କରୋନା ସଂକ୍ରମଣ ରୋକିବାକୁ ରାଜ୍ଯ ସରକାରଙ୍କ ଯୋଜନା ପ୍ରସ୍ତୁତ; ଡିସେମ୍ବର ସୁଦ୍ଧା ସରିବ ଟିକାକରଣ

କରୋନା ସଂକ୍ରମଣକୁ ରୋକିବାକୁ ହେଲେ ଡିସେମ୍ବର ସୁଦ୍ଧା ଟିକାକରଣ ସାରିବାକୁ ହେବ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ।

ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ଯ ବିଭାଗ (ପ୍ରତୀକାତ୍ମକ ଛବି)

ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ଯ ବିଭାଗ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବାକୁ ହେଲେ ଡିସେମ୍ବର ସୁଦ୍ଧା ଟିକାକରଣ ସାରିବାକୁ ହେବ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ। ବର୍ତ୍ତମାନ ସୁଦ୍ଧା ୫୪ ପ୍ରତିଶତ ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି । ଦୈନିକ ସାଢ଼େ ୩ ଲକ୍ଷ ଟିକାକରଣ ପାଇଁ ଟାର୍ଗେଟ ରଖିଛନ୍ତି ରାଜ୍ଯ ସରକାର।

ରାଜ୍ୟରେ ଟୀକାକରଣ ବ୍ୟାପକ ହେବ। ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ଟିକାକରଣ ଶେଷ ଶେଷ କରିବାକୁ ସ୍ୱାସ୍ଥ୍ଯ ବିଭାଗ ଲକ୍ଷ୍ଯ ରଖିଛି। ଟିକା ଆସିବାରେ ସମସ୍ୟା ନ ହେଲେ ଆଗାମୀ ୪ ମାସ ମଧ୍ୟରେ ଟିକାକରଣ ସରିବ। ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୨୦ ଲକ୍ଷ ଡୋଜ ଟିକାକରଣ ସରିଛି। ୧ କୋଟି ୬୬ ଲକ୍ଷ ଲୋକ ପ୍ରଥମ ଡୋଜ ଓ ୫୩ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି। ଟିକା ନେବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ମୋଟ ୫୪% ପ୍ରଥମ ଡୋଜ ନେଇ ସାରିଛନ୍ତି ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ  କହିଛନ୍ତି "ଡିସେମ୍ବର ସୁଦ୍ଧା ଟିକାକରଣ ସରିବ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ। କୋଭିସିଲଡ଼ ୨୮ ଲକ୍ଷ ୫୪ ,କୋଭାକ୍ସିନ ୪ ଲକ୍ଷ ୫୪ ହଜାର ଟିକା ମହଜୁଦ ରହିଛି। ଯେଉଁମାନଙ୍କର ଦ୍ୱିତୀୟ ଡୋଜ ଟିକା ନେବାର  ଅଛି ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଦେବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ , ଅଣଶିକ୍ଷକ କର୍ମଚାରୀ, ଦ୍ୱିତୀୟ ଡୋଜ ନେବାକୁ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି। କେତେ ଶିକ୍ଷକ ଟିକା ନେବେ ସେନେଇ ଜିଲ୍ଲାକୁ ତଥ୍ୟ ମଗାଯାଇଛି । ସେପ୍ଟେମ୍ବର ୫ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ। କେବଳ ଶିକ୍ଷକଙ୍କୁ ଟିକା ଦେବା ପାଇଁ କିଛି  ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି। ୧ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି"।

ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା ପଶିଥିବା ବେଳେ ରାଜ୍ୟ ସରକାର ପ୍ରସ୍ତୁତି ତ୍ୱରାନ୍ୱିତ କରିଛନ୍ତି। ବିଶେଷ କରି ଛୋଟ ପିଲା ଅଧିକ ସଂକ୍ରମିତ ହେବା ଆଶଙ୍କାରେ ପ୍ରସ୍ତୁତି କରାଯାଇଛି। ୩ହଜାର ବେଡ଼ ପ୍ରସ୍ତୁତ ସହ ୪୫୦୦ ଡାକ୍ତର ଓ ନର୍ସଙ୍କ ପ୍ରଶିକ୍ଷଣ ବି ସରିଲାଣି।

“ଯେକୌଣସି ବ୍ୟକ୍ତି ଯେଉଁଠାରେ ବି ପ୍ରଥମ ଡୋଜ ନେଇଥିବେ ସେହି ଟିକାର ଦ୍ୱିତୀୟ ଡୋଜ ଦେଶର କୌଣସି ସ୍ଥାନରେ ନେଇ ପାରିବେ। ଯେଉଁ ମାନଙ୍କର ସମୟ ହୋଇଛି କିମ୍ଵା ସମୟ ଅତିକ୍ରମ କରି ସାରିଛି ସେମାନଙ୍କୁ ଡକାଇ ଟିକା ଦେବାକୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ। ଦ୍ୱିତୀୟ ଲହରେରେ ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ। ସମସ୍ତେ ଆକଳନ କରୁଛନ୍ତି ସଂକ୍ରମଣ ବଢ଼ିପାରେ। ୮୦-୮୫ ଲକ୍ଷଣ ବିହୀନ ଓ ସ୍ୱଳ୍ପ ଲକ୍ଷଣ, ମାତ୍ର ୫ ପ୍ରତିଶତ ଶିଶୁଙ୍କୁ ହସ୍ପିଟାଲ ଆଡ଼ମିଟ ହେବାକୁ ପଡିପାରେ," କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ  ।

ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, “ଛୋଟ ପିଲାଙ୍କ ଟିକା ଏପର୍ଯ୍ୟନ୍ତ ଆସିନାହିଁ। କେନ୍ଦ୍ର ସରକାର ଯେବେ ଟିକା ପଠାଇବେ ସେବେଠାରୁ ଟିକାକରଣ ଆରମ୍ଭ ହେବ। ବର୍ତ୍ତମାନ ପ୍ରତିଦିନ ସାଢ଼େ ୩ ଲକ୍ଷ ଲୋକଙ୍କୁ ଟିକାକରଣ ପାଇଁ ଲକ୍ଷ୍ଯ ରଖାଯାଇଛି। ବର୍ତ୍ତମାନ ଟିକାରେ କିଛି ସମସ୍ୟା ନଥିବାରୁ ପ୍ରତି ଜିଲ୍ଲାରେ କିପରି ଟିକାକରଣ ବଢ଼ିବ ସେ ନେଇ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି"।

ପ୍ରଥମ ଡୋଜ ନେଇଥିବା ବ୍ୟକ୍ତି ସେହି ଟିକାର ଦ୍ୱିତୀୟ ଡୋଜ ଦେଶର କୌଣସି ସ୍ଥାନରେ ନେଇ ପାରିବେ। ତେଣୁ ଯେଉଁମାନଙ୍କର ଦ୍ୱିତୀୟ ଡୋଜ ସମୟ ହୋଇଛି କିମ୍ଵା ସମୟ ଅତିକ୍ରମ କରି ସାରିଛି ସେମାନଙ୍କୁ ଡକାଇ ଟିକା ଦେବାକୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
Published by:Soumya Das
First published: