ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଟୀକାକରଣରେ ଜାତୀୟ ହାରଠୁ ଆଗରେ ରହିଛି ରାଜ୍ୟ; ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଟୀକାକରଣରେ ଜାତୀୟ ହାରଠୁ ଆଗରେ ରହିଛି ରାଜ୍ୟ; ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ରାଜ୍ୟର ଟୀକାକରଣ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ଟିକାକରଣ ତ୍ବରାନ୍ବିତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ଟୀକାକରଣରେ ଜାତୀୟ ହାରଠୁ ଆଗରେ ରହିଛି ରାଜ୍ୟ; ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଟୀକାକରଣରେ ଜାତୀୟ ହାରଠୁ ଆଗରେ ରହିଛି ରାଜ୍ୟ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 17, 2021, 7:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ଟୀକାକରଣ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଟୀକାକରଣକୁ ତ୍ୱରାନ୍ୱିତ କରିଛନ୍ତି ସରକାର। ଟିକାକରଣ ତ୍ବରାନ୍ବିତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ଯେଉଁମାନଙ୍କର ଦ୍ଵିତୀୟ ଡୋଜ ଅବଧି ହେଲାଣି ସେମାନଙ୍କ ଟୀକାକରଣ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଟୀକାକରଣ କେନ୍ଦ୍ରକୁ ଆସିବାକୁ ସମ୍ପୂର୍ଣ୍ଣ ଅସମର୍ଥ ଥିବା ବୟସ୍କ ଲୋକଙ୍କୁ ଘରେ ଟୀକାକରଣ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣ ରୋକିବାରେ  ଟିକାକରଣ ଅସ୍ତ୍ର ଭାବେ କାମ କରୁଛି। ସହରାଞ୍ଚଳରେ ଟିକାକରଣ ବ୍ୟାପକ କରାଯିବା ପରେ ଗ୍ରାମାଞ୍ଚଳକୁ ଏବେ ଗୁରୁତ୍ୱ ଦିଆଯାଇଛି। ଅଧିକ ଟିକାକରଣ କେନ୍ଦ୍ର କରି ଟିକାକରଣ ବ୍ୟାପକ କରିବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଶେଷ କରିବାକୁ ବିଭାଗ ଲକ୍ଷ ରଖିଥିବା ବେଳେ ଯେଉଁମାନେ ବାକି ରହିଛନ୍ତି ସେମାନଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର।

ନଭେମ୍ବର ୧୩ ସୁଦ୍ଧା ରାଜ୍ୟରେ ୪.୦୩ କୋଟି ଡୋଜ୍‌ କୋଭିଡ ଟିକାକରଣ ଶେଷ ହୋଇଛି। ୨ କୋଟି ୬୮ ଲକ୍ଷ ୪ ହଜାର ୭୫୫ ଜଣ ହିତାଧିକାରୀ ପ୍ରଥମ ଡୋଜ ନେଇଥିବା ବେଳେ ୧ କୋଟି ୩୪ ଲକ୍ଷ ୯୬ ହଜାର ୫୯ ଜଣ ହିତାଧିକାରୀ ଉଭୟ ଡୋଜ ନେଇଛନ୍ତି। ରାଜ୍ୟରେ କୋଭିଡ ଟିକାକରଣ ଜାତୀୟ ହାରଠୁ ଅଧିକ ଥିବା ସୂଚନା ଦିଆଯାଇଛି। ପ୍ରଥମ ଡୋଜ୍‌ ଟିକାକରଣରେ ଜାତୀୟ ହାର ୭୯.୮% ଥିବା ବେଳେ  ରାଜ୍ୟ ହାର ୮୨.୪% ରହିଛି। ସେହିପରି  ଦ୍ବିତୀୟ ଡୋଜ ଟିକାକରଣରେ ଜାତୀୟ ହାର ୩୮.୪% ଥିବା ବେଳେ ରାଜ୍ୟ ହାର ରହିଛି  ୪୧.୫% ପ୍ରତିଶତ। ନଭେମ୍ବର ସୁଦ୍ଧା ୯୦% ଲୋକଙ୍କ ପ୍ରଥମ ଡୋଜ ଟିକାକରଣ ଲକ୍ଷ୍ୟ ସହ ୨୦୨୧ ସୁଦ୍ଧା ୧୦୦% ପ୍ରଥମ ଡୋଜ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ମୁଖ୍ୟଶାସନ ସଚିବ।

ରାଜ୍ୟରେ ଟିକା ନଷ୍ଟ ହାର ମାଇନସ ୫.୩% ରହିଛି। ଯାହା ଫଳରେ ରାଜ୍ୟରେ ୨୦ ଲକ୍ଷ ଟିକା ସୁରକ୍ଷିତ ରଖାଯାଇପାରିଛି ବୋଲି କୁହାଯାଇଛି। ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି,"ବର୍ତ୍ତମାନ ଆମେ ମହମାରୀର ଏକ ପରିବର୍ତ୍ତନଶୀଳ ସ୍ଥିତିରେ ଅଛୁ। ମୁଖ୍ୟମନ୍ତ୍ରୀଙ୍କ ବସ୍ତାଵବାଦୀ ମହାମାରୀ ନିୟନ୍ତ୍ରଣ ମଡେଲର ସଠିକ କାର୍ଯ୍ୟାନ୍ଵନ ଯୋଗୁଁ କୋଭିଡ ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି। ଏଭଳି ସ୍ଥିତିରେ ଟୀକାକରଣକୁ ବ୍ୟାପକ କରି ସାମ୍ଭାବ୍ୟ ତୃତୀୟ ପାଇଁ ପୂର୍ଣ ପ୍ରସ୍ତୁତି ରହିବା ଆବଶ୍ୟକ। ତୃଣମୂଳ ସ୍ତରୀୟ ଯୋଜନା ଓ ଘରେ ଘରେ ସର୍ଭେ କରି ୧୮ ବର୍ଷରୁ ଉର୍ଧ୍ବ ବାକି ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ଟୀକାକରଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି।

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି," ରାଜ୍ୟରେ ବର୍ତ୍ତମାନ ଟୀକା କିମ୍ବା ସିରଞ୍ଜ ଅଭାବ ନାହିଁ। ଜିଲ୍ଲାମାନଙ୍କ ଚାହିଦା ଅନୁସାରେ ଯୋଗାଇ ଦିଆଯାଇଛି। ତେବେ ପ୍ରଥମ ଡୋଜ ଦେଇଥିବା ବ୍ୟକ୍ତି ସେହି ଟିକାର ଦିତୀୟ ଡୋଜ ନେବା ଉଚିତ"।
Published by: Soumya Das
First published: November 17, 2021, 7:22 PM IST