ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଏସସିବିରେ ଇକମୋ ସେବା ପାଇଁ ଗାଇଡ଼ ଲାଇନ ଜାରି କଲା ସ୍ବାସ୍ଥ୍ୟ ବିଭାଗ

ଏସସିବିରେ ଇକମୋ ସେବା ପାଇଁ ଗାଇଡ଼ ଲାଇନ ଜାରି କଲା ସ୍ବାସ୍ଥ୍ୟ ବିଭାଗ

ରାଜ୍ୟରେ କରୋନାରେ ଗୁରୁତର ହେଉଥିବା ରୋଗୀମାନଙ୍କ ପାଇଁ SCBରେ ଇକମୋ ଚିକିତ୍ସା ବ୍ୟବସ୍ଥା ହୋଇଛି। ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଗାଇଡ଼ ଲାଇନ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ।

ଏସସିବିରେ ଇକମୋ ସେବା ପାଇଁ ଗାଇଡ଼ ଲାଇନ ଜାରି କଲା ସ୍ବାସ୍ଥ୍ୟ ବିଭାଗ
ଇକମୋ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ଗାଇଡ଼ ଲାଇନ ଜାରି କରିଛି। (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 30, 2021, 5:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟରେ କରୋନା ସଂକ୍ରମଣ ଥମିବାରେ ନା ନେଉ ନାହିଁ। ଏହା ଭିତରେ କଟକ ଏସସିବି ବଡ଼ ମେଡିକାଲ କାଡ଼ିଓଭାସ୍କୁଲାର ବିଭାଗ ଅଧୀନରେ ଥିବା ଇକମୋ ୟୁନିଟରେ ଚିକିତ୍ସା ଲାଗି ଗାଇଡ଼ ଲାଇନ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ଇକମୋ ଚିକିତ୍ସା ପାଇଁ ରୋଗୀମାନେ ଭର୍ତ୍ତି ହେଉଛନ୍ତି। ଏହି କ୍ରମରେ ଦୁଇ ଦିନ ମଧ୍ୟରେ ଦୁଇଜଣ ରୋଗୀ ଭର୍ତ୍ତି ହୋଇ ସାରିଛନ୍ତି।

ଶନିବାର ରାତିରେ କଟକ ନିଶ୍ଚିତକୋଇଲି ବାସିନ୍ଦା ଅର୍ଣ୍ଣପୂର୍ଣ୍ଣା ନାୟକ ଭର୍ତ୍ତି ହୋଇଥିବା ବେଳେ ରବିବାର ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବଲାଙ୍ଗୀର ବାସିନ୍ଦା ଜ୍ୟୋର୍ତିମୟୀ ପଣ୍ଡାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

"ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଇକମୋ ଚିକିତ୍ସା ହେଉଛି ସ୍ବପ୍ନ । ଏହି ଚିକିତ୍ସା ପାଇଁ ବହୁତ ଟଙ୍କା ଦରକାର । ମୁଁ ବହୁତ ଖୁସି ଯେ ମୋ ଭଉଣୀକୁ ଏହି ଚିକିତ୍ସା ମାଗଣାରେ ମିଳି ପାରିଛି । ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି" କହିଛନ୍ତି ଜ୍ୟୋର୍ତିମୟୀଙ୍କ ସାନ ଭଉଣୀ ସୁଜାତା ମିଶ୍ର ।

କୋଭିଡରେ ଆକ୍ରାନ୍ତ ହୋଇ ଉଭୟ ଅନ୍ନପୂର୍ଣ୍ଣା ଓ ଜ୍ୟୋର୍ତିମୟୀଙ୍କ ଫୁସଫୁସ ଗୁରୁତର ଭାବେ ସଂକ୍ରମିତ ହୋଇଛି । ଅନ୍ନପୂର୍ଣ୍ଣା କୋଭିଡରେ ସଂକ୍ରମିତ ହୋଇ ଜୁଲାଇ ୧୪ ତାରିଖରୁ ଏସସିବିରେ ଚିକିତ୍ସିତ ହେଉ ଆସୁଥିବା ବେଳେ  ଜ୍ୟୋତ୍ରିମୟୀ ପ୍ରଥମେ ଭୁବନେଶ୍ୱର ଓ ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଉଭୟ ଅନ୍ନପୂର୍ଣ୍ଣା ଓ ଜ୍ୟୋର୍ତିମୟୀଙ୍କ ସମସ୍ତ ଅଙ୍ଗ ସଠିକ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଉଭୟଙ୍କ ଅବସ୍ଥା ଗୁରୁତର ରହିଛି । ଇକମୋ ୟୁନିଟର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ଅଧୀନରେ ଏଥିପାଇଁ ତାଲିମ ନେଇଥିବା ଡାକ୍ତରୀ ଟିମ ଉଭୟଙ୍କ ଚିକିତ୍ସା ଜାରି ରଖିଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ମଧ୍ୟ ରଖିଛନ୍ତି ।

ଇକମୋ ମେସିନ ଉପଲବ୍ଧ ଥିବା ଦେଶର ସବୁ ହସ୍ପିଟାଲରେ ପ୍ରତି ରୋଗୀ ପିଛା ଅତି କମରେ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଏସସିବିରେ ତାହା ବିନା ମୂଲ୍ୟରେ ଉପଲବ୍ଧ ରହିଛି । ଏଥିପାଇଁ ଖର୍ଚ୍ଚ ହେଉଥିବା ସମସ୍ତ ଅର୍ଥ ରାଜ୍ୟ ସରକାର ବହନ କରୁଛନ୍ତି । ତେବେ ଏସସିବିରେ ବିନା ମୂଲ୍ୟରେ ଇକମୋ ସେବା ଉପଲବ୍ଧ ହେବା କାରଣରୁ ବହୁ ସଂଖ୍ୟାରେ ବିଶେଷ କରି ରାଜ୍ୟ ବାହାର ରୋଗୀ ଏସସବିକୁ ଆସିବା ନେଇ ପୂର୍ବାନୁମାନ କରିଛି ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ବିଭାଗ ଏକ ସ୍ବତନ୍ତ୍ର ଗାଇଡ ଲାଇନ ଜାରି କରିଛି ।

"ଏସସବିରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଇଁ ଏସସିବିର ନିଜସ୍ବ କମିଟି, ଏସସିବି ବାହାର ରୋଗୀମାନଙ୍କ ପାଇଁ ଡି.ଏମ.ଇ.ଟି ଓ ରାଜ୍ୟ ବହାରର ରୋଗୀଙ୍କ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ" କହିଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।
Published by: Soumya Das
First published: August 30, 2021, 5:14 PM IST