ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମ ୩୦% କମିଲା; ନିୟମିତ ବ୍ୟବଧାନରେ ମୂଲ୍ୟାୟନ ପରୀକ୍ଷା ହେବ

ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମ ୩୦% କମିଲା; ନିୟମିତ ବ୍ୟବଧାନରେ ମୂଲ୍ୟାୟନ ପରୀକ୍ଷା ହେବ

ଅନଲାଇନ୍ ମାଧ୍ୟମରେ ପଢ଼ିବା ସବୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମ୍ଭବ ହେଉ ନ ଥିବାରୁ ଓ ସ୍କୁଲ୍ ବନ୍ଦ ଥିବାରୁ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ପାଠ୍ୟକ୍ରମ ୩୦ ପ୍ରତିଶତ କମାଇ ଦିଆଯାଇଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମ ୩୦% କମିଲା; ନିୟମିତ ବ୍ୟବଧାନରେ ମୂଲ୍ୟାୟନ ପରୀକ୍ଷା ହେବ
ଏବେ ନବମ ଓ ଦଶମ ଶ୍ରେଣୀ ପିଲାମାନେ ୟୁଟ୍ୟୁବ୍ ଲାଇଭ୍ ମାଧ୍ୟମରେ ପାଠ ପଢୁଛନ୍ତି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: June 23, 2021, 10:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମକୁ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରସ୍ତାବକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସ୍ବୀକୃତି ଦେଇଛି । ଏଥର ୭୦% ପାଠ୍ୟକ୍ରମ ପଢି଼ ତାହା ଉପରେ ଛାତ୍ରଛାତ୍ରୀମାନେ ବୋର୍ଡ଼ ପରୀକ୍ଷା ଦେବେ ।

ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ନିୟମିତ ବ୍ୟବଧାନରେ ପରୀକ୍ଷା ଓ ମୂଲ୍ୟାୟନ (ଆସେସମେଣ୍ଟ୍‌) କରାଯିବ ବୋଲି ମଧ୍ୟ ପରିଷଦ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଭବିଷ୍ୟତରେ ଯଦି ବାର୍ଷିକ ପରୀକ୍ଷା ହୋଇପାରିବ ନାହିଁ ତେବେ ନିୟମିତ ବ୍ୟବଧାନରେ ହୋଇଥିବା ମୂଲ୍ୟାୟନ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ । ପରିଷଦର ଏହି ପ୍ରସ୍ତାବକୁ ମଧ୍ୟ ସ୍ୱୀକୃତି ମିଳିଛି । ଏଣିକି କମିଥିବା ପାଠ୍ୟକ୍ରମ ଅନୁସାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯିବ ବୋଲି ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଗତ ବର୍ଷ ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମରେ ଯେଉଁ ୩୦ ପ୍ରତିଶତ କମ୍‌ କରାଯାଇଥିଲା ଏ ବର୍ଷ ବି ସେହି ୩୦ ପ୍ରତିଶତ କମ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ମହାମାରୀ ଯୋଗୁଁ କ୍ଲାସ୍-ରୁମ୍ ପାଠ ପଢ଼ା ବନ୍ଦ ରହିଛି । ଅନଲାଇନରେ ପଢ଼ିବା ସମସ୍ତଙ୍କ ଦ୍ୱାରା ସମ୍ଭବ ହେଉନି । ତେଣୁ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ପାଠ୍ୟକ୍ରମ ୩୦ ପ୍ରତିଶତ କମାଇ ଦିଆଯାଇଛି । ସ୍କୁଲ୍‌ ବନ୍ଦ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି,’’ କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏହା ବି ପଢ଼ନ୍ତୁ | PM Kisan: କେନ୍ଦ୍ର ସରକାର ଏହି ମାସ କୃଷକମାନଙ୍କ ଆକାଉଣ୍ଟକୁ ,୦୦୦ ଟଙ୍କା ଟ୍ରାନ୍ସଫର୍ କରିପାରନ୍ତି

