ରାଜ୍ୟର କୋଭିଡ ଖର୍ଚ୍ଚର ସରକାରୀ ଗଣିତକୁ ନେଇ ଚର୍ଚ୍ଚା ଜୋର ଧରିଲା

ବିଭିନ୍ନ ଘରୋଇ ହସ୍ପିଟାଲରେ କୋଭିଡ ଚିକିତ୍ସା ପାଇଁ ସରକାର ଧାର୍ଯ୍ୟ କରିଥିବା ଧନ ରାଶି ଓ ଏହି ନିଷ୍ପତ୍ତିକୁ ଚିକିତ୍ସକମାନେ ସ୍ୱାଗତ କରିଛନ୍ତି, ହେଲେ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ।

ରାଜ୍ୟର କୋଭିଡ ଖର୍ଚ୍ଚର ସରକାରୀ ଗଣିତକୁ ନେଇ ଚର୍ଚ୍ଚା ଜୋର ଧରିଲା
ଭୁବନେଶ୍ୱରରେ ଏକ କୋଭିଡ୍ ହସପିଟାଲ୍
  • News18 Odia
  • Last Updated: August 20, 2020, 3:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଘରୋଇ ହସ୍ପିଟାଲ ଦ୍ୱାରା ପରିଚାଳିତ କୋଭିଡ଼ ହେଲଥ ସେଣ୍ଟର, କୋଭିଡ଼ ହସ୍ପିଟାଲ ତଥା କୋଭିଡ଼ କେୟାର ସେଣ୍ଟରରେ ଜଣେ କୋଭିଡ ରୋଗୀ ପାଇଁ ଦୈନିକ ସର୍ବୋଚ୍ଚ ଖର୍ଚ୍ଚର ସୀମା କେତେ ରହିବ ସେ ନେଇ ସରକାରଙ୍କ ସ୍ପଷ୍ଟୀକରଣ ପରେ ବିତର୍କ ଆରମ୍ଭ ହୋଇଛି । ସରକାରଙ୍କ ନିଷ୍ପତ୍ତିକୁ ଚିକିତ୍ସକମାନେ ସ୍ୱାଗତ କରିବା ସହିତ ଏହା କୋଭିଡ଼ ମୁକାବିଲାକୁ ତ୍ଵରାନ୍ବିତ କରିବ ବୋଲି ମତ ରଖିଛନ୍ତି । ଅନ୍ୟପକ୍ଷରେ ଏଭଳି ନିଷ୍ପତ୍ତି ବହୁ ଆଗରୁ ନେବାର ଥିଲା ଓ ତୃଣମୂଳସ୍ତରରେ ଏହାର ପ୍ରକୃତ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ।

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ବିଭିନ୍ନ ଘରୋଇ ହସ୍ପିଟାଲରେ ପରିଚାଳିତ କୋଭିଡ଼ ହେଲଥ ସେଣ୍ଟର, କୋଭିଡ଼ ହସ୍ପିଟାଲ ତଥା କୋଭିଡ କେୟ।ର ସେଣ୍ଟର ପାଇଁ ଦୈନିକ ଖର୍ଚ୍ଚର ପରିସୀମା ଧାର୍ଯ୍ୟ କରାଯାଇଛି । ସୂଚନା ଅନୁସାରେ କୋଭିଡ ହେଲଥ ସେଣ୍ଟର ବା କୋଭିଡ ହସ୍ପିଟାଲରେ ସାଧାରଣ ବେଡ଼ରେ ଚକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ସର୍ବାଧିକ ଦୈନିକ ୧୨୦୦ ରୁ ୧୫୦୦ ଟଙ୍କା ଖର୍ଚ୍ଚ ହେବ । ସେହିପରି କୋଭିଡ଼ ହସ୍ପିଟାଲରେ ଆଇସିୟୁ ପାଇଁ ଖର୍ଚ୍ଚର ପରିଧି ରହିବ ୨୦୦୦ ରୁ ୫୦୦୦ ଟଙ୍କା ଓ ଆଇସିୟୁ ଭେଣ୍ଟିଲେଟର ପାଇଁ ମଧ୍ୟ ୨୦୦୦ ରୁ ୫୦୦୦ ଖର୍ଚ୍ଚର ପରିଧି ଧାର୍ଯ୍ୟ ହୋଇଛି । ସେହିପରି କୋଭିଡ଼ କେୟାର ସେଣ୍ଟରରେ ଦୈନିକ ଖର୍ଚ୍ଚର ସୀମା ୧୦୦୦ ରହିଛି । ତେବେ ଆନୁସଙ୍ଗିଜ ଖର୍ଚ୍ଚକୁ ମିଶାଇ ସାଧାରଣ ବେଡ଼ରେ କୋଭିଡ଼ ଚିକିତ୍ସା ପାଇଁ ସର୍ବାଧିକ ୪,୭୫୦ ଟଙ୍କା, ଆଇସିୟୁ ପାଇଁ ସର୍ବାଧିକ ୧୭୦୦୦ ଟଙ୍କା, ଭେଣ୍ଟିଲେଟର ସହିତ ଆଇସିୟୁ ପାଇଁ ସର୍ବାଧିକ ୧୮୦୦୦ ଟଙ୍କା ତଥା ଓ କୋଭିଡ଼ କେୟାର ସେଣ୍ଟରରେ ଦୈନିକ ସର୍ବାଧିକ ୨୦୦୦ ଟଙ୍କା ଖର୍ଚ୍ଚ କରିହେବ । ସରକାରଙ୍କ ଏହି ଘୋଷଣାକୁ ନେଇ ଉଠିଛି ମିଶ୍ର ପ୍ରତିକ୍ରିୟା।

