News18 Odia Digital
ଭୁବନେଶ୍ୱର: ଯେମିତି ସଜବାଜ ହେବା, ପୋଡ଼ ପିଠା ଖାଇବା ଆଉ ଦୋଳି ଖେଳିବା ରଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଠିକ୍ ସେମିତି ପାନ ଖିଆ ବି ଏହି ଗଣ ପର୍ବର ଏକ ଅବିଚ୍ଛିନ୍ନ ଅଙ୍ଗ । ଅନ୍ୟ ଦିନମାନଙ୍କରେ ପାନ ନ ହେଲେ ନାହିଁ, କିନ୍ତୁ ରଜରେ ଝିଅମାନେ ପାନ ନିଶ୍ଚିତ ଖାଇଥା’ନ୍ତି । ସେଇଥି ପାଇଁ ତ ପ୍ରତି ବର୍ଷ ରଜ ଆସିଲେ ଜମି ଉଠେ ପାନ ବଜାର । ରଜ ପୂର୍ବରୁ ଛକ ଛକରେ ଲାଗେ ଭେରାଇଟି ପାନ ଦୋକାନ । କିଏ ବନାରସି ମସଲା ପାନ ବିକ୍ରି କରେ ତ ଆଉ କିଏ କଲିକତାର ସ୍ପେଶାଲ ମସଲା ପାନ ବନାଏ ।
ଏ ଥର କରୋନା ପାଇଁ ଯଦିଓ ଭୁବନେଶ୍ୱରରେ ଦେଖିବାକୁ ମିଳୁନି ପାନ ଦୋକାନ, ଶହୀଦ ନଗରର ବନାରସୀ ପାନ ଭଣ୍ଡାର ଅନଲାଇନରେ ପାନ ବିକ୍ରି ଆରମ୍ଭ କରିଛି । upahar.com ସାଇଟରେ ପାନର ମେନୁ ରହିଛି । ନିଜ ମନ ପସନ୍ଦର ପାନ ବାଛି ଅର୍ଡର କଲେ ଆପଣଙ୍କ ଘରେ ପହଞ୍ଚିବ ପାନ । ୫୦ ଟଙ୍କାରୁ ଆରମ୍ଭ କରି ଅଧିକ ଦାମର ପାନ ବି ରହିଛି ଏଠି । ଯିଏ ଯେମିତି ଚାହିଁବ ସେମିତି ପାନ ପାଇବ । ସ୍ୱିଗି ଜରିଆରେ ବି ସାଧାରଣ ଲୋକେ ଅର୍ଡର କରି ପାନ ପାଇପାରିବେ ।
‘‘ରଜ ବଜାରକୁ ମାନ୍ଦା କରିଛି କରୋନା । ଦୋକାନ ଆଗରେ ଗହଳି ନ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ତାକୁ ନଜରରେ ରଖି ଅନଲାଇନ ପାନ ବିକ୍ରି ଆରମ୍ଭ କରିଛୁ,’’ କହିଛନ୍ତି ବନାରସି ପାନ ଭଣ୍ଡାରର ମାଲିକ ମିଟା ଭାଇ ।

୫୦ ଟଙ୍କାରୁ ଆରମ୍ଭ କରି ଅଧିକ ଦାମର ପାନ ବି ରହିଛି ଏଠି । ଯିଏ ଯେମିତି ଚାହିଁବ ସେମିତି ପାନ ପାଇବ ।
ରବିବାର ପହିଲି ରଜ ଥିବାବେଲେ ଶନିବାର ଓ ରବିବାର ଦୁଇ ଦିନ ସମ୍ପୂର୍ଣ୍ଣ ସଟଡାଉନ ରହିବ ସହର । ତାକୁ ଆଖିରେ ରଖି ଆଜି ଠୁ ଭିଡ଼ ଜମିଲାଣି ପାନ କିଣିବାକୁ । ଲୋକେ ପାନ ପାକେଟ ଗିଫ୍ଟ କରିବାକୁ କିଣିନେଲେଣି । ପାନ ପତ୍ର ରେ ୧୬ କିସମର ମସଲା ସାଙ୍ଗକୁ ଚେରୀ ଓ ଚାନ୍ଦି ବରଖ ସ୍ୱାଦ ଆଉରି ବଢ଼ାଇ ଦେଇଛି । ସାତ ଖଣ୍ଡ ପାନର ଦାମ୍ ୧୫୦ ଟଙ୍କା ।
‘‘ସଟଡାଉନ ହେବ, ତେଣୁ ପହିଲି ରଜ ପାଇଁ ଆଜି ଠୁ ପାନ କିଣି ନେଉଛୁ । ପାନ ବିନା ରଜର ମଜା ନାହିଁ,’’ କହିଛନ୍ତି ଜଣେ ଗ୍ରାହକ ।
ସବୁ ବର୍ଷ ଭଳି ଏ ବର୍ଷ ବି କିଛି ନୂଆ ପାନ ଖାଇବାକୁ ମିଳିବ ରଜରେ । ଓରୀଓ ପାନ, ଜେମ୍ସ ମିଠା ପାନ, ଆଲଫାନଜୋ ମ୍ୟାଙ୍ଗୋ ପାନ, ରଜ ୟଲଗାର, ଷ୍ଟ୍ରବେରୀ ପାନ, ଭାଲେନସିଆ ପାନ ଓ ଡାର୍କ ଚକଲେଟ ପାନ ରହିଛି । ପାନ ଗୋଟା ୫୦ ଟଙ୍କା ।
ଲୋକଙ୍କୁ ପ୍ରତି ବର୍ଷ କିଛି କିଛି ନୂଆ ସ୍ୱାଦ ପାନ ରୂପରେ ଚଖାଇବାକୁ ବନାରସି ପାନ ଭଣ୍ଡାର ଏଭଳି ପାନ ବିକ୍ରି କରିଥାଏ । ପୂର୍ବରୁ ଫାୟାର ପାନ, ଚକଲେଟ ପାନ ଓ ଲଡୁ ପାନ ଭଳି ଅନେକ ପାନ ରାଜଧାନୀବାସୀଙ୍କ ମନ ମୋହିଛି ।
ଏହା ବି ପଢ଼ନ୍ତୁ: ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।