COVID 19 ଟୀକାକରଣ: ଭାରତରେ ଗ୍ରାମୀଣ ଓ ସହରୀ ବିଭାଜନ

ଟୀକାକରଣ କଭରେଜ୍ ସହରାଞ୍ଚଳଗୁଡିକ ପ୍ରତି ପକ୍ଷପାତୀ ହେବ କାରଣ ସେମାନଙ୍କର ଉନ୍ନତ ଜନସ୍ୱାସ୍ଥ୍ୟ ଭିତ୍ତିଭୂମି ଅଛି ଓ ଗ୍ରାମାଞ୍ଚଳ ଅପେକ୍ଷା ଏହି ସୁବିଧାରେ ପହଞ୍ଚ ଅପେକ୍ଷାକୃତ ସହଜ ଅଟେ।

COVID 19 ଟୀକାକରଣ (ପ୍ରତୀକାତ୍ମକ ଛବି)

COVID 19 ଟୀକାକରଣ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଜନସଂଖ୍ୟାର ପ୍ରାୟ ୬୦ ରୁ ୭୦ ପ୍ରତିଶତ ଭାରତର ଗ୍ରାମାଞ୍ଚଳରେ ବାସ କରନ୍ତି। ୨୦୧୧ ଜନଗଣନାର ଅନୁମାନ ଅନୁସାରେ, ସମ୍ପୁର୍ଣ୍ଣ ସହରାଞ୍ଚଳ, ମିଶ୍ରିତ ଓ ଗ୍ରାମାଞ୍ଚଳଗୁଡିକର ଜନସଂଖ୍ୟା ଯଥାକ୍ରମେ ୧୩.୬%, ୧୩.୬% ଓ ୧୩.୬% ଥିଲା। ଅନେକ ଲୋକ ଭବିଷ୍ୟବାଣୀ କରିଛନ୍ତି ଯେ ଟୀକାକରଣ କଭରେଜ୍ ସହରାଞ୍ଚଳଗୁଡିକ ପ୍ରତି ପକ୍ଷପାତୀ ହେବ କାରଣ ସେମାନଙ୍କର ଉନ୍ନତ ଜନସ୍ୱାସ୍ଥ୍ୟ ଭିତ୍ତିଭୂମି ଅଛି ଓ ଗ୍ରାମାଞ୍ଚଳ ଅପେକ୍ଷା ଏହି ସୁବିଧାରେ ପହଞ୍ଚ ଅପେକ୍ଷାକୃତ ସହଜ ଅଟେ। ଯେତେବେଳେ ଭାରତ କୋଭିଡ଼ ଟୀକା ବାହାର କଲା ସେତେବେଳେ ଏହି ପର୍ଯ୍ୟବେକ୍ଷଣ ଚିନ୍ତାର କାରଣ ହୋଇଥିଲା। ଜୁନ୍ ୨୦୨୧ରେ ହିନ୍ଦୁସ୍ତାନ ଟାଇମ୍ସ ଦ୍ୱାରା ଜାରିକରାଯାଇଥିବା ଗୋଟିଏ ବିଶ୍ଳେଷଣରୁ ଜଣାପଡିଛି ଯେ ଭାରତର ସହରାଞ୍ଚଳରେ ରହୁଥିବା କୌଣସି ବ୍ୟକ୍ତିଙ୍କୁ ଗାଁ ତଥା ଅର୍ଦ୍ଧ ସହରୀ ନଗରରେ ରହୁଥିବା ଲୋକଙ୍କ ତୁଳନାରେ କୋଭିଡଟୀକା ମିଳିବାର ସମ୍ଭାବନା ପ୍ରାୟ ଦୁଇଗୁଣ ଅଧିକ ଥିଲା।