ସରକାରଙ୍କ ନିଷ୍ପତ୍ତି ଗ୍ରହଣୀୟ ହୋଇଥିଲେ ବି ଏହାର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମାଜିକ କର୍ମୀ ।
"ଅନେକ ସରକାରୀ ଯୋଜନାର ସୁଫଳ ତଳ ସ୍ତରରେ ପହଞ୍ଚି ପାରୁନାହିଁ। ତେଣୁ ଏହାର ଉପଲବ୍ଧିକୁ ନେଇ ପ୍ରଶ୍ନ ଉଠୁଛି । କାରଣ ଅତୀତରେ ଏମିତି ଅନେକ ସରକାରୀ ଯୋଜନାରେ ଅଛି ଅନେକ ଉଦାହରଣ । ସରକାର ଭଲ ଉଦ୍ୟମ କରୁଛନ୍ତି । କୋଟି କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ହେଲେ ଲୋକେ ସୁବିଧାରୁ ବଞ୍ଚିତ । ତେଣୁ ଏକ୍ଷେତ୍ରରେ ସରକାର ମନିଟରିଂ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ଦରକାର," କହିଛନ୍ତି ସାମାଜିକକର୍ମୀ ଅଶୋକ ପାଲଟା ସିଂ ।

କଟକର ଅଶ୍ବିନୀ ହସପିଟାଲ୍ ପରିସରରେ ସ୍ଥାପିତ ସ୍ବତନ୍ତ୍ର କୋଭିଡ଼-୧୯ ହସ୍ସପିଟାଲ


ସେହିପରି ଏଭକି ଘୋଷଣାକୁ ନା ପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ।
"ରାଜ୍ୟ ସରକାର ବହୁ ଆଗରୁ ଏଭଳି ନିଷ୍ପତ୍ତି ନେବାର ଥିଲା। କାରଣ ଏହାଦ୍ବାରା ଅନେକ ଲୋକ ଉପକୃତ ହୋଇ ପାରିଥାନ୍ତେ । ତେବେ ବିଳମ୍ବିତ ହେଲେ ବି ଏହା ସ୍ୱାଗତଯୋଗ୍ୟ,'' କହିଛନ୍ତି ବୁଦ୍ଧିଜୀବୀ ଜାନକୀଶ ବଡ଼ପଣ୍ଡା ।

"ତେବେ ଏହା ସମୟପଯୋଗୀ ଉଦ୍ୟମ ଓ ଏହାଦ୍ୱାରା କୋଭିଡ ଲଢେଇରେ ଆମକୁ ଅଧିକ ସଫଳତା ମିଳିବ । ଏହା ଦ୍ଵାରା ଡାକ୍ତର, ନର୍ସ ଭଳି ଆଗଧାଡ଼ିର କୋଭିଡ ଯୋଧ୍ୟା ମାନେ ଅଧିକ ଉତ୍ସାହିତ ହେବେ। ଉନ୍ନତମାନର ପିପିଇ କୀଟ ଓ ଅନ୍ୟ ଆନୁସଙ୍ଗିକ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ବଢିବ । ତେଣୁ ଏହା ସଂୟୋପଯୋଗୀ," କହିଛନ୍ତି ବରିଷ୍ଠ ଡାକ୍ତର ଶୋଭନ ରଥ।

"ଏହା ଏକ ଭଲ ଉଦ୍ୟମ । ଏହାଦ୍ୱାରା କୋଭିଡ଼ ଖର୍ଚ୍ଚରେ ଆଉ ହେରଫେର ହୋଇପାରିବ ନାହିଁ," କହିଛନ୍ତି ଡାକ୍ତର ମଧୁସୂଦନ ମିଶ୍ରଙ୍କ ।

ଅନେକଙ୍କ ମତରେ ରାଜ୍ୟ ସରକାରଙ୍କ ଏହା ଏକ ସମୟପଯୋଗୀ ଘୋଷଣା । କିନ୍ତୁ ଏଥିପାଇଁ ସରକାର ଗଢ଼ିଥିବା ମନିଟରିଂ ଟିମ ବିଶେଷ ଯତ୍ନବାନ ହେବା ଉଚିତ। ଏହାଦ୍ୱାରା ରାଜ୍ୟରେ ଥିବା ୩୫ଟି କୋଭିଡ଼ ହସ୍ପିଟାଲ ଓ ୧୭୮ଟି କୋଭିଡ଼ କେୟ।ର ଜରିଆରେ ଲୋକେ ଉପକୃତ ହେବେ ।
Published by: Jagdish Barik
First published: August 20, 2020, 3:46 PM IST
corona virus btn
corona virus btn
Loading