ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ବଦଳୁଛି କରୋନା ଲକ୍ଷଣ; ତୃତୀୟ ଲହର ଆସିବା ନେଇ କରାଯାଉଛି ଆଶଙ୍କା

ବଦଳୁଛି କରୋନା ଲକ୍ଷଣ; ତୃତୀୟ ଲହର ଆସିବା ନେଇ କରାଯାଉଛି ଆଶଙ୍କା

ବଦଳୁଛି କରୋନା ଲକ୍ଷଣ। ଏହାକୁ ତୄତୀୟ ଲହରର ବୋଲି କୁହାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ରୋଗୀଙ୍କୁ ନେଇ ଗବେଷଣା କରିବା ପରେ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ।

ବଦଳୁଛି କରୋନା ଲକ୍ଷଣ; ତୃତୀୟ ଲହର ଆସିବା ନେଇ କରାଯାଉଛି ଆଶଙ୍କା
ତୃତୀୟ ଲହରରେ ବଦଳୁଛି କରୋନା ଲକ୍ଷଣ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 14, 2021, 4:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବଦଳୁଛି କରୋନା ଲକ୍ଷଣ। ଏହାକୁ ତୄତୀୟ ଲହରର ବୋଲି କୁହାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ରୋଗୀଙ୍କୁ ନେଇ ଗବେଷଣା କରିବା ପରେ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ।

ଆଶଙ୍କା କରାଯାଉଥିବା ତୃତୀୟ ଲହରରେ ଲୋକଙ୍କୁ ପୂର୍ବ ଅପେକ୍ଷା ଜ୍ୱର କମ ହେଉଛି ଏବଂ ଥକାପଣ ବି ଯଥେଷ୍ଟ କମ ରହୁଛି । ପ୍ରଥମ ଓ ଦ୍ୱିତୀୟ ଲହରଠାରୁ ଏ ଲକ୍ଷଣ ଟିକେ ଅଲଗା ରହୁଛି । ଶ୍ୱାସଜନିତ ସମସ୍ୟା ବି ପୂର୍ବ ଅପେକ୍ଷା ହ୍ରାସ ପାଇଛି । ସବୁଠୁ ଆଶ୍ବସ୍ଥି କର କଥା ହେଉଛି ତୃତୀୟ ଲହରରେ ରୋଗୀ ଗୁରୁତର ହେବାର ଆଶଙ୍କା କମ ରହୁଛି। କିନ୍ତୁ ଏ ସମ୍ପର୍କରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏବଂ ବିଶେଷଜ୍ଞ ନିରଜ।ମିଶ୍ର ଲକ୍ଷଣ ବଦଳି ଥିବା କହିଛନ୍ତି।

ଭାରତରେ କରୋନାର ତୃତୀୟ ଲହର ଆସିଥିବା ନେଇ ଚର୍ଚ୍ଚା ହେଉଛି। ଚିକିତ୍ସା ହେଉଥିବା ରୋଗୀଙ୍କ ତଥ୍ୟ ନେଇ କରୋନାର ନୂଆ ଲକ୍ଷଣ ସଂପର୍କରେ ଦେଶବାସୀଙ୍କୁ ସତର୍କ କରାଯାଉଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ତୁଳନାରେ ତୃତୀୟ ଲହର ଲକ୍ଷଣରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏହାଅଧିକ ଘାତକ ହେବା ବଦଳରେ ରୋଗୀଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି," ବର୍ତ୍ତମାନ ଦେଖାଦେଉଥିବା ଲକ୍ଷଣରେ ସିଭିୟରିଟି ନାହିଁ। ରାଜ୍ୟରେ ଦୈନିକ ୬୦ ରୁ୭୦ ହଜାର ଟେଷ୍ଟ କରାଯାଉଛି। ଯଦି ଲକ୍ଷଣ ଦେଖାଯାଉଛି ତେବେ ସେମାନେ ସ୍ବତ ପ୍ରବୃତ୍ତି ହୋଇକି ଟେଷ୍ଟ ପାଇଁ ଆଗେଇ ଆସନ୍ତୁ। ସମସ୍ତ ଜିଲ୍ଲାରେ ବ୍ୟବସ୍ଥା ରହିଛି। ନିଜକୁ ସଙ୍କୋଚ ନକରି ଆଗକୁ ଆସି ଟେଷ୍ଟ କରନ୍ତୁ। ଯାହା ଆଗକୁ ଆମ ପାଇଁ ଭଲ ରହିବ। ଯେଉଁଭଳି ଭାବରେ ପ୍ରଥମ ଓ ଦ୍ଵିତୀୟରେ ଲକ୍ଷଣ ସିଭିୟର ହୋଇଥିଲା ତାହା ଏବେ ନାହିଁ"।

କରୋନା ଲକ୍ଷଣରେ ପରିବର୍ତ୍ତନକୁ ନେଇ ଡ଼ଃ ନିରଜ ମିଶ୍ର କହିଛନ୍ତି, "କରୋନାର ଏବେ ଲକ୍ଷଣ ପରିବର୍ତ୍ତନ ହେଉଥିବାର ଦେଖାଯାଉଛି। କରୋନା ଯେଉଁ ଲକ୍ଷଣ ପରିବର୍ତ୍ତନ କରୁଛି ତାହା ବିପଦ ସୃଷ୍ଟି କରିବା ସମ୍ଭାବନା ନାହିଁ। ଯେପରିକି ତଣ୍ଟି ବଥା, ଅଧିକ ଜ୍ୱର, ଖାସ, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଦେଖାଦେବା ଭଳି ଲକ୍ଷଣ ରହୁଛି। ଏହା ଦ୍ୱାରା ସଂକ୍ରମଣ ବଢିବା ସମ୍ଭାବନା ନାହିଁ। ପାର୍ବଣ ଋତୁ ପରେ ସଂକ୍ରମଣ ବଢିବ ବୋଲି କୁହାଯାଉଥିଲା। କିନ୍ତୁ ତାହା ଦେଖାଗଲା ନାହିଁ"।

ବୁସ୍ଟର ଡୋଜକୁ ନିରଜ ମିଶ୍ର କହିଛନ୍ତି," ବୁସ୍ଟର ଡୋଜର ଆବ୍ୟଶକ ତା ରହିଛି। ସାରା ପୃଥିବୀରେ ୬ ମାସ ବେଳକୁ ୫୦ ପ୍ରତିସତ ଇମ୍ୟୁନୀଟିକୁ ଖସି ଆସୁଛି। ବିଭିନ୍ନ ଦେଶ ଏନେଇ ବୁସ୍ଟର ଡୋଜର ବ୍ୟବହାର କଲେଣି। ସ୍ୱାସ୍ଥ କର୍ମୀ, ବୟସ୍କ ଲୋକ, ଯେଉଁ ମାନଙ୍କର କୋମରବିଟ କଣ୍ଡିସନ ମାନଙ୍କୁ ବୁସ୍ଟର ଆବଶ୍ୟକତା ପଡିବ। ୨୦୨୨ ପହିଲାରେ ବୁସ୍ଟର ଡୋଜ ପାଇଁ ସରକାର ପରମିଶନ ଦେଇପରନ୍ତି। ଏବେ ଆମ ପାଖରେ ଅନେକ ଲୋକ ଅଛୁନ୍ତି ଯାହା ଟୀକା ନେଇନାହାନ୍ତି ବା ନେଉନାହାନ୍ତି ସେମାନେ ଟିକା ନେବା ଦରକାର"।

ପ୍ରଥମ ଓ ଦ୍ୱିତୀୟ ଲହରରେ ରୋଗୀଙ୍କଠାରେ ସ୍ୱାଦ ଓ ବାସ୍ନା ସଂପୂର୍ଣ୍ଣ ଚାଲି ଯାଉଥିବା ବେଳେ ତୃତୀୟ ଲହରରେ ୭-୮ ଦିନ ପରେ ଆଂଶିକ ଭାବେ ଏହା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି।

ସେହିଭଳି ରୋଗୀଙ୍କ ନିକଟରେ ଥଣ୍ଡା ଓ କାଶ ଭଳି ଲକ୍ଷଣରେ ମଧ୍ୟ ଫରକ ଦେଖିବାକୁ ମିଳୁଛି । ପୂର୍ବରୁ ଶୁଖିଲା କାଶ ହେଉଥିଲା 9 ଥଣ୍ଡା ଧରୁନଥିଲା । ତୃତୀୟ ଲହରରେ କାଶରେ କଫ ପଡ଼ୁଛି ଓ ରୋଗୀ ଥଣ୍ଡାରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି।ପୂର୍ବରୁ ମଧ୍ୟମରୁ ଉଚ୍ଚ ତାପାମାତ୍ରାରେ ଜ୍ୱର ଆସୁଥିବା ବେଳେ ଏବେ ହାଲୁକା ଜ୍ୱର ହେଉଛି। ବଡ଼କଥା ହେଉଛି ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଦୁର୍ବଳ ଓ ଥକାପଣ ସମସ୍ୟା ଗୁରୁତର ହେଉଥିବା ବେଳେ ଏବେ ଏହା ସାମାନ୍ୟ ରହୁଛି ।

ପ୍ରଥମ ଓ ଦ୍ୱିତୀୟ ଲହରରେ ୧୦ରୁ ୧୫ ପ୍ରତିଶତ ରୋଗୀ ଶ୍ୱାସକ୍ରିୟା ସମସ୍ୟାର ସାମନା କରୁଥିବା ବେଳେ ଏବେ ଏହାର ସଂଖ୍ୟା ୧ ପ୍ରତିଶତରୁ କମ୍। ଟିକାକରଣର ପ୍ରଭାବ ତୃତୀୟ ଲହର ବେଳେ ଅନୁଭୂତ  ହେଉଥିବା ଦେଖିବାକୁ ମିଳୁଛି, ପୂର୍ବରୁ ୧୦ ପ୍ରତିଶତ ରୋଗୀ ଡାକ୍ତରଖାନାରେ ଭର୍ତି ହେଉଥବବା ବେଳେ ଏବେ ଏହି ସଂଖ୍ୟା ୧ ପ୍ରତିଶତରୁ କମ୍ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର।

ଦେଶରେ ଏବେ କରୋନା ସଂକ୍ରମଣର ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ଦୁଇଟି ଡୋଜ୍ ନେଉଥିବା ଲୋକ ଗୁରୁତର ହେଉନାହାନ୍ତି । ଯେହେତୁ ଶୀତଦିନରେ ଥଣ୍ଡା ଓ କାଶ ଏକ ସାଧାରଣ ସମସ୍ୟା, ତଥାପି ଏହାକୁ ସାଧାରଣ ଥଣ୍ଡାକାଶ ବୋଲି ନଭାବି କରୋନା ପରୀକ୍ଷା କରାଇନେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଓଡ଼ିଶାରେ ଏବେ ପ୍ଲାଟୋ ଷ୍ଟେଜରେ ରହିଛି।
Published by: Soumya Das
First published: November 14, 2021, 4:21 PM IST