ଜୁନ୍‌ ୨୧ ତାରିଖରୁ ସାରା ରାଜ୍ୟରେ ୟୁଟ୍ୟୁବ୍‌ ଲାଇଭ୍‌ ମାଧ୍ୟମରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇଛି । ପୂର୍ବାହ୍ନ ୧୦:୪୫ରୁ ମଧ୍ୟାନ୍ନ ୧ଟା ପର୍ଯ୍ୟନ୍ତ ଭର୍ଚ୍ଚୁଆଲ୍‌ ମାଧ୍ୟମରେ ଚାଲୁଛି ପାଠପଢ଼ା । ଦିନ କୁ ଚାରିଟି କ୍ଳାସ୍‌ ହେଉଛି ଓ ପ୍ରତି କ୍ଳାସର ଅବଧି ୩୦ ମିନିଟ ରହିଛି ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ଚିନ୍ତା ବଢ଼ାଇଲା; ମାତ୍ର ୩୦ ଦିନ ପରେ ଦ୍ୱିତୀୟ ଥର ସଂକ୍ରମିତ ହେଲେ ବ୍ୟକ୍ତି

‘‘ସିଲାବସ୍‌ କମିବା ଭଲ କଥା, କିନ୍ତୁ ପିଲାଙ୍କୁ ଚାପମୁକ୍ତ କରିବା ନାଁରେ ପାଠ ପଢ଼ା ଓ ପରୀକ୍ଷା ଦେବାରୁ ବଞ୍ଚିତ କରା ନ ଯାଉ। ଏହା ଦ୍ୱାରା ମେଧାବୀ ପିଲାମାନେ ଅସୁବିଧା ଭୋଗୁଛନ୍ତି । ପାଠପଢ଼ା ସାଙ୍ଗକୁ ପରୀକ୍ଷାର ବ୍ୟବସ୍ଥା ମଧ୍ୟ ରହୁ, ଯାହା ଦ୍ୱାରା ସଙ୍ଗୀନ ପରିସ୍ଥିତିରେ ଆସେସମେଣ୍ଟ୍‌ କରି ପିଲାମାନଙ୍କୁ ନମ୍ବର ଦେଇହେବ,’’ କହିଛନ୍ତି ଶିକ୍ଷାବିତ ଗଙ୍ଗାଧର ଷଡ଼ଙ୍ଗୀ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଭୂଇଁ ଗିଳିଦେଲା କାର୍! ମୁମ୍ବାଇ ଇସ୍ରାଏଲରେ ଏମିତି ଦୁଇଟି ଘଟଣା ଘଟିଛି; ଦେଖନ୍ତୁ VIDEO

ଗତ ବର୍ଷ ଏନ୍‌.ସି.ଇ.ଆର.ଟି. ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କର ପାଠ୍ୟକ୍ରମ ୩୦% କମାଯାଇଥିଲା । ଏ ଥର ମଧ୍ୟ ଏନ୍‌.ସି.ଇ.ଆର୍‌.ଟି. ଏ ନେଇ ନିଷ୍ପତ୍ତି କରିବ ।



ରାଜ୍ୟରେ ପ୍ରତି ବର୍ଷ ଏପ୍ରିଲ ମାସ ୨ ତାରିଖରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହୋଇଥାଏ । ହେଲେ ଗତ ବର୍ଷ ଠାରୁ କରୋନା ମହାମାରୀ ସବୁ କିଛି ବଦଳାଇ ଦେଇଛି । ଲକଡାଉନ୍‌ ଯୋଗୁଁ ରାଜ୍ୟର ବିଦ୍ୟାଳୟଗୁଡି଼କ ବର୍ଷକରୁ ଅଧିକ ସମୟ ଧରି ବନ୍ଦ ରହିଛି ଓ ଅନଲାଇନରେ ସବୁ ପିଲାଙ୍କୁ ପଢ଼ାଇବା ସମ୍ଭବ ହୋଇପାରିନି । ଗତ ବର୍ଷ ରାଜ୍ୟରେ ମାତ୍ର ୨୨% ଛାତ୍ରଛାତ୍ରୀ ଅନଲାଇନ୍‌ ଯୋଗେ ଯୋଡି଼ ହୋଇପାରିଥିଲେ ।
Published by: Anand ST Das
First published: June 23, 2021, 10:26 PM IST