ଏହି ବିଶ୍ଳେଷଣ ମଇରୁ ଜୁଲାଇ ୨୦୨୧ମଧ୍ୟରେ ଥିବା ସମୟ ପାଇଁ ସତ୍ୟ ପ୍ରମାଣିତ ହୋଇଥିଲା ଯେଉଁଠାରେ ଗ୍ରାମୀଣ ସମ୍ପ୍ରଦାୟ ପାଇଁ ଟୀକା କଭରେଜ୍ ସହରାଞ୍ଚଳ ତୁଳନାରେ କମ୍ ଥିଲା। ତଥାପି, ଟୀକାକରଣ କଭରେଜରେ ଏକ ସତେଜ ପ୍ରବୃତ୍ତି ଦେଖାଯାଇଥିଲା, ଯାହା ଗତ ଦୁଇ ମାସ ମଧ୍ୟରେ ଗ୍ରାମାଞ୍ଚଳରେ ଅଧିକ ଟୀକା କଭରେଜକୁ ଗଣନା କରିଥିଲା। ଅବଶ୍ୟ, ଏଥିରେ ରାଜ୍ୟ ସ୍ତରୀରେ ଅନ୍ତର ଅଛି। ତଥାପି, ସାମଗ୍ରିକ ଗ୍ରାମୀଣ ଜିଲ୍ଲାଗୁଡ଼ିକ ଏହି ଦିଗରେ ବହୁତ ଭଲ ପ୍ରଦର୍ଶନ କରୁଥିବାର ଜଣାପଡିଛି। ମିଣ୍ଟ୍ ର ଏକ ଲେଖା ଅନୁସାରେ, ସେପ୍ଟେମ୍ବର ୧ ସୁଦ୍ଧା, ଗ୍ରାମାଞ୍ଚଳର ଜିଲ୍ଲାଗୁଡିକ ପ୍ରତି ୧୦୦୦ ଜନସଂଖ୍ୟାରେ ୪୮୯ ଜଣ ଡୋଜ୍ ଗ୍ରହଣ କରିଥିଲେ, ସେହି ସମୟରେ ସହରାଞ୍ଚଳ ଜିଲ୍ଲାଗୁଡିକରେ ୪୫୧ ଜଣ ଡୋଜ୍ ଗ୍ରହଣ କରିଥିଲେ। ତଥାପି, ଆତ୍ମସନ୍ତୋଷ ହେବା ପାଇଁ ସମୟ ନାହିଁ। ଯଦି ଆମେ ବର୍ଷ ଶେଷ ସୁଦ୍ଧା ସମସ୍ତ ବୟସ୍କ ଜନସଂଖ୍ୟାର ୧୦୦ ପ୍ରତିଶତ ଟୀକାକରଣ ହାସଲ କରିବାକୁ ଚାହୁଁଛୁ, ତେବେ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ଟୀକାକରଣରେ ଉନ୍ନତି ଆଣିବା ଆବଶ୍ୟକ। ଯେତେବେଳେ ଆମେ ଭାରତର ସହରାଞ୍ଚଳରେ ବିଦ୍ୟମାନ ପରିସ୍ଥିତି ବିରୁଦ୍ଧରେ ଗ୍ରାମୀଣ ଅଞ୍ଚଳର ଭୌଗୋଳିକ ପରିସ୍ଥିତିକୁ ଆକଳନ କରୁ, ସେତେବେଳେ ଗ୍ରାମୀଣ ଅଞ୍ଚଳରେ ଅନେକ ବାଧା ଥିବାର ଜଣାପଡ଼େ।

ଏଥିରୁ ତଥ୍ୟ ସ୍ପଷ୍ଟ ଯେ, ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବାର ମୌଳିକ ଢାଞ୍ଚା ଅତି ଦୁର୍ବଳ ଅଟେ। ଡାକ୍ତର, ନର୍ସ ଏବଂ ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ତାଲିମପ୍ରାପ୍ତ ସହାୟକ କର୍ମଚାରୀଙ୍କ ଭଳି ଡାକ୍ତରୀ ଚିକିତ୍ସକଙ୍କ ଉପଲବ୍ଧତା ଭାରତରେ କମ୍ ଥିବାବେଳେ ଗ୍ରାମାଞ୍ଚଳରେ ଏହି ସମସ୍ୟା ଆହୁରି ମଧ୍ୟ ଗମ୍ଭୀର ହୋଇଚାଲିଛି। ସହରାଞ୍ଚଳ ତୁଳନାରେ ଏଠାରେ ଉପଲବ୍ଧତା ସମସ୍ୟା ବହୁତ ଗମ୍ଭୀର ଅଟେ। ତେଣୁ ଶୀତଳ ଶୃଙ୍ଖଳା ପରିଚାଳନା ଏବଂ ଟୀକାକୁ ଗ୍ରାମାଞ୍ଚଳର ଦୂରତମ ସ୍ଥାନକୁ ନେବା ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ୍ ହୋଇଯାଏ। ଆହୁରି ମଧ୍ୟ, ବିକଳାଙ୍ଗ, ବୃଦ୍ଧ, ଯିବା ଆସିବାରେ ବାଧା ହେଉଥିବା ରୋଗ ଥିବା ଲୋକଙ୍କୁ ଟୀକା ଦେବା ସମୟରେ ଧ୍ୟାନ ଦିଆଯିବା ଆବଶ୍ୟକ। ଆଶା କରାଯାଉଥିବା ତୃତୀୟ ତରଙ୍ଗ ସେହି ସମ୍ପ୍ରଦାୟରେ କମ୍ ଗୁରୁତର ହେବାର ସମ୍ଭାବନା ଅଛି ଯେଉଁଠାରେ ଟୀକା କଭରେଜ୍ ଅଧିକ ଅଛି।

