ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ତୃତୀୟ ଲହର ପାଇଁ ଜୋରଦାର ପ୍ରସ୍ତୁତି; କଟକ ଶିଶୁ ଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କଲେ ସରକାର

ତୃତୀୟ ଲହର ପାଇଁ ଜୋରଦାର ପ୍ରସ୍ତୁତି; କଟକ ଶିଶୁ ଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କଲେ ସରକାର

କରୋନାର ସାମ୍ଭାବ୍ଯ ତୃତୀୟ ଲହରକୁ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ଯ ସରକାର । ଶିଶୁ ଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରିଛନ୍ତି ସରକାର ।

ତୃତୀୟ ଲହର ପାଇଁ ଜୋରଦାର ପ୍ରସ୍ତୁତି; କଟକ ଶିଶୁ ଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କଲେ ସରକାର
କଟକ ଶିଶୁ ଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରିଛନ୍ତି ସରକାର । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 25, 2021, 7:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନାର ସାମ୍ଭାବ୍ଯ ତୃତୀୟ ଲହରକୁ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ଯ ସରକାର । ତୃତୀୟ ଲହରରେ ପିଲାଙ୍କ ଉପରେ ଅଧିକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ସେଥିପାଇଁ କଟକ ଶିଶୁ ଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରିଛନ୍ତି ସରକାର ।

ତୃତୀୟ ଲହର ସମୟରେ ଶିଶୁମାନଙ୍କ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶିଶୁଭବନରେ ୪୦ଟି ସାଧାରଣ ବେଡ଼ ଓ ୧୦ଟି ଆଇସିୟୁ ରହିବ। ପ୍ରତି ବେଡକୁ ଅକ୍ସିଜେନ ଗ୍ୟାସ ପାଇପଲାଇନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଛି। ଶିଶୁ ଭବନ ପ୍ରଥମ ଫ୍ଲୋରରେ ବେଡ଼ ବ୍ୟବସ୍ଥା କରାଯିବ। ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। କୋଭିଡ଼ ନିୟମରେ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ଆବଶ୍ୟକ ପରିମାଣର ଏସି ମଧ୍ୟ ସ୍ଥାପନ କରାଯିବ। ସୁପରଟେଣ୍ଡେଣ୍ଟ ଦେଇଥିବା ତାଲିକା ଅନୁଯାୟୀ ସେପ୍ଟେମ୍ବର ପହିଲା ସୁଦ୍ଧା ସବୁ ସରଞ୍ଜାମ ସ୍ଥାପନ କରିବାକୁ ନିଷ୍ପତ୍ତି କରାଯାଇଛି।

“ନୂଆ ଭାରିଆଣ୍ଟ ନ ଆସିଲେ ଦେଶରେ ସଂକ୍ରମଣ ଆଶଙ୍କ କମ ରହିବ । ଯଦିଓ ସେପ୍ଟେମ୍ବର ଓ ଅକ୍ଟୋବରରେ ସଂକ୍ରମଣ ପୁଣି ବଢ଼ିବ ଓ ତଥାପି ତୃତୀୟ ଲହର ନିଶ୍ଟିତ ଆସିବ । ହେଲେ ଏହି ଲହର ଦ୍ବିତୀୟ ଲହରଠାରୁ କମ ରହିପାରେ । ଡେଲଟା, ଡେଲଟା ପ୍ଲସ ଭଳି ନୂଆ କୌଣସି ଭାରିଆଣ୍ଟ ନ ଆସିଲେ ସଂକ୍ରମଣ ଦ୍ବିତୀୟ ଲହର ଭଳି ହେବ । କେବଳ ସେତିକି ନୁହଁ ପାର୍ବଣ ଋତୁ ପୁଣି ଥରେ ସୁପର ସ୍ପେଡ଼ର ଇଭେଣ୍ଟ ହେବା ଆଶଙ୍କ ରହିଛି । ଏଭଳି ପରିସ୍ଥିତିର ସରକାର କଟକଣା ସମ୍ପୂର୍ଣ୍ଣ କୋହଳ କରିବା ଅନୁଚିତ,” କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର।

କରୋନାର ତୃତୀୟ ଲହରକୁ ନଜରରେ ରଖି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ନୀତି ଆୟୋଗ ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ । କୋଭିଡ଼ ମୁକାବିଲା ଓ ଏହାର ପ୍ରସ୍ତୁତ ବାବଦରେ ଅବଗତ ହେବା ପାଇଁ ଏହି ବୈଠକ କରାଯାଇଛି । ଏପଟେ କୋଭିଡ଼ର ତୃତୀୟ ଲହରକୁ ନେଇ ବିଭିନ୍ନ ବିଶେଷଜ୍ଞଙ୍କ ବିଭିନ୍ନ ମତ ରହିଛି ।

“୧୮ ବର୍ଷରୁ କମ ପିଲାଙ୍କ ପାଇଁ ଟିକାକାରଣ ହୋଇନଥିବାରୁ ସଂକ୍ରମଣ ସଂଖ୍ୟ ୧୩ ପ୍ରତିଶତ ରହୁଛି । ତୃତୀୟ ସଂକ୍ରମଣ ବେଳେ ମାତ୍ରା ୫ ପ୍ରତିଶତ ଶିଶୁ ଗୁରୁତର ହେବେ ବୋଲି ଆକଳନ କରାଯାଉଛି । ଟିକା ନେବା ପରେ ବି ଲୋକମାନେ ସଂକ୍ରମିତ ହେବେ କିନ୍ତୁ ଗୁରୁତର ହେବାର ସମ୍ଭାବନା କମ ରହିବ । ତଥାପି ଶିଶୁମାନଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗ ଫୋକସ୍ ରଖିଛି,” କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ଓଡ଼ିଶାରେ କରୋନା ଦ୍ବିତୀୟ ଲହର ସଂକ୍ରମଣ ଶେଷ ଷ୍ଟେଜରେ ଥିବା ବେଳେ ଭୁବନେଶ୍ୱରରେ ସଂକ୍ରମଣ ଯଥେଷ୍ଟ କିମିଥିବା ସ୍ବାସ୍ଥ୍ୟ ବିଭାଗ କହିଛି । ହେଲେ ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ଥିବା ବେଳେ ପାର୍ବଣ ଋତୁରେ ପୁଣି କଟକଣା କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ନୂଆ ଭାରିଆଣ୍ଟ ନ ଆସିଲେ ଦେଶରେ ୧୮ରୁ ୨୦% ଲୋକେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞଙ୍କ ଦାବି ସାମାନ୍ୟ ଆଶ୍ବସ୍ତ କରିଛି ।
Published by: Soumya Das
First published: August 25, 2021, 7:41 PM IST