ମହା ଆଶ୍ୱସ୍ତି! ଓଡ଼ିଶାରେ କରୋନାର ଦ୍ୱିତୀୟ ଲହରୀର ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କଲେ ସରକାର

କରୋନା ସଂକ୍ରମଣ ନିମ୍ନଗାମୀ ହେଉଥିଲେ ବି ଫେବୃଆରୀ ପର୍ଯ୍ୟନ୍ତ ସତର୍କ ରହିବା ଦରକାର ବୋଲି କହୁଛନ୍ତି ବିଶେଷଜ୍ଞମାନେ । ଏହି ମାସ ଓଡ଼ିଶାରେ ଲୋକଙ୍କୁ କରୋନା ଟିକା ଦିଆଯିବ ବୋଲି ଆଶା କରାଯାଉଛି ।

ମହା ଆଶ୍ୱସ୍ତି! ଓଡ଼ିଶାରେ କରୋନାର ଦ୍ୱିତୀୟ ଲହରୀର ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କଲେ ସରକାର
ଡାକ୍ତର ଜୟନ୍ତ ପଣ୍ଡା ଓ (ଡାହାଣ) ଏକ କରୋନା ପରୀକ୍ଷା କେନ୍ଦ୍ର
  • News18 Odia
  • Last Updated: December 6, 2020, 8:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଠିକ ଗୋଟିଏ ବର୍ଷ ଧରି ସମଗ୍ର ବିଶ୍ବକୁ କଲବଲ କରି ରଖିଥିବା କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତିରେ ଏବେ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି । ଏହି ସୁଧାରର ପ୍ରଭାବ ସମଗ୍ର ବିଶ୍ବରେ ପରିଲକ୍ଷିତ ହେଉଥିବା ବେଳେ ଭାରତ ତଥା ଓଡ଼ିଶାରେ ବି ଅନୁଭବ କରାଗଲାଣି । ଏହାରି ଭିତରେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରି ଆସିବାର ଯେଉଁ ଆଶଙ୍କା କରାଯାଉଥିଲା ତାହା ଆପାତତଃ ଟଳିଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ ବୈଷୟୀକ କମିଟିର ମୁଖ୍ୟ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ।

“ରାଜ୍ୟରେ କରୋନା ଗ୍ରାଫକୁ ନିୟନ୍ତ୍ରଣ କରିବା ପାଇଁ ଆଠ ମାସ ତଳେ ଯେଉଁ ପ୍ରଚେଷ୍ଟା ଆରମ୍ଭ କରାଯାଇଥିଲା, ତାହା ସମ୍ପୂର୍ଣ୍ଣ ସଫଳ ହୋଇଛି । ଆମର ଟେଷ୍ଟିଂ, ଟ୍ରେନିଂ ଓ ଟ୍ରିଟମେଣ୍ଟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି । ଆମେ ଓଡ଼ିଶାରେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ଅପେକ୍ଷା କୋଭିଡକୁ ନିୟନ୍ତ୍ରଣ କରି ପାରିଛେ । ଦ୍ବିତୀୟ ଲହରୀର ଆଶଙ୍କା ନାହିଁ,’’ ଶନିବାର ଦିନ କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।

ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ ମୋଦି’; ଗ୍ରାହକ ଦେଉଛି ୭୦ ଲକ୍ଷ ଟଙ୍କା , ହେଲେ ମାଲିକ ମାଗୁଛି . କୋଟି ଟଙ୍କା 

ଯେମିତି ଭାବେ ଲୋକେ ସଚେତନ ହୋଇ ଦୁର୍ଗା ପୂଜା ଓ ଦୀପାବଳି ପାଳନ କଲେ ଏବଂ ଡ଼ଙ୍ଗା ଭସଇବା ପାଇଁ ଗଲେ ନାହିଁ, ସେହି ତ୍ୟାଗ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ବୋଲି ସେ କହିଛନ୍ତି । ‘‘ତଥାପି ଫେବୃଆରୀ ପର୍ଯ୍ୟନ୍ତ ଆମେ ସତର୍କ ରହିବା ଦରକାର,” କହିଛନ୍ତି ଡାକ୍ତର ପଣ୍ଡା ।

ରାଜ୍ୟରେ କରୋନା ଟିକା ଦିଆଯିବା ସମ୍ପର୍କରେ ମଧ୍ୟ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ଡାକ୍ତର ପଣ୍ଡା । “ଏହି ଡିସେମ୍ବର ମାସରେ ଆମେ ଆମ ଲୋକମାନଙ୍କୁ ଟିକା ଦେଇପାରିବା ବୋଲି ଆଶା କରାଯାଏ । ପ୍ରଥମେ ସ୍ବାସ୍ଥ୍ୟ କର୍ମୀ, ପରେ ପରେ କରୋନା ଯୋଦ୍ଧା, ବୟସ୍କ ଲୋକ ଏବଂ ଏହା ପରେ ଅନ୍ୟମାନଙ୍କୁ ଟିକା ଦିଆଯିବ । ଆମେ ବର୍ତ୍ତମାନ କରୋନା ଲଢ଼େଇର ଶେଷ ସେପାନରେ ପହଁଚିଛେ । ଏହି ସମୟରେ ଟିକା ଖୁବ୍‌ ଉପାଦେୟ ସାବ୍ୟସ୍ତ ହେବ,’’ କହିଛନ୍ତି ଡାକ୍ତର ପଣ୍ଡା ।

ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ

ଭୋଭିଡ-୧୯କୁ ଅନ୍ୟ ଭୂତାଣୁମାନେ ସୃଷ୍ଟି କରୁଥିବା ଫ୍ଲୁ ଭଳି ଏକ ସାଧାରଣ ଫ୍ଲୁ ବୋଲି କହି ଏସସବି ମେଡ଼ିକାଲ କଲେଜ ଓ ହସପିଟାଲର ଅବସରପ୍ରାପ୍ତ ବରିଷ୍ଠ ଚିକିତ୍ସିକ ଡାକ୍ତର ଅନଙ୍ଗ ଦ୍ବିବେଦୀ କହିଛନ୍ତି, ‘‘ଅନ୍ୟ ଫ୍ଲୁରେ ଆକ୍ରାନ୍ତ ହୋଇ ଉନ୍ନତ ଦେଶମାନଙ୍କରେ ମଧ୍ୟ ରୋଗୀଙ୍କ ମୃତ୍ୟୁ ଘଟେ ଏବଂ ଏଥିରେ ମଧ୍ୟ ଘଟିଛି । ଏହା ସତ ଯେ ଏ ପର୍ଯ୍ୟନ୍ତ କୋଭିଡ଼କୁ ସଠିକ ଭାବେ ଚିହ୍ନି ହୋଇନାହିଁ । କିନ୍ତୁ ଅନ୍ୟ ଭୂତାଣୁ ଭଳି ଏହା ମଧ୍ୟ ସମୟ କ୍ରମେ ଚାଲିଯିବ । ଆମ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ପଛରେ ସାଧାରଣ ଲୋକଙ୍କର ବହୁତ ଅବଦାନ ରହିଛି ।’’

‘‘ସାମାଜିକ ଦୁରତ୍ବ ନିୟମ ପାଳନ କ୍ଷେତ୍ରରେ ଏତେ ଭଲ ଭାବରେ ନ ହେଲେ ମଧ୍ୟ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ୍ କରିବା ଆଦି କାର୍ଯ୍ୟକୁ ରାଜ୍ୟବାସୀ ସଠିକ ଭାବେ ପାଳନ କରିଛନ୍ତି । ଟିକାର ସଫଳତା ବିଷୟରେ ଏବେ ବି ସନ୍ଦେହ ରହିଛି । ଯଦି ଟିକା ନେବା ପରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ କ୍ଷେତ୍ରରେ ସଂକ୍ରମଣ କମିଗଲା ତେବେ ଟିକା ସଫଳ ହେଲା ବୋଲି କହିହେବ,” କହିଛନ୍ତି ଡାକ୍ତର ଦ୍ବିବେଦୀ ।

ଏହା ବି ପଢ଼ନ୍ତୁ | ଚୀନର ଗବେଷକମାନେ କହୁଛନ୍ତି କରୋନା ଭାଇରସ୍ ଭାରତରୁ ଆରମ୍ଭ ହୋଇ ବିଶ୍ୱ ସାରା ବ୍ୟାପିଥିଲା!

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୩୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ । ଏଥିରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୯ ଜଣ ଅଛନ୍ତି ଓ ବାକି ୧୬୪ ଜଣ ସ୍ଥାନୀୟ ବାସିନ୍ଦା । ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୩,୨୧,୧୯୬କୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ୩,୧୫,୨୭୦ ଜଣ ସୁସ୍ଥ ହୋଇଥିବା ବେଳେ ୪,୧୦୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଣ୍ଟାରେ ଆଉ ଛଅ ଜଣଙ୍କୀ ଜୀବନ ନେଇଛି ମହାମାରୀ ।



ଚାରି ମାସ ତଳେ ଦୈନିକ ୪,୯୦୦ରୁ ଅଧିକ ଲୋକ କୋଭିଡରେ ଆକ୍ରାନ୍ତ ହେଉଥିବା ବେଳେ ଏବେ ସେହି ସଂଖ୍ୟା ୪୦୦ ତଳେ ପହଞ୍ଚିବା ଓ ଦୈନିକ ମୃତ୍ୟ ସଂଖ୍ୟା ୧୮ରୁ ୬ ଓ ୫ରେ ପହଞ୍ଚିବା ମଧ୍ୟ ରାଜ୍ୟରେ କୋଭିଡ ଗ୍ରାଫ ନିମ୍ନଗାମୀ ହେଉଥିବା ପ୍ରମାଣିତ କରୁଛି ।
Published by: Anand Shankar Thankur Das
First published: December 6, 2020, 8:49 PM IST
corona virus btn
corona virus btn
Loading