ଅଳ୍ପ କେତେକ ଜିଲ୍ଲାରେ, ଅନଲାଇନ୍ ରେଜିଷ୍ଟ୍ରେସନ୍ ରେ ଆଦୌ ଜ୍ଞାନ ନ ଥିବା କିମ୍ବା ସୀମିତ ବୈଷୟିକ ଜ୍ଞାନ ଥିବା ଲୋକଙ୍କୁ, CO-WIN ଡ୍ୟାସବୋର୍ଡରେ ସ୍ଲଟ୍ ବୁକିଂ ନ କରି ଏକ ଉତ୍ସାହଜନକ ପଦକ୍ଷେପ ଅର୍ଥାତ ସ୍ପଟ୍ ରେ ରେଜିଷ୍ଟ୍ରେସନ୍ ସହିତ ୱାକ-ଇନ୍ ଟୀକାକରଣ ବ୍ୟବସ୍ଥାକୁ ଆପଣେଇବା ପାଇଁ ଅନୁମତି ଦିଆଯାଇଛି। ଏହା ନିଃସନ୍ଦେହରେ ଟୀକା କଭରେଜକୁ ବୃଦ୍ଧି କରିଛି। ଅବଶ୍ୟ, ଏହାର ଅର୍ଥ ଯେଉଁ ମାନଙ୍କ ପାଖରେ ଏପରି ପରିସ୍ଥିତି ପରିଚାଳନା ପାଇଁ ପର୍ଯ୍ୟାପ୍ତ ଡାକ୍ତରୀ କର୍ମଚାରୀ ନାହାଁନ୍ତି, ସେଠାରେ ଟୀକାକରଣ କେନ୍ଦ୍ରଗୁଡ଼ିକରେ ଲମ୍ବା ଧାଡି ଏବଂ ଅତ୍ୟଧିକ ଭିଡ଼ ମଧ୍ୟ ରହିବ। ଅନେକ ଲୋକ ଧାଡିରେ ଛିଡା ହୋଇ ଘଣ୍ଟା ଘଣ୍ଟା ଧରି ଟୀକାକରଣ ପାଇଁ ଅପେକ୍ଷା କରନ୍ତି, ଶେଷରେ କେବଳ ଏତିକି ଜାଣିବାକୁ ପାଆନ୍ତି ଯେ ଆଉ କୌଣସି ଟୀକା ଶିଶି ନାହିଁ, ଏବଂ ବର୍ତ୍ତମାନ ସେମାନଙ୍କୁ ଆସନ୍ତାକାଲି କିମ୍ବା ଅନ୍ୟ ଦିନ ଆସିବାକୁ ପଡିବ। ଅନେକ କ୍ଷେତ୍ରରେ, ଲୋକମାନେ କେବଳ ହୃଦୟଙ୍ଗମ କରିବା ପାଇଁ ଅପେକ୍ଷା କରନ୍ତି ଯେ ଦିଆଯାଉଥିବା ଟୀକା ପ୍ରଥମ ଡୋଜରେ ସେମାନେ ଯାହା ଗ୍ରହଣ କରିଛନ୍ତି
Published by:Soumya Das
First published: