଷ୍ଟ ଓ ଅସ୍ୱାଭାବିକତାର ସାମ୍ନା କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିବାହର ମାତ୍ର ତିନି ମାସ ପରେ ମା’ ହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା; ପୁତ୍ର ଜନ୍ମ ଦେଲେବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏହି ସବୁ କରୋନାର ସାଧାରଣ ଲକ୍ଷଣ ଯାହା କରୋନା ସଂକ୍ରମଣର ପ୍ରଥମ ତରଙ୍ଗ ସମୟରେ ଲୋକଙ୍କଠାରେ ଦେଖାଯାଇଥିଲା ।ଶ୍ୱାସକ୍ରିୟାରେ ଅସୁବିଧା ଭଳି ଦ୍ୱିତୀୟ ତରଙ୍ଗ ସମୟରେ ଜନ୍ମ ନେଇଥିବା ଗୁରୁତର ଲକ୍ଷଣଗୁଡ଼ିକ ମାତ୍ର ୬% ଲୋକଙ୍କଠାରେ ଦେଖିବାକୁ ମିଳିଛି । ଏଥିରୁ ଏହା ନିଶ୍ଚିତ ହୋଇଛି ଯେ ଟିକା ନେବା ପରେ କରୋନା ସଂକ୍ରମଣ ହେବା ସମ୍ଭବ ହୋଇଥିଲେ ବି ଏହାର ପ୍ରଭାବ ଗୁରୁତର ହେଉ ନାହିଁ । ଏହି ସମୟରେ କରୋନାର ଲକ୍ଷଣ ବି ସ୍ୱାଭାବିକ ରହିଥାଏ ।
ଏହି ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ ଦେଶର ବିଭିନ୍ନ ରାଜ୍ୟରେ ସାମନାକୁ ଆସୁଥିବା କରୋନା ସଂକ୍ରମଣ ପାଇଁ କରୋନା ଭାଇରସର ବିଭିନ୍ନ ପ୍ରକାର (variant) ଦାୟୀ । କେଉଁଠି ଡେଲଟା ଭ୍ୟାରିଆଣ୍ଟ ତ କେଉଁଠି କିମ୍ବା କପ୍ପା କିମ୍ବା ଆଲଫା ଭ୍ୟାରିଆଣ୍ଟ୍ ଯୋଗୁଁ ଲୋକେ ବ୍ରେକଥ୍ରୋ ସଂକ୍ରମଣର ଶିକାର ହୋଇଛନ୍ତି । ଏ ସବୁ ମଧ୍ୟରେ ଆଶ୍ୱସ୍ତିକର କଥା ଏହା ଯେ ଏହି ଲୋକମାନଙ୍କ ମଧ୍ୟରୁ ମାତ୍ର ୦.୪ ପ୍ରତିଶତ ଲୋକଙ୍କର ଟିକା-ପରବର୍ତ୍ତୀ ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।