‘‘କରୋନା ପରିସ୍ଥିତିରେ ରଥ ଯାତ୍ରା ଆୟୋଜିତ ହେଲେ ଗୋଟେ ସକାରାତ୍ମକ ବାର୍ତ୍ତା ଯିବ’’

ସରକାର ରଥ ଯାତ୍ରା ବିଷୟରେ ତରବରିଆ ଭାବେ ନିଷ୍ପତ୍ତି ନ ନେଇ କୋଭିଡ-୧୯ ପରିସ୍ଥିତିରେ ଯେଉଁ ସବୁ ନୀତି ନିୟମ ରହିଛି ତାକୁ ଆଖି ଆଗରେ ରଖି ନିଷ୍ପତ୍ତି ନେଉଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ।

‘‘କରୋନା ପରିସ୍ଥିତିରେ ରଥ ଯାତ୍ରା ଆୟୋଜିତ ହେଲେ ଗୋଟେ ସକାରାତ୍ମକ ବାର୍ତ୍ତା ଯିବ’’
ରଥ ଯାତ୍ରାର ଏକ ଫାଇଲ୍ ଫଟୋ ଓ (ବାମ) ଲେଖାଶ୍ରୀ ସାମନ୍ତସିଂହାର
  • News18 Odia
  • Last Updated: June 16, 2020, 11:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରଥ ଯାତ୍ରାକୁ ଆଉ ଦିନ କେଇଟା ବାକି ଥିବା ବେଳେ ଭକ୍ତିର ଏହି ମହା ପର୍ବ ଏ ବର୍ଷ ଆୟୋଜିତ ହେବ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ରହିଛି । ସରକାର ଏ ପ୍ରସଙ୍ଗରେ ନିରବ ଥିବା ବେଳେ ପ୍ରତ୍ୟେକ ଦିନ ବିରୋଧୀ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରୁଛନ୍ତି, ହେଲେ ଆଇନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ସମସ୍ତେ ନିରବ ଅଛନ୍ତି ।

ହାଇ କୋର୍ଟ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ତା’ ପରେ ମାମଲା ସୁପ୍ରିମ କୋର୍ଟ ଯାଏ ଗଲାଣି । ଗୋଟିଏ ପଟେ ରଥ ଯାତ୍ରାକୁ ନେଇ ଭକ୍ତଙ୍କ ଭାବାବେଗ ବଢ଼ି ଚାଲିଥିବା ବେଳେ ସରକାରଙ୍କ ନିରବତା ଏହି ଭାବାବେଗ ପ୍ରତି କୁଠାରାଘାତ କରୁଛି ବୋଲି କହିଛନ୍ତି ବିରୋଧୀମାନେ । ରଥ ଯାତ୍ରାକୁ ନେଇ ସାରା ବିଶ୍ଵ ଚାତକ ଭଳି ଚାହିଁ ରହିଛି ।

ସରକାରଙ୍କ ସୂଚନା ଆସିବାରେ ବିଳମ୍ବ ହେଉଥିବା ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି: ‘‘ରଥ ଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ସରକାର କାରଣ ରଥ ଯାତ୍ରା ଦେଖିବାକୁ ସମଗ୍ର ବିଶ୍ୱ ବାସୀ ଅପେକ୍ଷା କରି ରହିଛନ୍ତି । ମହାପ୍ରଭୁଙ୍କ ରଥ ଯାତ୍ରା ହେଉ । କରୋନା ପରିସ୍ଥିତିରେ ରଥ ଯାତ୍ରା ହେଲେ ଗୋଟେ ସକାରାତ୍ମକ ବାର୍ତ୍ତା ଯିବ ଓ ଲୋକଙ୍କ ମନୋବଳ ସୁଦୃଢ଼ ହେବ।’’

