କରୋନାର ମାଡ଼: ତେଲେଙ୍ଗାନା ସରକାର ମନ୍ତ୍ରୀ ଓ କର୍ମଚାରୀଙ୍କ ଦରମା ୭୫% ପର୍ଯ୍ୟନ୍ତ କମ୍ କରିବେ

ହ୍ରାସ ହୋଇଥିବା ଦରମା ମାର୍ଚ୍ଚ ୨୦୨୦ର ଦରମା ଠାରୁ କାର୍ଯ୍ୟକାରୀ ହେବ । ମୁଖ୍ୟ ମନ୍ତ୍ରୀ, ମନ୍ତ୍ରୀ, MLA ଓ MLC ଓ ନିଗମର ସଭାପତିମାନଙ୍କ ଦରମା ୭୫% ହ୍ରାସ କରାଯିବ । IAS ଓ IPS ଅଧିକାରୀଙ୍କ ଦରମା ୬୦ ପ୍ରତିଶତ କଟାଯିବ ।

କରୋନାର ମାଡ଼: ତେଲେଙ୍ଗାନା ସରକାର ମନ୍ତ୍ରୀ ଓ କର୍ମଚାରୀଙ୍କ ଦରମା ୭୫% ପର୍ଯ୍ୟନ୍ତ କମ୍ କରିବେ
ସରକାରୀ ଚାକିରିରେ ଥିବା ସ୍ୱଚ୍ଛଳ ବର୍ଗଙ୍କ ହାତକୁ ଏବେ କମ୍ ଆୟ ଆସିବ । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 31, 2020, 10:41 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହାଇଦ୍ରାବାଦ: କରୋନା ଭାଇରସ୍ କାରଣରୁ ଦେଶ ତଥା ବିଶ୍ୱର ଆର୍ଥିକ ଅବସ୍ଥାରେ ଅସ୍ଥିରତା ସୃଷ୍ଟି ହୋଇଛି । ଏହି କାରଣରୁ ବିଶ୍ୱ ଅର୍ଥନୀତି ମଧ୍ୟ ଭୁଶୁଡି ପଡ଼ିବାରେ ଲାଗିଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖାଯାଇଛି । ଏଭଳି ପରିସ୍ଥିତିରେ ତେଲେଙ୍ଗାନା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ତେଲେଙ୍ଗାନା ମୁଖ୍ୟ ମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏକ ବୈଠକରେ ତାଙ୍କ ସରକାରରେ ମନ୍ତ୍ରୀ ଓ ସରକାରୀ କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କରୋନା ମହାମାରୀ ଯୋଗୁଁ ତେଲେଙ୍ଗାନା ରାଜ୍ୟର ରାଜସ୍ୱ ଗୁରୁତର ଭାବେ ପ୍ରଭାବିତ ହେଉଛି । ଏ ସମ୍ପର୍କରେ ମୁଖ୍ୟ ମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସୋମବାର ଆର୍ଥିକ ବିଭାଗର ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିଥିଲେ । ଏହି ବୈଠକରେ ଦୀର୍ଘ ଆଲୋଚନା ପରେ ରାଜ୍ୟ ସରକାର ଦରମା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଆୟ ଆଶା କରାଯାଉଥିବା ରାଶି ଠାରୁ କମ୍ ଆକଳନ କରାଯାଇଥିବାରୁ ଏହା କରାଯାଉଛି ବୋଲି ସେ କହିଛନ୍ତି । ହ୍ରାସ ହୋଇଥିବା ଦରମା ମାର୍ଚ୍ଚ ୨୦୨୦ର ଦରମା ଠାରୁ କାର୍ଯ୍ୟକାରୀ ହେବ । ସୂତ୍ରଙ୍କ ଅନୁସାରେ କଟାଯାଇଥିବା ଦରମା ପରେ ପ୍ରଦାନ କରାଯିବ ।

- ମୁଖ୍ୟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ବିଧାନ ସଭାର ସଦସ୍ୟ (ବିଧାୟକ), ବିଧାନ ପରିଷଦ ସଦସ୍ୟ (ଏମ୍‌.ଏଲ୍‌.ସି.), କର୍ପୋରେଟର ଓ ସ୍ଥାନୀୟ ନିଗମର ସଭାପତିଙ୍କ ଦରମା ୭୫% ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି ।

- IAS, IPS ଓ IFS ଭଳି ସର୍ବଭାରତୀୟ ସେବାର ଅଧିକାରୀଙ୍କ ଦରମା ୬୦ ପ୍ରତିଶତ ହ୍ରାସ ପାଇବ |

- ବାକି ସବୁ ବର୍ଗର କର୍ମଚାରୀଙ୍କ ବେତନ ୫୦ ପ୍ରତିଶତ ହ୍ରାସ ହେବ ।

- ଚତୁର୍ଥ ବର୍ଗର କର୍ମଚାରୀ, ଆଉଟସୋର୍ସିଂ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବେତନରେ ୧୦ ପ୍ରତିଶତ ହ୍ରାସ ହେବ ।

ତେଲେଙ୍ଗାନା ମୁଖ୍ୟ ମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ


- ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ୫୦ ପ୍ରତିଶତ ହ୍ରାସ ପାଇବ ।

- ଚତୁର୍ଥ ଶ୍ରେଣୀର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ୧୦ ପ୍ରତିଶତ ହ୍ରାସ ପାଇବ ।

- ସମସ୍ତ ସରକାରୀ କ୍ଷେତ୍ରର ନିଗମ ଓ ସରକାରୀ ଅନୁଦାନ ପ୍ରାପ୍ତ ସଙ୍ଗଠନର କର୍ମଚାରୀଙ୍କ ଦରମା ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଦରମା ଅନୁଯାୟୀ କଟାଯିବ ।

ତେଲେଙ୍ଗାନାରେ ଏପର୍ଯ୍ୟନ୍ତ ୬୧ଟି କରୋନା ସଂକ୍ରମଣ ମାମଲା ସାମନାକୁ ଆସିଛି । ସେଥି ମଧ୍ୟରୁ ଛଅଟି ନୂଆ ମାମଲା ସୋମବାର ଆସିଛି । ସୁସ୍ଥ ହେବା ପରେ ସୋମବାର ମଧ୍ୟ ୧୪ ଜଣଙ୍କୁ ଘରକୁ ପଠାଯାଇଛି ।

ଏ ପର୍ଯ୍ୟନ୍ତ ଦେଶରେ କରୋନା ଭାଇରସ୍‌ (କୋଭିଡ-୧୯) ସଂକ୍ରମଣର ୧,୦୭୧ଟି ମାମଲା ସାମନାକୁ ଆସିଥିବା ବେଳେ ଏହି ରୋଗରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ୯୪୨ ଜଣ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଚିକିତ୍ସା ପରେ ୯୯ ଜଣଙ୍କୁ ଡିସଚାର୍ଜ କରାଯାଇଛି ।
First published: March 31, 2020, 10:41 AM IST
corona virus btn
corona virus btn
Loading