#ThisIsTata: ଅକ୍ସିଜେନ ସପ୍ଲାଏ ପାଇଁ ରତନ ଟାଟା ବଡ଼ ପଦକ୍ଷେପ ନେଲେ; ଲୋକମାନେ କରୁଛନ୍ତି ଖୁବ ପ୍ରଶଂସା

Twitter Trending Topic: କରୋନା ଭାଇରସ୍ (Coronavirus) ବିରୋଧରେ ଯୁଦ୍ଧରେ ଦେଶର ଅନେକ ସ୍ଥାନରୁ ଅକ୍ସିଜେନ ଅଭାବ ହେବାର ଖବର ଆସୁଛି । ଏଭଳି ପରିସ୍ଥିତିରେ ଭାରତୀୟଙ୍କ ସମସ୍ୟାକୁ କିଛି ମାତ୍ରାରେ ହ୍ରାସ କରିବାକୁ ଟାଟା ଗ୍ରୁପ୍ ବଡ଼ ପଦକ୍ଷେପ ନେଇଛି ।

#ThisIsTata: ଅକ୍ସିଜେନ ସପ୍ଲାଏ ପାଇଁ ରତନ ଟାଟା ବଡ଼ ପଦକ୍ଷେପ ନେଲେ; ଲୋକମାନେ କରୁଛନ୍ତି ଖୁବ ପ୍ରଶଂସା
ଅକ୍ସିଜେନ ସପ୍ଲାଏ ପାଇଁ ରତନ ଟାଟା ବଡ଼ ପଦକ୍ଷେପ ନେଲେ
  • News18 Odia
  • Last Updated: April 21, 2021, 12:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ଆଜି ସକାଳୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ବ୍ୟବହାର କରିଛନ୍ତି, ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ଏକ ହ୍ୟାସଟ୍ୟାଗ ମିଳିବ - #ThisIsTata । ସକାଳରୁ ଟ୍ୱିଟରରେ ଏହା ଟ୍ରେଣ୍ଡ କରୁଛି । ବାସ୍ତବରେ ଏହି ହ୍ୟାସଟ୍ୟାଗର ଅର୍ଥ ହେଉଛି ଶିଳ୍ପପତି ରତନ ଟାଟା । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଶିଳ୍ପପତିଙ୍କୁ ଧନ୍ୟବାଦ ଦେବା ପାଇଁ ଏହି ହ୍ୟାସଟ୍ୟାଗ ବ୍ୟବହାର କରିଛନ୍ତି । ଜାଣନ୍ତୁ କ’ଣ ଏହି ମାମଲା?

କରୋନା ଭୂତାଣୁ ବିରୁଦ୍ଧରେ ଯୁଦ୍ଧରେ ଦେଶର ଅନେକ ସ୍ଥାନରୁ ଅକ୍ସିଜେନ ଅଭାବ ହେବାର ଖବର ଆସୁଛି । ଏଭଳି ପରିସ୍ଥିତିରେ ଟାଟା ଗ୍ରୁପ୍ ଭାରତୀୟଙ୍କ ସମସ୍ୟାକୁ କିଛି ମାତ୍ରାରେ ହ୍ରାସ କରିବାକୁ ଏକ ବଡ଼ ପଦକ୍ଷେପ ନେଇଛି । ଟାଟା ଗ୍ରୁପ୍ ଲିକ୍ୟୁଇଡ କ୍ସିଜେନର ଗତିବିଧି ପାଇଁ ୨୪ ଟି କ୍ରାୟୋଜେନିକ୍ ପାତ୍ର ଆମଦାନୀ କରିବାକୁ ଗୋଷ୍ଠୀ ନିଷ୍ପତ୍ତି ନେଇଛି । କୁହାଯାଉଛି ଯେ ଏହା ଦେଶରେ ଅକ୍ସିଜେନର ଅଭାବକୁ ଦୂର କରିବାରେ ସହାୟକ ହେବ ।











ଟାଟା ଗ୍ରୁପ୍ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଲେଖିଛନ୍ତି, 'ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତବାସୀଙ୍କ ଆବେଦନ ପ୍ରଶଂସନୀୟ ଓ ଆମେ ଟାଟା ଗ୍ରୁପ ତରଫରୁ କୋଭିଡ଼-୧୯ ବିରୋଧରେ ଲଢ଼େଇକୁ ଦୃଢ଼ କରିବାକୁ ଚେଷ୍ଟା କରୁଛୁ । ଅମ୍ଳଜାନ ସଙ୍କଟକୁ ହ୍ରାସ କରିବା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ପ୍ରୟାସ । ' ଅନ୍ୟ ଏକ ଟ୍ୱିଟରେ କମ୍ପାନୀ ଲେଖିଛି ଯେ ଟାଟା ଗ୍ରୁପ୍ ତରଳ ଅମ୍ଳଜାନ ପରିବହନ ପାଇଁ ୨୪ କ୍ରିଏଜେନିକ୍ କଣ୍ଟେନର ଆମଦାନୀ କରୁଛି ।

ମଙ୍ଗଳବାର ଟାଟା ଗ୍ରୁପ୍ ଲେଖିଛନ୍ତି ଯେ ଅମ୍ଳଜାନ ସଙ୍କଟକୁ ଦୃଷ୍ଟିରେ ରଖି ସେମାନେ ଭାରତର ସ୍ୱାସ୍ଥ୍ୟ ଗଠନକୁ ଦୃଢ଼ କରିବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି । ବିଶେଷ କଥା ହେଉଛି ଏହାର ଗୋଟିଏ ଦିନ ପୂର୍ବରୁ ଟାଟା ଷ୍ଟିଲ ଘୋଷଣା କରିଛି ଯେ ସେମାନେ ପ୍ରତିଦିନ ୨୦୦-୩୦୦ ଟନ୍ ତରଳ ମେଡିକାଲ ଅମ୍ଳଜାନ ରାଜ୍ୟ ସରକାର ଓ ହସ୍ପିଟାଲକୁ ପଠାଉଛନ୍ତି ।
Published by: Jagdish Barik
First published: April 21, 2021, 12:30 PM IST