ତିନି ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ।


‘‘ରଥ ଯାତ୍ରା ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି । ସବୁ ସେବାୟତ ଓ ଭକ୍ତ ଚାହୁଁଛନ୍ତି ରଥ ଟଣା ହେଉ । ମୁଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ତୁରନ୍ତ ରଥ ଯାତ୍ରା ହେବା ନେଇ ଘୋଷଣା କରନ୍ତୁ । କେବଳ ସେବାୟତ ଓ ପୋଲିସଙ୍କ ମାଧ୍ୟମରେ ରଥ ଟଣାଯାଉ । କୌଣସି MP, MLA, ମନ୍ତ୍ରୀ ଓ ବିଚାରପତି କାହାରିକୁ ରଥ ଯାତ୍ରାରେ ପହଞ୍ଚିବାକୁ ଅନୁମତି ନ ମିଳୁ। ସରକାର ଦ୍ଵନ୍ଦ ସୃଷ୍ଟି ନ କରି ତୁରନ୍ତ ଘୋଷଣା କରନ୍ତୁ । ଭାରତ ବର୍ଷର ପ୍ରାୟ ସବୁ ଧର୍ମାନୁସ୍ଥାନକୁ ଧୀରେ ଧୀରେ ଭକ୍ତମାନେ ଗଲେଣି,’’ କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ବିରୋଧୀଙ୍କ ଅଭିଯୋଗ ଉପରେ ନିଜ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି: ‘‘ଜଗନ୍ନାଥ ହେଉଛନ୍ତି ଆମର ସଂସ୍କୃତିର ମୂଳଧାର । କୋଭିଡ-୧୯ ପରିସ୍ଥିତିରେ ଯେଉଁ ସବୁ ନୀତି ନିୟମ ରହିଛି ତାକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯାଉଛି । ହାଇ କୋର୍ଟ ବି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଛନ୍ତି । ସରକାର ତରବରିଆ ଭାବରେ ତ ନିଷ୍ପତ୍ତି ନେବେ ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ସଭିଙ୍କ ସହ ଆଲୋଚନା କରୁଛନ୍ତି l ଏପରିକି ଶଙ୍କରାଚାର୍ଯ୍ୟଙ୍କ ମତାମତ ବି ନିଆଯିବ ।’’

ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ରଘୁନାଥ ମହାପାତ୍ର କହିଛନ୍ତି ଯେ ମହାପ୍ରଭୁଙ୍କ ନୀତିକାନ୍ତି ଓ ରଥ ଯାତ୍ରା ହେବା ଆବଶ୍ୟକ । ‘‘ପୁରୀ ସହରକୁ ଚାରି ପଟୁ ସିଲ କରି ବିନା ଭକ୍ତରେ ରଥ ଯାତ୍ରା କରାଯାଉ । ଏମିତିକି ପୁରୀ ବାସୀ ମଧ୍ୟ ଘରେ ରହି ଟିଭି ମଧାମରେ ଦେଖନ୍ତୁ । ପୋଲିସ ଓ ସେବାୟତମାନେ ରଥ ଟାଣନ୍ତୁ । ପରିସ୍ଥିତି ଯଦି ଅତି ଖରାପ ହେବ ତେବେ ନ ହେଲେ ନ ହେବ । ପାତାଳି ହେବା ସମୟରେ ବି ରଥ ଯାତ୍ରା ହୋଇପାରି ନ ଥିଲା । କିଛି ସେବାୟତ ରଥ ଉପରେ ରହିବେ, ବାକି ରଥ ଟାଣିବେ। ସମସ୍ତେ ତ ଟାଣନ୍ତି ନାହିଁ । କେବଳ ହାତ ଦେଇଥାନ୍ତି। ପ୍ରଭୁଙ୍କ ଇଚ୍ଛାରେ ରଥ ଗଡ଼େ ।ରଥ ଯାତ୍ରା ପାଇଁ ସବୁ କିଛି ଚୂଡ଼ାନ୍ତ ହୋଇଛି । ପ୍ରଭୁ ଚାହିଁଲେ ରଥ ଯାତ୍ରା ହେବ,’’ ସେ କହିଛନ୍ତି ।

ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇନ ବିଭାଗ ରଥ ଯାତ୍ରା ସମ୍ପର୍କରେ ଏକ ମୋଡ଼ାଲିଟି ପ୍ରସ୍ତୁତ କରି ମୁଖ୍ୟ ମନ୍ତ୍ରୀଙ୍କ କାର୍ଯାଳୟକୁ ଅନୁମୋଦନ ପାଇଁ ପଠାଇଛି ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 16, 2020, 11:48 PM IST
corona virus btn
corona virus btn
Loading