ରାଜ୍ୟର କୋଭିଡ଼ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ମନ୍ତ୍ରୀ; ଅଞ୍ଚଳଭିତ୍ତିକ ରଣକୌଶଳ ଅବଲମ୍ବନ ପାଇଁ ଦେଲେ ପରାମର୍ଶ

କୋଭିଡ଼ ସ୍ଥିତି ମୁକାବିଲା ପାଇଁ ରାଜ୍ୟରେ ୫୦ ଲକ୍ଷରୁ ଅଧିକ ପଞ୍ଚାୟତିରାଜ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ ଓ କୋଭିଡ଼ କମିଟି ସଦସ୍ୟଙ୍କ ପରି ଅନେକ ବ୍ୟକ୍ତିଙ୍କୁ ତାଲିମ ଦିଆଯାଇଛି । ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ପାଇଁ ଅଞ୍ଚଳଭିତ୍ତିକ ରଣକୌଶଳ ଅବଲମ୍ବନ ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ।

ରାଜ୍ୟର କୋଭିଡ଼ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ମନ୍ତ୍ରୀ; ଅଞ୍ଚଳଭିତ୍ତିକ ରଣକୌଶଳ ଅବଲମ୍ବନ ପାଇଁ ଦେଲେ ପରାମର୍ଶ
ବୈଠକ ସମୟରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସଚିବ ଭି.କେ. ପାଣ୍ଡିଆନ୍
  • News18 Odia
  • Last Updated: August 19, 2020, 7:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ବର: ରାଜ୍ୟରେ କୋଭିଡ଼ ସ୍ଥିତି ଗମ୍ଭୀର ଥିବା ବେଳେ ଏବେ ୪ଟି ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଉଛି । ପୂର୍ବରୁ ଗଞ୍ଜାମ ସହିତ ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ଯାଜପୁରରେ ସଂକ୍ରମଣ ହାର ଅଧିକ ଥିବା ବେଳେ ଏବେ ଏହି ତାଲିକାରେ ରାୟଗଡ଼ା ଯୋଡି ହୋଇଛି । ଗଞ୍ଜାମ ଜିଲ୍ଲା ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ବେଳେ ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ାରେ ସ୍ଥିତି ଗମ୍ଭୀର ଥିବାରୁ ଏହି ସ୍ଥାନରେ ଅଞ୍ଚଳଭିତ୍ତିକ ରଣକୌଶଳ ଅବଲମ୍ବନ କରିବାପାଇଁ ମୁଖ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡ଼ ସ୍ଥିତିର ସମୀକ୍ଷା କରି ମୁଖ୍ୟ ମନ୍ତ୍ରୀ ଏହି ପରାମର୍ଶ ଦେବା ସହ ଆସନ୍ତା ସପ୍ତାହ ମଧ୍ୟରେ ଏହିସବୁ ଜିଲ୍ଲାରେ ପଜିଟିଭିଟି ହାର ହ୍ରାସ କରିବା ଦିଗରେ ସହାୟକ ହେବ ବୋଲି କୁହାଯାଉଛି ।

ଏହା ସହିତ ସପ୍ତାହ ମଧ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇଛି । ଦୈନିକ ୫୦ ହଜାର ଟେଷ୍ଟ ହେଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ଏକ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୫ଟି ପ୍ଲାଜ୍ମା ଥେରାପି ୟୁନିଟ ସ୍ଥାପିତ ହେବା ସହ କୋଭିଡ଼ ରୋଗର ଚିକିତ୍ସା କ୍ଷେତ୍ରରେ ଏହା ଏକ ଉପାଦେୟ ପଦ୍ଧତି ଭାବରେ ପ୍ରମାଣିତ ହୋଇଛି । ଏହି କ୍ରମରେ କୋରାପୁଟ ମେଡ଼ିକାଲ କଲେଜରେ ଆଉ ଏକ ପ୍ଲାଜ୍ମା ବ୍ୟାଙ୍କ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ଖୁବ ଶୀଘ୍ର ସୁଦ୍ଧା ସ୍ଥାପନ କରାଯିବ ବୋଲି ଜଣାଯାଇଛି ।

କୋଭିଡ଼ ସ୍ଥିତି ମୁକାବିଲା ପାଇଁ ରାଜ୍ୟରେ ୫୦ ଲକ୍ଷରୁ ଅଧିକ ପଞ୍ଚାୟତିରାଜ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ, କୋଭିଡ଼ କମିଟି ସଦସ୍ୟଙ୍କ ପରି ଅନେକ ବ୍ୟକ୍ତି ମାନଙ୍କୁ ତାଲିମ ଦିଆଯାଇଛି । ତେବେ ରାଜ୍ୟରେ ଲକ୍ଷଣ ହୀନ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଗୃହ ସଙ୍ଗରୋଧକୁ ଉତ୍ସାହିତ କରିବା ସହ ଏଥିପାଇଁ ସ୍ବତନ୍ତ୍ର ପ୍ରଚାର ଅଭିଯାନ ସହିତ ପଞ୍ଚାୟତିରାଜ ପ୍ରତିନିଧି ଓ କୋଭିଡ଼ କେୟାର କମିଟି ଗୁଡ଼ିକର ସହାୟତା ନେବା ପାଇଁ ମୁଖ୍ୟ ମନ୍ତ୍ରୀ କହିଛନ୍ତି । ଲୋକଙ୍କ ମନରେ ଗୃହ ସଂଗରୋଧ ସଂପର୍କରେ ଯଦି କୌଣସି ସନ୍ଦେହ ଥାଏ, ତାକୁ ଦୂର କରିବା ଦିଗରେ ଏହା ସହାୟକ ହେବ । ଏ କ୍ଷେତ୍ରରେ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ସ୍ବତନ୍ତ୍ର ଗୁରୁତ୍ବ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି ।

ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ । ରାଜ୍ୟରେ କୋଭିଡ଼ ମୃତ୍ୟୁ ହାର କମ୍‌ ରହିଛି । ଏହାକୁ ଆହୁରି କମ୍‌ କରିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରହିବା ଆବଶ୍ୟକ। ବିଭିନ୍ନ କର୍ପୋରେଟ୍‌ କ୍ଷେତ୍ର ଓ ଅନ୍ୟାନ୍ୟ ସଂସ୍ଥା ଦ୍ବାରା ସ୍ଥାପନ କରାଯାଉଥିବା କୋଭିଡ଼ କେଆର ସେଣ୍ଟରକୁ ଆହୁରି ଅଧିକ ସଂଖ୍ୟାରେ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।ପ୍ଲାଜମାଦାତା ମାନଙ୍କର ମହାନ କାର୍ଯ୍ୟକୁ ସ୍ବୀକୃତି ଦେଇ ସେମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ ସହ ପ୍ଲାଜମା ସଂଗ୍ରହ ଓ ପ୍ରୟୋଗ ପ୍ରଣାଳୀରେ ଆହୁରି ଉନ୍ନତି ଆଣିବା ଉପରେ ଗୁରୁତ୍ବ ଆରୋପ ମୁଖ୍ୟ ମନ୍ତ୍ରୀ କରିଛନ୍ତି । କୋଭିଡ଼ ହସ୍‌ପିଟାଲରେ କାମ କରୁଥିବା କୋଭିଡ଼ ଯୋଦ୍ଧା ଓ ରୋଗୀ ମାନଙ୍କ ସହିତ ସିଧାସଳଖ ଫୋନ୍‌ ଯୋଗେ ଆଲୋଚନା କରି ସେମାନଙ୍କ ଠାରୁ ମତାମତ ସଂଗ୍ରହ କରିବାକୁ ମୁଖ୍ୟ ମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

''ରାଜ୍ୟରେ କୋଭିଡ଼ ମୃତ୍ୟୁ ହାର କମ୍‌ କରିବା ପାଇଁ ଡିଏମଇଟିଙ୍କ ଦ୍ବାରା ୭ଟି ମେଡିକାଲ କଲେଜର ପ୍ରଫେସର ମାନଙ୍କୁ ନେଇ ମଲ୍ଟି ଡିସିପ୍ଲିନାରୀ ଟେକ୍ନିକାଲ ଟିମ ଗଠନ କରାଯାଇଛି । ସେମାନେ ଏ କ୍ଷେତ୍ରରେ ଉପଯୁକ୍ତ ପରାମର୍ଶ ଦେଇ କୋଭିଡ଼ ଚିକିତ୍ସାକୁ ଫଳପ୍ରଦ କରିବାପାଇଁ ଉଦ୍ୟମ ଜାରି ରଖିଛନ୍ତି,'' କହିଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ସୁପ୍ରିମ କୋର୍ଟ କହିଲେ CBI ତଦନ୍ତ କରିବ; ମୁମ୍ବାଇ ପୋଲିସକୁ ସହଯୋଗ ପାଇଁ ଆଦେଶ

ଏହା ବି ପଢ଼ନ୍ତୁ | କେରଳର ୧୦୩ ବର୍ଷ ବୟସ୍କ ବ୍ୟକ୍ତି ଦେଲେ କରୋନାକୁ ମାତ୍ ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ବଡ଼ ସଫଳତା

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ମହାପାତ୍ର ରାଜ୍ୟରେ କୋଭିଡ଼ ମୁକାବିଲା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ । ବାଲେଶ୍ବର, ମୟୁରଭଞ୍ଜ ଓ ଭଦ୍ରକର କୋଭିଡ଼ ରୋଗୀମାନଙ୍କ ଚିକିତ୍ସା ପାଇଁ ବାଲେଶ୍ବରରେ ଏକ ପ୍ଲାଜମା ଷ୍ଟୋରେଜ ସ୍ଥାପନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।



କୋଭିଡ଼ ଛଡ଼ା ରାଜ୍ୟରେ ବର୍ଷାଜନିତ ପରିସ୍ଥିତି, କୃଷି କାର୍ଯ୍ୟକ୍ରମ, ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଓ ଏମଏସଏମଇ ସଂପର୍କରେ ବିଭିନ୍ନ ଅଧିକାରୀ ମାନଙ୍କ ସହିତ ମୁଖ୍ୟ ମନ୍ତ୍ରୀ ଆଲୋଚନା କରିଥିଲେ । କୃଷି କ୍ଷେତ୍ରରେ ସମସ୍ତ କାର୍ଯ୍ୟ ଯେପରି ସୂଚାରୁରୂପେ ଜାରି ରହିବ ଓ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପ୍ରତି ଗୁରୁତ୍ବ ଦେବାପାଇଁ ସେ ଅଧିକାରୀମାନଙ୍କୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମଧ୍ୟ ରାଜ୍ୟରେ ୟୁରିଆ ସାର ସ୍ଥିତି ସଂପର୍କରେ ପଚାରି ବୁଝିଥିଲେ ।
Published by: Jagdish Barik
First published: August 19, 2020, 7:47 PM IST
corona virus btn
corona virus btn
Loading