ଦେଶରେ କରୋନା ଗ୍ରାଫ୍ ତଳ ମୁହାଁ; ୧୪ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧ ୯ ରେ ୧୩ ହଜାର ୨୭୨ ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୩୦ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୪.୨୧ ପ୍ରତିଶତ ରହିଛି ।

ଦେଶରେ କରୋନା ଗ୍ରାଫ୍ ତଳ ମୁହାଁ

ଦେଶରେ କରୋନା ଗ୍ରାଫ୍ ତଳ ମୁହାଁ

  • Share this:
News 18 Odia Digital

ନୂଆଦିଲ୍ଲୀ : ଦେଶରେ କରୋନା ଗ୍ରାଫ୍ ତଳ ମୁହାଁ । ପ୍ରତିଦିନ ଦୈନିକ ମାମଲା ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୨୭୨ ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି ଓ  ୧୩ ହଜାର ୯୦୦ ରୋଗୀ ଏହି ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥି ସହିତ, ନୂତନ ମାମଲାକୁ ମିଶାଇ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୦୧ ହଜାର ୧୬୬ କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଦୈନିକ ସଂକ୍ରମଣ ହାର ୪.୨୧ ପ୍ରତିଶତ ରହିଥିବାବେଳେ ସାପ୍ତାହିକ ହାର ୩.୮୭ ପ୍ରତିଶତ ରହିଛି ।

ଗତକାଲି ତୁଳନାରେ କରୋନାର ନୂତନ ମାମଲା ସାମାନ୍ୟ ହ୍ରାସ ଘଟିଛି। ପୂର୍ବ ଦିନରେ, ଏହି ସଂଖ୍ୟା ୧୫ ହଜାରରେ ଥିଲାବେଳେ, ଯାହା ଆଜି ୧୩ ହଜାରରେ ସୀମିତ ରହିଛି । ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -୧ ୯ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟାରେ 664 ହ୍ରାସ ପାଇଛି । ଏହି ମହାମାରୀରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୪,୩୬,୯୯,୪୩କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ଏଥି ସହିତ, ଦେଶବ୍ୟାପୀ ଆଣ୍ଟି-କୋଭିଡ-୧ ୯ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୦୯.୪୦ କୋଟି ଡୋଜ ଟୀକା ଦିଆସରିଲାଣି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ୫ ଜଣଙ୍କର ରୋଗୀଙ୍କ ମୃତ୍ୟୁ ହେଇଥିବା ବେଳେ, ଛତିଶଗଡ, ଦିଲ୍ଲୀ ଓ କର୍ଣ୍ଣାଟକରେ ତିନି ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ସେହିପରି ବିହାର, ପଞ୍ଜାବ ଏବଂ ରାଜସ୍ଥାନରେ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡିଶା, ଉତ୍ତରାଖଣ୍ତ ଏବଂ ଉତ୍ତରପ୍ରଦେଶରେ ଗୋଟ ଲେଖା ରୋଗୀଙ୍କର ମୃତ୍ୟୁ ହୋଇଛି।
Published by:Sujit Swain
First published: