ରାଜ୍ୟରେ କମିଲା ସ୍କୁଲ ସିଲାବସ; ୩୦% ପାଠ୍ୟକ୍ରମ କମ ହେବାକୁ ଘୋଷଣା କଲେ ସରକାର

ପିଲାଙ୍କ ସୁବିଧା ଓ ବୋର୍ଡ଼ ପରୀକ୍ଷାକୁ ଆଖିରେ ରଖି ଚଳିତ ବର୍ଷ ପାଇଁ ପାଠ୍ୟକ୍ରମ କମାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଏହାସହ ଯୁକ୍ତ ୨ ପିଲାମାନଙ୍କୁ ଯେପରି ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଦେବାରେ କୌଣସି ଅସୁବିଧା ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ରାଜ୍ୟରେ କମିଲା ସ୍କୁଲ ସିଲାବସ; ୩୦% ପାଠ୍ୟକ୍ରମ କମ ହେବାକୁ ଘୋଷଣା କଲେ ସରକାର
ରାଜ୍ୟରେ ୩୦% ପାଠ୍ୟକ୍ରମ କମ ହେବାକୁ ଘୋଷଣା କଲେ ସରକାର
  • News18 Odia
  • Last Updated: August 27, 2020, 4:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟର ପାଠ୍ୟ ଖସଡ଼ା କମାଇ ଦିଆଯାଇଛି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ୩୦% ସିଲାବସ କମାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛି । ନୂତନ ସିଲାବସ ଖୁବଶୀଘ୍ର ୱେବସାଇଟରେ ହେବ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଏହି ନିଷ୍ପତି ନେବାରେ ବିଳମ୍ବ ହୋଇଥିବା ଶିକ୍ଷକ ସଂଘ କହିଥିବାବେଳେ, କେଉଁ ବିଷୟ ପାଠ୍ୟକ୍ରମରୁ ବାଦ ଦିଆଯିବ ସେ ନେଇ ତୁରନ୍ତ ତାଲିକା ପ୍ରକାଶ କରିବାକୁ ଛାତ୍ରଛାତ୍ରୀ କହିଛନ୍ତି । ବିଳମ୍ବ କଲେ ପାଠପଢା ବ୍ୟାଘାତ ହେବ।

ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦% ପାଠ୍ୟକ୍ରମ କମାଇବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛି । ଏହାକୁ ନେଇ ପୂର୍ବରୁ ସୂଚନା ଦିଆଯାଇଥିବାବେଳେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସିଲାବସ ଦାୟିତ୍ୱ ଏସସିଇଆରଟି(SCERT) କୁ ଦିଆଯାଇଥିଲା । ସେହିପରି ନବମ ଓ ଦଶମ ଶ୍ରେଣୀ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଓ ଏକାଦଶ ଓ ଦ୍ୱାଦଶ ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦକୁ ଏହାର ଦାୟିତ୍ୱ ଦିଆଯାଇଥିଲା । ତେବେ ପ୍ରତ୍ୟେକ ବିଭାଗରେ ୩୦% ପାଠ୍ୟକ୍ରମ କମାଯାଇଥିବା ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । କେଉଁ ବିଷୟରୁ କେଉଁ ପାଠ୍ୟକ୍ରମକୁ ବାଦ ଦିଆଯାଇଛି ତାହା SCERT, BSE ଓ CHSE ୱେବସାଇଟରେ ଉପଲବ୍ଧ ହେବ । ଏହା ବ୍ୟତୀତ ସ୍କୁଲ ଶିକ୍ଷକ ଓ ଅଧ୍ୟାପକ ମାନେ ଛାତ୍ରଛାତ୍ରୀଙ୍କୁ ନୂଆ ସିଲାବସ ବିଷୟରେ ମଧ୍ୟ ଅବଗତ କରାଇବେ। ପିଲାଙ୍କ ସୁବିଧା ଓ ବୋର୍ଡ଼ ପରୀକ୍ଷାକୁ ଆଖିରେ ରଖି ଚଲିତବର୍ଷ ପାଇଁ ପାଠ୍ୟକ୍ରମ କମାଯାଇଥିବା ମନ୍ତ୍ରୀ କହିଛନ୍ତି । ଏହାସହ ଯୁକ୍ତ ୨ ପିଲାମାନଙ୍କୁ ଯେପରି ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଦେବାରେ କୌଣସି ଅସୁବିଧା ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ


"ପିଲାଙ୍କ ସୁବିଧାକୁ ଦେଖି ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ବିଦ୍ୟାଳୟ ସ୍ତରରେ ୩୦% ସିଲାବସ କମାଯାଇଛି । କେବଳ ଚଳିତବର୍ଷ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ବୋର୍ଡ଼ ପରୀକ୍ଷା ଓ ଜାତୀୟ ସ୍ତରର ପରୀକ୍ଷାକୁ ନଜରରେ ରଖି ସିଲାବସ କମ କରାଯାଇଛି । ସିଲାବସ କମାଇବା ନିଷ୍ପତିକୁ ଉଭୟ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ସ୍ୱାଗତ କରିଛନ୍ତି । କିନ୍ତୁ ନିଷ୍ପତି ନେବାରେ ବିଳମ୍ବ ହୋଇଥିବା ଅଭିଯୋଗ କରିଛନ୍ତି । ସିବିଏସଇ ଓ ଆଇସିଏସଇ ଗତ ୨ମାସ ହେବ ସମାନ ନିଷ୍ପତି ନେଇ ପାଠ ପଢ଼ାଉ ଥିବାବେଳେ ଆମର ବିଳମ୍ବ ହୋଇଛି । ଅନଲାଇନ ମାଧ୍ୟମରେ ପ୍ରାୟ ୪୦% କୋର୍ସ ଶେଷ ହୋଇଥିବାବେଳେ ଏବେ ସେ ଗୁଡିକୁ ମଧ୍ୟ ବାଦ ଦେବାକୁ ହେବ । ଏଣୁ ତାଲିକା ଶୀଘ୍ର ପ୍ରକାଶ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ସରକାର ଆଗରୁ କାହିଁକି ନିଷ୍ପତି ନେଲେ ନାହିଁ । ୨ ମାସ ଆଗରୁ ସିବିଏସଇ ପିଲ୍ଲାଙ୍କ ଦ୍ଵନ୍ଦ ଦୂର କରି ପାଠ ପଢ଼ାଉଥିବାବେଳେ ଏତେ ଦିନ ଧରି ପିଲାଙ୍କୁ ଏଠି ଦ୍ଵନ୍ଦରେ କାହିଁକି ରଖାଗଲା,'' କହିଛନ୍ତି ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି।

ବିଦ୍ୟାଳୟ କେବେ ଖୋଲିବ ତାର ନିଷ୍ପତି ବର୍ତ୍ତମାନ ସୁଦ୍ଧା ନିଆଯାଇ ନଥିବାବେଳେ ବର୍ତ୍ତମାନ ପାଇଁ ୩୦% ପାଠ୍ୟକ୍ରମ କମାଯାଇଛି । ବିଦ୍ୟାଳୟ ଖୋଲିବାକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି।
Published by: Jagdish Barik
First published: August 27, 2020, 4:48 PM IST
corona virus btn
corona virus btn
Loading