News18 Odia Digital
ଭୁବନେଶ୍ୱର : ରାଜ୍ୟରେ ଆହୁରି ୯ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍। ଏଥି ସହ ମୃତ୍ୟୁ ସଂଖ୍ୟା ୨୯୬ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୧,୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ୫୦,୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ନଅ ଜଣଙ୍କ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ଚାରି ଜଣ, ରାୟଗଡ଼ାରୁ ୨ ଜଣ, ଅନୁଗୁଳୁ, ବାଲେଶ୍ୱର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି। ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୪୪କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ୪ ଜଣ ମୃତକ ମଧ୍ୟରୁ ଦୁଇଜଣ ୪୮ ଓ ୭୪ ବର୍ଷୀୟା ମହିଳା ଓ ଅନ୍ୟ ଦୁଇଜଣ ୫୭ ବର୍ଷୀୟ ପୁରୁଷ । ୪୮ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ ଓ ମେଧାବହୁଳତା ରୋଗରେ ପୀଡିତ ଥିବାବଳେ ଓ ୭୪ ବର୍ଷୀୟା ମହିଳା ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ। ଦୁଇଜଣ ପୁରୁଷଙ୍କ ମଧ୍ୟରୁ ୫୭ ବର୍ଷୀୟ ପୁରୁଷଙ୍କ ମଧ୍ୟରୁ ଜଣେ ପୂର୍ବରୁ ମଧୁମେହ, ଉକ୍ତ ରକ୍ତଚାପ ଓ କ୍ରୋନିକ କୀଡୀନି ରୋଗରେ ପୀଡ଼ିତ ଥିଲାବେଳେ ଅନ୍ୟ ଜଣେ ପୁରୁଷଙ୍କ ପୂର୍ବରୁ କୌଣସି ରୋଗ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି।
ରାୟଗଡା ଜିଲ୍ଲାରେ ୨ ଜଣ ମୃତକ ମଧ୍ୟରୁ ଉଭୟ ୬୫ ବର୍ଷୀୟ ପୁରୁଷ ଅଛନ୍ତି । ଜଣେ ୬୫ ବର୍ଷୀୟ ପୁରୁଷଙ୍କୁ ପୂର୍ବରୁ କୌଣସି ରୋଗ ନ ଥିବା ବେଳେ ଅନ୍ୟଜଣକୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ଅନୁଗୁଳୁ ଜିଲ୍ଲାର ମୃତକ ଜଣେ ୪୪ ବର୍ଷୀୟ ପୁରୁଷ ଓ ସେ ମଧୁମେହ ଓ ଉକ୍ତ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ବାଲେଶ୍ୱର ଜିଲ୍ଲାର ମୃତକ ଜଣେ ୩୮ ବର୍ଷୀୟ ପୁରୁଷ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ। ଖୋର୍ଦ୍ଧା ଜିଲ୍ଲାର ମୃତକ ଜଣେ ୫୮ ବର୍ଷୀୟ ପୁରୁଷ ଓ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୧୮୨ ଜଣ ଅଛନ୍ତି । ବାକି ୬୯୪ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୬୭୨ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୬୦ ଜଣ, ସୁନ୍ଦରଗଡ଼ରୁ ୧୧୯ ଜଣ, ନୟାଗଡ଼ରୁ ୧୦୫, କଟକରୁ ୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୫, ବାଲେଶ୍ୱରରୁ ୮୧, ବରଗଡ଼ରୁ ୧୫, ଭଦ୍ରକରୁ ୫୦, ବଲାଙ୍ଗୀରରୁ ୩୧, ବୌଦ୍ଧରୁ ୧୦,ଦେଓଗଡ଼ରୁ ୨, ଢେଙ୍କାନାଳର ୩୬, ଗଜପତିରୁ ୭୧, ଜଗତସିଂହପୁରରୁ ୨୬, ଯାଜପୁରରୁ ୫୩, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୦, କେନ୍ଦ୍ରପଡ଼ାରୁ ୫୮, କେନ୍ଦୁଝରରୁ ୨୧, କୋରାପୁଟରୁ ୭୭, ମାଲକାନିଗିରିରୁ ୨୪, ମୟୂରଭଞ୍ଜରୁ ୭୦, ନବରଙ୍ଗପୁରରୁ ୩୦, ନୂଆପଡ଼ାରୁ ୩, ପୁରୀରୁ ୮୦, ରାୟଗଡ଼ାରୁ ୯୮, ସମ୍ବଲପୁରରୁ ୩୬ ଓ ସୋନପୁର ୨୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ | ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା; ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମେ ଦିଆଗଲାଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୩୪,୮୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୫,୫୦୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ି ଆଜି ୫୦,୦୦୦ ଟପି ଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୨ ସପ୍ତାହରେ ଦ୍ୱିଗୁଣିତ ହୋଇଛି ଆକ୍ରାନ୍ତ ସଂଖ୍ୟା। ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।